Advertisment

ନବୀନଙ୍କ ରୋଡ୍ ସୋ’ ଦେଖିବାକୁ ଆସୁନାହାନ୍ତି ଲୋକ, ଆଉ ସେଇ ମ୍ୟାଜିକ୍ ନାହିଁ କହିଲେ ବୈଜୟନ୍ତ

ସୋସିଆଲ ମିଡିଆରେ ବୈଜୟନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Low People Attendance at Naveen Patnaik Road Show

Naveen Patnaik Road Show

ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ବେଳେ ଜନସମୁଦ୍ର, ହେଲେ ନବୀନଙ୍କ ପ୍ରଚାର ବେଳେ ଖାଲି ଖାଲି । ଗତକାଲି ନବୀନ ରାଜଧାନୀରେ ତୃତୀୟ ଥର ପାଇଁ ରୋଡ୍ ସୋ କରିଥିବା ବେଳେ ଅନେକ ସ୍ଥାନରେ ଖାଁ ଖାଁ ଦେଖିବାକୁ ମିଳିଥିଲା। ରୋଡ୍ ସୋ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକ ନଥିଲେ।

Advertisment

ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ। ତାଙ୍କ ରାଲି ଏବଂ ରୋଡ୍ ସୋରେ ବହୁତ କମ୍ ଲୋକଙ୍କୁ ଦେଖିବାକୁ ମିଳୁଛି। ଜଣେ ଅଣ ଓଡ଼ିଆ ଯେଉଁଭଳି ଭାବେ ମାଇକ ଧରି ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ କହୁଛନ୍ତି, ତାକୁ ଜନସାଧାରଣ ପସନ୍ଦ କରୁନାହାନ୍ତି।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ୍ ପ୍ରଚାର, କହିଲେ ବିଜେପିକୁ ଭୋଟ ଦିଅ...

Advertisment

ସେହି ବାହାର ଲୋକ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ AI ତଥା କମ୍ପ୍ୟୁଟରରେ ତିଆରି ମିଛ ଭିଡିଓ ପ୍ରଦର୍ଶନ କରୁଛନ୍ତି। ଏଭଳି ମିଛ ଭିଡିଓ ଜନତାଙ୍କୁ ବୋକା ବନାଇ ହଜିଯାଇଥିବା ମ୍ୟାଜିକକୁ ପୁଣି ଫେରାଇ ଆଣିବ ବୋଲି ସେ ଆଶା କରୁଛନ୍ତି। ସେ ନିଜେ ମଧ୍ୟ କରୁଥିବା ରାଲିକୁ ଲୋକ ଆସୁନାହାଁନ୍ତି ବୋଲି ବୈଜୟନ୍ତ ସୋସିଆଲ ମିଡିଆରେ ଲେଖିଛନ୍ତି। ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ତେବେ ଆଉ ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଏଥର କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ।

କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ, ପୁରୀରେ ସମ୍ବିତ ପାତ୍ର VS ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ,  ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍‌ଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ। ସେହିପରି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଫାଇଟ୍ ହେବ । ଏହି ସବୁ ସିଟ୍‌ରେ କଂଗ୍ରେସ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ। 

ଅଧିକ ପଢ଼ନ୍ତୁ: ‘ନିର୍ବାଚନ ପରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ’

ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ ।

ରିପୋର୍ଟ ଅନନୁଯାୟୀ ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬ ପ୍ରତିଶତଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି । ଏମିତିକି ଜଣଙ୍କ ନାମରେ ଦୁଷ୍କର୍ମ ମାମଲା ବି ଅଛି ।

BJD BJP Congress CM Naveen Patnaik Odisha Politics General Election 2024
Advertisment
Advertisment