• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟର ଚାଷୀଙ୍କୁ ଧୋକା ଦେଇଛି ବିଜେଡି । ଆଜି କିଛି ଏଭଳି ଅଭିଯୋଗ କରି ପ୍ରେସମିଟ୍ କରିଛି ବିଜେପି । ଚାଷୀଙ୍କ ଆୟରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ଏବେ ରହିଛି ଓଡ଼ିଶା । ୨୦୧୯ ନିର୍ବାଚନ ବେଳେ ଚାଷୀଙ୍କୁ ୧୦ ହଜାର ଦେବେ ବୋଲି କହିଥିଲେ ରାଜ୍ୟ ସରକାର। ହେଲେ ୪ ହଜାର ଟଙ୍କା ଦେଲେ ସରକାର । କାଳିଆ ଯୋଜନାର ବାକି ୬ ହଜାର ଟଙ୍କା କୁଆଡ଼େ ଗଲା ବୋଲି ପ୍ରେସମିଟରେ ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ଅଧିକ ପଢ଼ନ୍ତୁ: ‘ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି'

ସେହିପରି ଶହେ ଟଙ୍କା ବୋନସ ଦେବେ ବୋଲି ରାଜ୍ୟ ସରକାର କହିଥିଲେ, ହେଲେ ତାହା ବି ଦେଲେନି । ଏବେ ରାଜ୍ୟରେ ବିଜେପି ସରକାରକୁ ଆସୁଛି । ବିଜେପି ସରକାର ଆସିଲେ ୫ ବର୍ଷ ଭିତରେ ଚାଷୀଙ୍କ ପାଇଁ ଥିବା ସଂକଳ୍ପ କାର୍ଯ୍ୟକାରୀ ହେବ । ବିଜେପି ଆସିଲେ ୫ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରାଯିବ । ୪୮ ଘଣ୍ଟାରେ ଧାନ କ୍ୱିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କୁ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଶୀତଳ ଭଣ୍ଡାର ଅଚଳ କିନ୍ତୁ ବିଜେପି ଆସିଲେ ରାଜ୍ୟରେ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଦୀପ । ତେବେ ବିଜେପି ଲଗାଇଥିବା ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

ସେପଟେ ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦ୍ରୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ । ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା ।

ଆସନ୍ତାକାଲି ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ହିମନ୍ତଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ବାସୁଦେବପୁର, ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ଶୋରେ ସାମିଲ ହେବେ । ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି ।

ଅଧିକ ପଢ଼ନ୍ତୁ: ବରୀରେ ଏଥର କିଏ? କାହା ମୁଣ୍ତରେ ଏଥର ସୁନା କଳସ...

ଓଡ଼ିଶାରେ ପୁଣି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି । ଏହାପରେ ସାଢ଼େ ଗୋଟାଏରେ ବାଲେଶ୍ୱରରେ ଏବଂ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

ମୋଦି ଆସିବା ପୂର୍ବଦିନ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ । ଅର୍ଥାତ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହ । କାଲି ଗୃହମନ୍ତ୍ରୀଙ୍କ ୩ଟି ସଭା ରହିଛି । କାଲି ଦିନ ୧୦ଟାରେ ଚାନ୍ଦବାଲିରେ କରିବେ ପ୍ରଥମ ସଭା । ପରେ କୋରେଇ ଓ ନିମାପଡାରେ ଜନସଭାକୁ ସମ୍ବୋଧନ କରିବେ ଶାହ ।

OTV is now on Whatsapp

Join and get latest news update delivered to you via whatsapp

Join Now