Advertisment

ଆରପାରିକୁ ଯିବା ପୂର୍ବରୁ ମନ୍ଦିରକୁ ଦାନ କରିଦେଲେ ସବୁ ସମ୍ପତ୍ତି

ସ୍ୱାମୀ ଚାଲିଗଲେ, ପୁଅ ବି ଚାଲିଗଲା । ଆଉ ଏ ବୃଦ୍ଧ ସମୟରେ କାହା ମୁହଁକୁ ଚାହୁଁ ବଞ୍ଚିଥାଆନ୍ତି ? ଗାୟତ୍ରୀ ପରିବାରରେ ମିଶି ଲୋକଙ୍କ ସେବା କରିବା ସହ କେମିତି ମନ୍ଦିରର ଉନ୍ନତି ହେବ, ସେନେଇ ସବୁବେଳେ ଚିନ୍ତାରେ ଥାଆନ୍ତି କନକଲତା।

author-image
Otv Khabar Bureau
Woman Donates All Her Property

Woman Donates All Her Property

ପରିବାରରେ ସମସ୍ତେ ଅଛନ୍ତି, ହେଲେ ନିଜ ମୃତ୍ୟୁ ପୂର୍ବରୁ ନିଜର ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମନ୍ଦିର ଟ୍ରଷ୍ଟକୁ ଦାନ କରିଦେଲେ ମହିଳା। ଆଉ ମହିଳାଙ୍କ ଏପରି ନିଷ୍ପତ୍ତିକୁ ନେଇ ପୂରା ଖୁସି ପରିବାର ଲୋକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଗାୟତ୍ରୀ ଶକ୍ତିପୀଠର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ମୁଖ୍ୟ ପୃଷ୍ଠ ପୋଷିକା ଶ୍ରୀମତୀ କନକଲତା ମିଶ୍ରଙ୍କୁ ନେଇ ଏବେ ପୂରା ଜିଲ୍ଲାରେ ବେଶ୍‌ ଚର୍ଚ୍ଚା।

Advertisment

ସ୍ୱାମୀ ଚାଲିଗଲେ, ପୁଅ ବି ଚାଲିଗଲା । ଆଉ ଏ ବୃଦ୍ଧ ସମୟରେ କାହା ମୁହଁକୁ ଚାହୁଁ ବଞ୍ଚିଥାଆନ୍ତି ? ଗାୟତ୍ରୀ ପରିବାରରେ ମିଶି ଲୋକଙ୍କ ସେବା କରିବା ସହ କେମିତି ମନ୍ଦିରର ଉନ୍ନତି ହେବ, ସେନେଇ ସବୁବେଳେ ଚିନ୍ତାରେ ଥାଆନ୍ତି କନକଲତା। ସେ ନାହାନ୍ତି ସତ କିନ୍ତୁ ପୂରା ଦୁନିଆକୁ ଦେଖାଇଛନ୍ତି ମନ୍ଦିର ପରିଚାଳନା ପାଇଁ ତାଙ୍କର କେତେ ଆଗ୍ରହ ରହିଥିଲା?

ଏମିତି ତ ବହୁତ ଲୋକଙ୍କ ପାଖରେ ବହୁ ସମ୍ପତି ଅଛି । ଆଉ ତା ମଧ୍ୟରୁ ଯଦି କୌଣସି ବ୍ୟକ୍ତିଙ୍କର କେହି ନଥାଆନ୍ତି । ତେବେ ଅନ୍ୟଜଣଙ୍କୁ ଆପଣାଇ ସର୍ବସ୍ଵ ଦାନ କରି ଦେଇଥାନ୍ତି । ଆଉ କିଏ ସବୁ ଥାଇ ସୁଧା ଅଲୋଡା ହୋଇ ପଡନ୍ତି । ହେଲେ କନକଲତା ଏମିତି ଜଣେ ମଣିଷ ଯାହାଙ୍କ ପାଖରେ ସମସ୍ତେ ଥାଇ ମଧ୍ୟ ସେ ମନ୍ଦିରକୁ ସବୁ ଦାନ କରିଦେଇଛନ୍ତି। ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚମ୍ପୁଆ ଗାୟତ୍ରୀ ଶକ୍ତିପୀଠର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ମୁଖ୍ୟ ପୃଷ୍ଠ ପୋଷିକା ଶ୍ରୀମତୀ କନକଲତା ମିଶ୍ରଙ୍କର ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ନିଜ ସମ୍ପତିକୁ ବିନିଯୋଗ କରି ଗାୟତ୍ରୀ ଶକ୍ତିପୀଠର ଏକ ଶାଖା ପ୍ରତିଷ୍ଠା କରି ଏହାର ସଂପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । ତାଙ୍କର ନିଷ୍ଠାପର ଉଦ୍ୟମ ଓ ପ୍ରେରଣା ବଳରେ ଚମ୍ପୁଆରେ ଗାୟତ୍ରୀ ସାଧନା ଏକ ସାମୁହିକ ଅନୁଷ୍ଠାନରେ ପରିଣତ ହୋଇପାରିଥିଲା ।

ଏହି ମନ୍ଦିର କିପରି ସମସ୍ତଙ୍କ କାମରେ ଆସିବ ତାହାଭାବି ନିଜର ଛଅ ଝିଅ ଥିବା ସତ୍ୱେ ତାଙ୍କର ସମସ୍ତ ସମ୍ପତିକୁ ଗାୟତ୍ରୀ ମନ୍ଦିର ଟ୍ରଷ୍ଟ ନାମରେ କରି ଦେଇଛନ୍ତି । ତାଙ୍କର ଏହି ମହତ କାମକୁ ନେଇ ପରିବାର ଠାରୁ ଆରମ୍ଭ କରି ଗାୟତ୍ରୀ ପରିବାର ଓ ଅଞ୍ଚଳବାସୀ ବହୁତ ଖୁସି ।

ରିପୋର୍ଟର- ପ୍ରଣୟ ପାଣି

Special Story Woman Donates All Her Property
Advertisment
Advertisment