Advertisment

ବିଜେଡିର 'ରତ୍ନଭଣ୍ଡାର' ସ୍ପଷ୍ଟୀକରଣ ଚେଷ୍ଟା; ପୁଣି ଟାର୍ଗେଟ୍ କଲା ବିଜେପି

ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ସରିବାକୁ ଥିବା ବେଳେ, ଆଜି ସାମ୍ନାକୁ ଆସିଛି ରତ୍ନଭଣ୍ଡାରକୁ ନେଇ ଶାସକ ଦଳର ଏକ ଖବରକାଗଜ ବିଜ୍ଞାପନ ।

ଅଦ୍ୟତନ ହୋଇଛି
undefined

Ratna Bhandar

Advertisment

ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ବିଜେପି ମାଡ଼ରେ ଭୀଷଣ ଘାଇଲା ହେବା ପରେ, ଶେଷ ମୁହୂର୍ତ୍ତରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି ବିଜେଡି। ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ସରିବାକୁ ଥିବା ବେଳେ, ଆଜି ସାମ୍ନାକୁ ଆସିଛି ରତ୍ନଭଣ୍ଡାରକୁ ନେଇ ଶାସକ ଦଳର ଏକ ଖବରକାଗଜ ବିଜ୍ଞାପନ । ତେବେ ଏଥିରେ ଚାବି ହଜିବାକୁ ନେଇ ଉଠିଥିବା ମୂଳ ପ୍ରଶ୍ନଗୁଡ଼ିକର କୌଣସି ଉତ୍ତର ନଥିବା ଅଭିଯୋଗ କରି, ପୁଣି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି। ଶ୍ରୀମନ୍ଦିର ସେବାୟତ ଏବଂ ଐତିହ୍ୟ ବିଶେଷଜ୍ଞ ବି ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।

Advertisment

ରତ୍ନଭଣ୍ଡାର ଚାବିକୁ ନେଇ ବିଜେପିର ଘନଘନ ହମଲାରେ ଲହୁଲୁହାଣ ହେବା ପରେ, ଅତର୍ଚ୍ଛା ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହେଲା କି ବିଜେଡି ? ଇଏ ଯେ କେବଳ ଏକ ନିର୍ବାଚନୀ ମୁଦ୍ଦା ନୁହେଁ, ଭୋଟ୍ ପରେ ବି ରାଜ୍ୟବାସୀଙ୍କ ଭାବାବେଗରେ ଏହା ନବୀନ-ବିରୋଧୀ ଛାପ ଛାଡ଼ିପାରେ, ସେଇ ଆଶଙ୍କାରେ ଡରି ଗଲା କି ବିଜେଡି ? ନଚେତ୍ ଶେଷ ପର୍ଯ୍ୟାୟ ନିର୍ବାଚନର ଶେଷ ମୁହୂର୍ତ୍ତରେ ହଠାତ୍ ବିଜ୍ଞାପନ କାହିଁକି ? ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ହେଭିୱେଟମାନେ ନବୀନ ଓ ପାଣ୍ଡିଆନଙ୍କୁ ଡାଇରେକ୍ଟ ଆଟାକ୍ କରିବା ପରେ, ଆଜି ବିଭିନ୍ନ ଖବରକାଗଜରେ ଆସିଛି ବିଜେଡିର ଲମ୍ବା ବିଜ୍ଞାପନ। 'ରତ୍ନଭଣ୍ଡାରର ଖୋଲା ସତ୍ୟ'। କିନ୍ତୁ ବିଡ଼ମ୍ବନା, ଏଥିରେ ସତ୍ୟର ପର୍ଦ୍ଦାଫାସ ହେବା ତ ଦୂରର କଥା, ବର୍ଷ ବର୍ଷ ଧରି ଜଗନ୍ନାଥପ୍ରେମୀଙ୍କ ମନରେ ଉଠୁଥିବା ଗୋଟିଏ ବି ମୂଳ ପ୍ରଶ୍ନର ଉତ୍ତର ଦିଆଯାଇନି।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

Advertisment

ଯେମିତି କି- କେବେ ଓ କେଉଁ ପରିସ୍ଥିତିରେ ହଜିଲା ରତ୍ନଭଣ୍ଡାର ଚାବି ? କିଏ ଓ କାହିଁକି ତିଆରି କରିଥିଲା ଏହାର ଡୁପ୍ଲିକେଟ୍ ଚାବି ? ରତ୍ନ ଭଣ୍ଡାରର ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ସବୁ ସୁରକ୍ଷିତ ଅଛି ତ ? କାହିଁକି ସାର୍ବଜନୀନ କରାଯାଉନି ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ ? ଏସବୁ ପ୍ରଶ୍ନର ଉତ୍ତର ବଦଳରେ ଏହି ଦଳୀୟ ବିଜ୍ଞାପନରେ ଲେଖାଅଛି-ରତ୍ନଭଣ୍ଡାର କଣ, କେଉଁଠି ଅଛି, କେବେ ଖୋଲାଯାଏ, ଚାବି କାହା ପାଖରେ ରହେ ଇତ୍ୟାଦି ଇତ୍ୟାଦି। ଆଉ ତା ସହ ବିରୋଧୀଙ୍କୁ ନିଶାନା। ଲାଗୁଛି ଏଥିରେ କୁହାଯାଇଛି କମ୍, ଲୁଚାଯାଇଛି ବେଶୀ।

ସୂଚନା ଅନୁସାରେ, ୪୬ବର୍ଷ ତଳେ ଅର୍ଥାତ୍ ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ତାଲିକା ହୋଇଥିଲା। ବହୁ ବାଦ-ବିବାଦ ପରେ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ୧୭ଜଣିଆ କମିଟି ଯାଇଥିଲେ। କିନ୍ତୁ ଚାବି ନଥିବାରୁ ଭିତର ଭଣ୍ଡାର ନଖୋଲି କେବଳ ବାହାରୁ ଅଧାପନ୍ତରିଆ ଯାଞ୍ଚ କରି ଫେରି ଆସିବା ପରେ ଚାବି ହଜିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଅଜସ୍ର ଦାବି ସତ୍ତ୍ବେ ରତ୍ନଭଣ୍ଡାରର ଗଣତି ଓ ମଣତି ହୋଇପାରିନି କି ଏଏସ୍ଆଇ କହିବା ସତ୍ତ୍ବେ ଫାଟ ମରାମତି ବି କରାଯାଇନି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଆସୁଥିବା ଏ ପ୍ରସଙ୍ଗକୁ, ୨୪ ମହାଲଢ଼େଇରେ ଅନ୍ୟତମ ପ୍ରମୁଖ ମୁଦ୍ଦା କରିଛି ବିଜେପି ଏବଂ ସଂକଳ୍ପ ପତ୍ରରେ ବି ସ୍ଥାନ ଦେଇଛି।

Advertisment

ଓଡ଼ିଶାରେ ବିଜେପି ସରକାର ହେଲେ ରତ୍ନ ଭଣ୍ଡାରର ଚାବି ପାତାଳରେ ଲୁଚିଥିଲେ ବି ଖୋଜି ବାହାର କରିବୁ ବୋଲି ଘୋଷଣା କରିଛି ଦଳ । ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବାରିପଦା ସଭାରେ ଏହି ପ୍ରସଙ୍ଗ ଉଠାଇ, ଏହାକୁ ଓଡ଼ିଶାବାସୀଙ୍କ ସହ ସବୁଠୁ ବଡ଼ ଧୋକା ବୋଲି କହିଛନ୍ତି। ସେପଟେ ଆଜିର 'ରତ୍ନଭଣ୍ଡାର' ବିଜ୍ଞାପନକୁ ନେଇ ବିଜେପି ପୁଣି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣ ଛାଡ଼ିଥିବା ବେଳେ, ପ୍ରତିକ୍ରିୟା ରଖିଛି ବିଜେଡି।

ଅଧିକ ପଢ଼ନ୍ତୁ: 'କାହିଁକି ବର୍ଷେ ହେଲା ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡି ଚାଲିଛି, ନିର୍ଦ୍ଦିଷ୍ଟ ଗୋଷ୍ଠୀର ରହିଛି କି ଷଡ଼ଯନ୍ତ୍ର'

BJD BJP Ratna Bhandar General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ