Advertisment

Mines Scam: ଏକ୍ ଆଦମି ସବକୋ ଉଲ୍ଲୁ ବନା ଦିୟା: ଖଣିମନ୍ତ୍ରୀ

ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରୀ। ଆଉ ସେହି ସାୟରୀ ଆଳରେ ପୂର୍ବ ବିଜେଡି ସରକାରକୁ ନିଶାନା। ନାଁ ନନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। କେମିତି ଖଣି ଲୁଟ କରି ଓଡ଼ିଶାର ସଂପତ୍ତିର ହରିଲୁଟି ହୋଇଛି ଏବଂ ଜଣେ ଲୋକ କିଭଳି ବିଜେଡିର ସର୍ବେସର୍ବା ବନିଯାଇଥିଲା ତାର ଗୁମର ଖୋଲିଛନ୍ତି ବିଭୂତି।

ଅଦ୍ୟତନ ହୋଇଛି
undefined

pandian

Advertisment

ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରୀ। ଆଉ ସେହି ସାୟରୀ ଆଳରେ ପୂର୍ବ ବିଜେଡି ସରକାରକୁ ନିଶାନା। ନାଁ ନନେଇ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। କେମିତି ଖଣି ଲୁଟ କରି ଓଡ଼ିଶାର ସଂପତ୍ତିର ହରିଲୁଟି ହୋଇଛି ଏବଂ ଜଣେ ଲୋକ କିଭଳି ବିଜେଡିର ସର୍ବେସର୍ବା ବନିଯାଇଥିଲା ତାର ଗୁମର ଖୋଲିଛନ୍ତି ବିଭୂତି। ଆଉ ଖଣି ମନ୍ତ୍ରୀଙ୍କ ହସରେ ହସରେ ମଂଜ କଥା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ବିଧାନସଭାରେ ଖଣି ମନ୍ତ୍ରୀଙ୍କ ସାୟରାନା ଅନ୍ଦାଜ୍। ସାୟରୀ ସାୟରୀରେ ପୂର୍ବ ସରକାରକୁ ନିଶାନା। ଟାର୍ଗେଟରେ ବିଜେଡି ସୁପ୍ରିମୋ ନବୀନ ଆଉ ତାଙ୍କ ତଥାକଥିତ ପରାମର୍ଶଦାତା ପାଣ୍ଡିଆନ୍। ରାଜ୍ୟରେ ଖଣି ଲୁଟର ଗୁମର ଖୋଲି ସାୟରୀରେ ମାରିଛନ୍ତି ତୀର। କହିଛନ୍ତି, କେମିତି ଜଣେ ଲୋକ ସମସ୍ତଙ୍କୁ ବୋକା କରିଦେଇଥିଲା। ବିଜେଡି ନେତା ରାଜା ଚକ୍ର, କରନ, ଉଦ୍ଦିନକୁ ଶିଖେଇ ଦେଇଥିଲା ଓଡିଶାକୁ ଲୁଟିବାକୁ। ସେହି ଲୋକ ଖଣି ଉତ୍ତୋଳନ କରୁଥିଲା, ଖଣି ବିକୁଥିଲା, ହାଇ ଗ୍ରେଡ଼କୁ ଲୋ ଗ୍ରେଡ଼ କରୁଥିଲା ଆଉ ଓଡ଼ିଶାକୁ କେମିତି ଦରିଦ୍ର କରିଦେଇଥିଲା ସାୟରୀରେ କହିଛନ୍ତି ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଅମଳ ବେଳେ ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଅଦାର ଉଚିତ ମୂଲ୍ୟ

ଖଣି ମନ୍ତ୍ରୀଙ୍କ ନିଶାନାରେ ଥିଲେ ସେତେବେଳେ ବିଜେଡିର ନମ୍ବର ଟୁ ଭି.କେ ପାଣ୍ଡିଆନ୍। ସାୟରୀରେ କେତେବେଳେ କଟାକ୍ଷ ତ କେତେବେଳେ ସିଧା ଟାର୍ଗେଟ୍। କେମିତି ଦଳରେ ଟପ୍ ଟୁ ବଟମ୍ ନେତାଙ୍କ ମୁହଁ ବନ୍ଦ କରି ନିଜେ ଅଖଣ୍ଡ କ୍ଷମତା ଭୋଗୁଥିଲେ। କେମିତି ବିଜୁ ଜନତା ଦଳରେ ନେତା ପାଲଟିଯାଇଥିଲେ କ୍ରୀତଦାସ, ସେକଥା ବି ସାୟରୀରେ ବଖାଣିଛନ୍ତି ମନ୍ତ୍ରୀ ବିଭୂତି ଜେନା।

Advertisment

ବିଜେଡି ସୁପ୍ରିମୋ ନବୀନଙ୍କୁ ବି ଛାଡିନଥିଲେ ଖଣି ମନ୍ତ୍ରୀ। ଖଣି ଲୁଟ୍ ସହ ଓଡ଼ିଶାକୁ ଖୋଳ କରିଦେଇଥିବା ପାଣ୍ଡିଆନ୍ ଙ୍କ କଥାରେ ପଡି, ଅନ୍ଧ ଭାବେ ବିଶ୍ବାସ କରିଥିବା ଏବଂ ରାଜ୍ୟର ବିକାଶ ପ୍ରତି ଆଖି ବୁଜି ଦେଇଥିବା ତତକାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କରିଛନ୍ତି ମନ୍ତ୍ରୀ। ସେପଟେ ଏନେଇ ନବୀନ କି ଭିକେ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଜେଡି ବିଧାୟକ କହିଛନ୍ତି,ରାଜ୍ୟରେ କିଭଳି ଖଣି ଲୁଟ ହେବନି ତାହା ଥିଲା ସରକାରଙ୍କ ଉଦ୍ଦେଶ୍ୟ।

ଖଣି ମନ୍ତ୍ରୀ କେବଳ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିନାହାନ୍ତି ବରଂ ମୋହନ ସରକାରଙ୍କ କାର୍ଯ୍ୟର ତାଲିକା ଦେଇଛନ୍ତି। କହିଛନ୍ତି, ଆମ ସରକାରରେ ଖଣି ଲୁଟ ହେବାକୁ ଦେବୁ ନାହିଁ। ବିକ୍ରମାଦିତ୍ୟଙ୍କ ରାଜୁତି ସମୟରେ ମନ୍ତ୍ରୀ ଚାଣକ୍ୟଙ୍କ ଉଦାହରଣ ଦେଇ କହିଛନ୍ତି, ଆପଣ ଆମ ଉପରେ ବିଶ୍ୱାସ ରଖନ୍ତୁ। ଆମେ ପାରଦର୍ଶିତା ସହିତ କାମ କରୁଛୁ। ଏଥିସହ ବାଲି ଉଠାଣ ଦାୟିତ୍ୱ ପଂଚାୟତକୁ ଦେବା ଉପରେ ତର୍ଜମା କରାଯାଉଥିବା ଗୃହରେ କହିଛନ୍ତି ଖଣି ମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ହାଇକୋର୍ଟ

Odisha Iron Ore Mines VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ