Advertisment

ମହଙ୍ଗା ପଡ଼ିଲା ‘ଏକଜିଟ୍‌ ପୋଲ’ ପ୍ରସାରଣ, ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ECI

ଓଡ଼ିଆ ଚ୍ୟାନେଲ୍‌ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଏକ ଘରୋଇ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ ପ୍ରତି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଓଡ଼ିଶା ସିଇଓଙ୍କୁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ।

ଅଦ୍ୟତନ ହୋଇଛି
Private Odia News TV Channel Telecasts Exit Poll Results

private Odia news channel

Advertisment

ମହଙ୍ଗା ପଡ଼ିଲା ନିର୍ବାଚନ ଫଳାଫଳ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍‌’ ପ୍ରସାରଣ କରିବା । ‘ଏକଜିଟ୍ ପୋଲ୍‌’ ପ୍ରସାରଣ କରିବା ପରେ ଅଡୁଆରେ ଏକ ଘରୋଇ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ । ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରି ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍‌’ ପ୍ରସାରଣ କରିବା ଏକ ଘରୋଇ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌କୁ ମହଙ୍ଗା ପଡ଼ିଛି । ଏକ ଘରୋଇ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ ଦ୍ୱାରା ଏହି ଏକଜିଟ୍ ପୋଲ ପ୍ରସାରଣ ବିରୁଦ୍ଧରେ ବିଜେପି ଆଜି ଲିଖିତ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକ ଏ ସଂପର୍କରେ ସୋସିଆଲ୍ ମିଡ଼ିଆ X ରେ ଉଲ୍ଲେଖ କରିଛନ୍ତି। ତେବେ ଏନେଇ ନିର୍ବାଚନ କମିଶନ କିମ୍ବା CEC ପକ୍ଷରୁ ସେଭଳି କୌଣସି ସୂଚନା ଏଯାଏଁ ଜାରି କରାଯାଇନାହିଁ।

Advertisment

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬(କ) ଅନୁସାରେ ଏକଜିଟ୍ ପୋଲ୍ ଉପରେ କଟକଣା ରହିଛି। ଚଳିତ ନିର୍ବାଚନରେ ଏପ୍ରିଲ ୧୯ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଓପିନିଅନ ପୋଲ ଓ ଏକଜିଟ୍ ପୋଲ୍ ପ୍ରସାରଣ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି।

Advertisment

ଜନପ୍ରତିନିଧି ଆଇନ-୧୯୫୧ ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ କରି ଆଜି ‘ ଘରୋଇ ସାଟେଲାଇଟ୍‌ ନ୍ୟୁଜ୍‌ ଚ୍ୟାନେଲ୍‌’ ଓଡ଼ିଶା ବିଧାନସଭା ନିର୍ବାଚନ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍‌’ ପ୍ରସାରଣ କରିଥିଲା । ବିଜେପି ଏନେଇ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ତୁରନ୍ତ ସମ୍ପୃକ୍ତ ଟିଭି ଚ୍ୟାନେଲ ଓ ଏହାର ମାଲିକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ବିଜେପିର ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସୁଜାତା କାର୍ତ୍ତିକେୟନଙ୍କ ନାଁରେ CECରେ ବିଜେପି ଫେରାଦ, ପାଣ୍ଡିଆନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ

ଅପରପକ୍ଷେ ସଂପୃକ୍ତ ଘରୋଇ ଟେଲିଭିଜନ୍ ପକ୍ଷରୁ ସୋସିଆଲ୍ ମିଡ଼ିଆରେ ସ୍ପଷ୍ଟୀକରଣ ରଖାଯାଇଛି । ଏହା ହେଉଛି ଏକ ଡମି ଡାଟା। ଇଣ୍ଟରନାଲ୍ ଟେଷ୍ଟିଂବେଳେ ବୈଷୟିକ ତ୍ରୁଟି କାରଣରୁ ହଠାତ୍ ଅଜାଣତରେ ପ୍ରସାରିତ ହୋଇଯାଇଥିଲା । କେବଳ ସଂପୃକ୍ତ ଟିଭି ଚାନେଲ୍ ନୁହେଁ, EXIT ପୋଲ୍ ପାଇଁ ଯେଉଁ ସଂସ୍ଥାର ନାଁ ଉଲ୍ଲେଖ କରାଯାଇଥିଲା, ସେହି ସଂସ୍ଥା ପକ୍ଷରୁ ମଧ୍ୟ ଏକ ଭିଡ଼ିଓ ଜାରି କରାଯାଇଛି । ଏଭଳି କୌଣସି EXIT POLL କରାଯାଇନଥିବା ସ୍ପଷ୍ଟ କରିଛନ୍ତି ସଂପୃକ୍ତ ସଂସ୍ଥାର ପ୍ରତିଷ୍ଠାତା । 

Election Commission Election Code Of Conduct News Channels General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ