Advertisment

ବଢ଼ିଲା ମେଣ୍ଟ ଚର୍ଚ୍ଚା, ପୁଣି ଦିଲ୍ଲୀ ଗଲା ରାଜ୍ୟ ବିଜେପି ଟିମ୍‌

ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
BJP

BJP

ଦ୍ୱନ୍ଦ୍ୱ ଭିତରେ ପୁଣି ବଢ଼ିଲା ରାଜ୍ୟରେ ମେଣ୍ଟ ଚର୍ଚ୍ଚା। ଡାକରା ପାଇ ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ। ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଦିଲ୍ଲୀ ଯାଇଛନ୍ତି।

Advertisment

ବିମାନ ବନ୍ଦରରେ ଗଣମାଧ୍ୟମର ପ୍ରଶ୍ନରେ ପ୍ରତିକ୍ରିୟା ରଖି ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର କହିଛନ୍ତି, ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ। ଏଥିସହ ପୁରୁଣା କଥା ଦୋହରାଇ ତୋମାର କହିଛନ୍ତି ଯେ, ମେଣ୍ଟ ପାଇଁ କୌଣସି ଆଲୋଚନା ହୋଇନି। ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ସବୁ ସିଟ୍ ନେଇ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି।

BJD BJP General Elections 2024 Manmohan Samal
Advertisment
Advertisment