Advertisment

ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା, ଭୁବନେଶ୍ୱରରେ ଫ୍ଲାଗମାର୍ଚ୍ଚ କଲା କେନ୍ଦ୍ରୀୟ ଫୋର୍ସ

ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ।

author-image
Santosh Kumar Sahoo
Flagmarch

Flagmarch

ଆଗକୁ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ତେବେ ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଞ୍ଚି ସାରିଲେଣି CAPF ଯବାନ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ମୁତୟନ ହେବାକୁ ୧୫ କଂପାନୀ CAPF ଆସିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬୦ କଂପାନୀ ଫୋର୍ସ ଆସି ପହଞ୍ଚିଛନ୍ତି। ନିର୍ବାଚନ ପାଇଁ ଆଜି ଭୁବନେଶ୍ୱରରେ କେନ୍ଦ୍ରୀୟ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛି। ଅପରାଧୀ ଓ ଅପରାଧିକ କାର୍ଯ୍ୟକଳାପକୁ ଚେକ୍‌ ଦେବାକୁ ଫ୍ଲାଗମାର୍ଚ୍ଚ କରିଛି କେନ୍ଦ୍ରୀୟ ଫୋର୍ସ।

Advertisment

ସୂଚନା ଅନୁସାରେ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ସ୍ଥାନରେ ୨ ହଜାର କମ୍ପାନୀ ବା ୨ ଲକ୍ଷ ଯବାନ ମୁତୟନ ହେବେ। ନକ୍ସଲ ହିଂସା ପ୍ରଭାବିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଓ ଜାମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଫୋର୍ସ ମୁତୟନ ହେବେ। ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୩ ଲକ୍ଷ ୪୦ ହଜାର ଫୋର୍ସ ମୁତୟନ ପାଇଁ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।

Flag March Bhubaneswar General Elections 2024 CRPF
Advertisment
Advertisment