• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ନେତା ସମୀର ମହାନ୍ତି । ଗୁମାସ୍ତା, ରିମୋଟ କଣ୍ଟ୍ରୋଲରେ ଚାଲିଛି ରାଜ୍ୟ ସରକାର। ବିପଦରେ ଗଣତନ୍ତ୍ର, ସଭାରେ କେବଳ ଗୋଟିଏ ନେତା ରହୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବା ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି । ଗୋଟିଏ ଆସନ ବାବୁଙ୍କ ପାଇଁ ଛାଡ଼ିବେ। ତାଙ୍କୁ ସେଠାରେ ଦାୟିତ୍ୱ ଦେବେ । ପାଣ୍ଡିଆନଙ୍କୁ ପଛ ଦ୍ୱାର ବାଟେ ବିଧାନସଭାକୁ ପ୍ରବେଶ କରାଇ ଶାସନଭାର ଦେବାର ଚକ୍ରାନ୍ତ ହେଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାକୁ ସଫଳ କରାଇ ଦେବୁନି ବୋଲି କହିଛନ୍ତି ସମୀର ମହାନ୍ତି । ବିଜେପିର ଏଭଳି ଅଭିଯୋଗ ପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଚେକ୍‌ ଦେବା ପାଇଁ ଶାହଙ୍କ ହୁଙ୍କାର; ସୋନପୁରରୁ ପଡ଼ିଲା ମୂଳଦୁଆ

ସୂଚନା ଅନୁସାରେ ଚଳିତ ନିର୍ବାଚନରେ ପୁଣି ଥରେ ପଶ୍ଚିମ ଓଡ଼ିଶା କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ଲଢ଼ିବା ସହ କଣ୍ଟାବାଞ୍ଜି ଆସନରୁ ମଧ୍ୟ ପ୍ରାର୍ଥୀ ହେବେ। ୨୦୧୯ ନିର୍ବାଚନରେ ମଧ୍ୟ ସମାନ କାର୍ଡ ଖେଳିଥିଲେ ନବୀନ । ହିଞ୍ଜିଳିରୁ ନିର୍ବାଚନ ଲଢ଼ିବା ସହ ବିଜେପୁରରୁ ମଧ୍ୟ ସେ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ ସେ ବିଜେପୁର ଆସନକୁ ଛାଡ଼ି ଦେଇଥିଲେ। ପରେ ସେଠାରେ ଉପନିର୍ବାଚନ ହୋଇଥିଲା ଏବଂ ବିଜେଡିରୁ ରୀତା ସାହୁ ବିଜୟୀ ହୋଇଥିଲେ ।