/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711358773.jpg)
Kharabela Swain
ସ୍ୱାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ ଖାରବେଳ ସ୍ୱାଇଁ । ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ବିଜେପି ଟିକେଟ ମିଳିବା ପରେ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ଖାରବେଳ ଆହୁରି ମଧ୍ୟ କହିଛନ୍ତି- ସେ ସ୍ୱାଧୀନ ଭାବେ ଲଢ଼ିବେ ଓ ଜିତିଲେ ବିଜେପିରେ ଯୋଗଦେବେ।
ଗତଥର କନ୍ଧମାଳରୁ ଲଢ଼ିଥିଲେ, ହେଲେ ଏଥର ବାଲେଶ୍ୱରରୁ ଲଢ଼ିବାକୁ ବିଜେପି ନେତୃବୃନ୍ଦଙ୍କୁ କହିଥିଲେ ବି ତାଙ୍କୁ ଟିକଟ୍ ମିଳିନଥିବାରୁ ସେ ସ୍ୱାଧୀନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବିଜେପି ଛାଡ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ। ସେପଟେ ଖାରବେଳଙ୍କ ନିଷ୍ପତ୍ତି ସମ୍ପର୍କରେ ବିଜେପିର ପ୍ରତିକ୍ରିୟା ମିଳିନାହିଁ।
#ସ୍ବାଧୀନ_ଭାବେ_ଲଢ଼ିବି: ଖାରବେଳ
ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ବରରୁ ଲଢ଼ିବେ ଖାରବେଳ ସ୍ବାଇଁ । ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଟିକେଟ ମିଳିବା ପରେ ଖାରବେଳଙ୍କ ଘୋଷଣା #BJP#OTVpic.twitter.com/BTje3h9zUP— ଓଟିଭି (@otvkhabar) March 25, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)