Advertisment

ଆଜି ନବୀନ ନିବାସରେ ମିଟିଂ ! ଫିଟିପାରେ ବିଜେପି-ବିଜେଡି ମେଣ୍ଟ ଗଣ୍ଠି

ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
BJP and BJD alliance speculations

BJP and BJD alliance speculations

ବିଜେପି-ବିଜେଡି ମେଣ୍ଟ ହେବ ନା ନାହିଁ, ଖୁବଶୀଘ୍ର ଆସିପାରେ ସ୍ପଷ୍ଟ ଚିତ୍ର। ପୂର୍ବ ବୈଠକରେ ସମ୍ୟକ୍ ଆଲୋଚନା ପରେ ଗତକାଲି ଫାଇନାଲ କଲ୍ ଡାକି ରାଜ୍ୟ ନେତୃତ୍ୱଙ୍କ ସହ ମିଶି ମେଣ୍ଟ ଅଙ୍କ ଛିଡାଇବାକୁ ଚେଷ୍ଟା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତେବେ ବୈଠକରୁ କଣ ନିଷ୍କର୍ସ ବାହାରିଛି ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନି। ହେଲେ କୁହାଯାଇଛି ଶେଷ ପର୍ଯ୍ୟାୟରେ ପହିଞ୍ଚିଛି ମେଣ୍ଟ ଚର୍ଚ୍ଚା।

Advertisment

ଗତକାଲି ଅମିତ ଶାହଙ୍କ ଘରେ ବିଜେପି ରାଜ୍ୟ ନେତୃତ୍ୱଙ୍କ ବୈଠକ ବସିଥିଲା। ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦିଲ୍ଲୀରେ ଡେରା ପକାଇଥିବା ରାଜ୍ୟ ବିଜେପି ନେତୃତ୍ୱ। ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେ ନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କୁହାଯାଉଛି ଖୁବ୍ ଶୀଘ୍ର ଏନେଇ ସ୍ପଷ୍ଟ ଚିତ୍ର ଆସିପାରେ।

ଅଧିକ ପଢ଼ନ୍ତୁ: ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ

ଏପଟେ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଥିବା ସୂଚନା ମିଳିଛି। ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।

Advertisment

୬ ତାରିଖରୁ ମେଣ୍ଟ କସରତ ଆରମ୍ଭ ହୋଇଥିଲେ ବି ପ୍ରଶ୍ନ ହେଉଛି ଏହା କେଉଁଠି ଅଟକିଛି? କୁହାଯାଉଛି ଆସନ ଭାଗବଣ୍ଟା ସହ ପାୱାର ଡିଷ୍ଟ୍ରିବ୍ୟୁସନ ବି ମେଣ୍ଟ ପ୍ରକ୍ରିୟାରେ କଣ୍ଟା ହୋଇଛି। ସିଟ୍ ବୁଝାମଣାରେ ଉଭୟ ଦଳ ପରସ୍ପର ସହ ସହମତି ହୋଇ ପାରୁନାହାନ୍ତି, ଯଦିଓ ବିଜେପି-ବିଜେଡି ଲୋକସଭାରେ ୧୩-୮ ଆଉ ବିଧାନସଭାରେ ୪୯-୯୮ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ମେଣ୍ଟ ନଛିଡିବାର କାରଣ କୁହାଯାଉଛି, ଅଧିକ ସିଟ୍ ଦାବି କରୁଛି ବିଜେପି।

BJD BJP Odisha Politics General Elections 2024
Advertisment
Advertisment