Advertisment

‘ଆମ୍ବାନୀ-ଆଡାନୀଙ୍କ ସହ କେତେ ଟଙ୍କାର ଡିଲ୍‌, ଆଉ ପାଟି ଖୋଲୁ ନାହାନ୍ତି ରାହୁଲ’

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି ରାହୁଲ ?

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rahul Gandhi- Narendra Modi

Rahul Gandhi- Narendra Modi

ଆମେ ସମସ୍ତେ ଜାଣିଛନ୍ତି ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ସବୁଠୁ ବଡ଼ ଅସ୍ତ୍ର ଥିଲା ଆମ୍ବାନୀ-ଆଡାନୀ । ରାହୁଲ ଗାନ୍ଧି ନଜର ପ୍ରତ୍ୟେକ ଭାଷଣରେ ଏହି ଦୁଇ ଜଣଙ୍କ ନାଁ ନେଇ ମୋଦିଙ୍କୁ ଓ ବିଜେପିକୁ କରୁଥିଲେ ଟାର୍ଗେଟ । କେନ୍ଦ୍ର ସରକାର ବା ବିଜେପି ସରକାର ଏହି ଦୁଇ ବଡ଼ ଉଦ୍ୟୋଗପତିଙ୍କୁ ସହାନୁଭୂତି ଦେଖାଉଥିବା ସେ ଅଭିଯୋଗ କରି ଆସୁଥିଲେ । ହେଲେ ଏବେ ରାହୁଲ ପୂରା ଚୁପ୍ । ଆଡାନୀ-ଆମ୍ବାନୀଙ୍କୁ ଗାଳି ଦେବା ବି ବନ୍ଦ । ତେବେ କାହିଁକି ଗାଳି ଦେବା ବନ୍ଦ କଲେ ରାହୁଲ ? କ’ଣ ରହିଛି କାରଣ ? 

Advertisment

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି ରାହୁଲ ? କେତେ ଟଙ୍କାରେ ଡିଲ୍‌ ହୋଇଛି ? ଏନେଇ ଆଜି ନିର୍ବାଚନୀ ପ୍ରଚାର ସଭାରେ ରାହୁଲଙ୍କୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ନରେନ୍ଦ୍ର ମୋଦି ।

ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ବିଆରଏସ ଉପରେ ବର୍ଷିଛନ୍ତି। ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଅଦାନୀଙ୍କୁ ଗାଳି ଦେବା ବନ୍ଦ କରି ଦେଇଛନ୍ତି। ଏହାର କାରଣ କ’ଣ ? କେତେ ଟଙ୍କାରେ ହୋଇଛି ଏମାନଙ୍କର ଡିଲ୍‌ ? ତାହା ସର୍ବସମ୍ମୁଖରେ ଘୋଷଣା କରାଯାଉ ବୋଲି କହିଛନ୍ତି ମୋଦି । ରାହୁଲ ଶେହଜାଦା ଏନେଇ ଉତ୍ତର ରଖନ୍ତୁ ବୋଲି ମୋଦି ଦାବି କରିଛନ୍ତି।

Advertisment

ଜନସଭାକୁ ସମ୍ବୋଧିତ କରି ମୋଦି ବିଆର୍‌ଏସ୍‌ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, 'ଦୁର୍ନୀତି ଏଭଳି ଏକ ଫେଭିକଲ୍‌ ଯାହା କଂଗ୍ରେସ ଓ BRSର କମନ୍‌ କ୍ୟରେକ୍ଟର । ଏମାନେ ଗୋଟିଏ ହିଁ ମୁଦ୍ରାର ଦୁଇଟି ପାର୍ଶ୍ୱ। ବିଜେପି 'ରାଷ୍ଟ୍ର-ପ୍ରଥମ' ନୀତିରେ କାର୍ଯ୍ୟ କରୁଛି। କିନ୍ତୁ କଂଗ୍ରେସ ଏବଂ ବିଆରଏସ ତେଲେଙ୍ଗାନାରେ 'ପରିବାର-ପ୍ରଥମ' ନୀତି ଅନୁସରଣ କରୁଛନ୍ତି।'

ସେ ଆହୁରି କହିଛନ୍ତି, 'କଂଗ୍ରେସ ଏବଂ ବିଆରଏସ୍ ସଂପୂର୍ଣ୍ଣ ଭାବରେ “ପରିବାର, ପରିବାର ପାଇଁ, ପରିବାର ଦ୍ୱାରା” ନୀତିରେ ଅଛନ୍ତି । କଂଗ୍ରେସ ଏବଂ ବିଆରଏସକୁ ଯାହା ଯୋଡୁଛି ତାହା ହେଉଛି ଦୁର୍ନୀତି, ଆପତ୍ତିଜନକ ରାଜନୀତି ଏବଂ ଶୂନ୍ୟ ଶାସନର ଆଦର୍ଶ। ତେଣୁ ଆମକୁ ତେଲେଙ୍ଗାନାକୁ ଏହି ଦଳର ଦୁର୍ନୀତିଗ୍ରସ୍ତ କବଳରୁ ରକ୍ଷା କରିବାକୁ ହେବ।'

Narendra Modi BJP Congress General Election 2024
Advertisment
Advertisment