Advertisment

ମେଣ୍ଟକୁ ନେଇ ଡିଲ୍ ସରୁନି ନା ଭାଗ ଛିଣ୍ଡୁନି ? ଦିଲ୍ଲୀରେ ଘନ ଘନ ମିଟିଂ ସତ୍ତ୍ୱେ ଚିତ୍ର ଅସ୍ପଷ୍ଟ

କାହିଁକି ଆସୁନି ସ୍ପଷ୍ଟତା ? ସମ୍ଭାବ୍ୟ ମେଣ୍ଟ ନେଇ ସପ୍ତାହେ ହେଲା ଲାଗି ରହିଛି ସସ୍‌ପେନ୍ସ। ନେତାଙ୍କୁ ନିଦ ନାହିଁ, କର୍ମୀ ପଚାରୁଛନ୍ତି କେବେ, କେମିତି ଆଉ କ’ଣ ପାଇଁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

BJD-BJP Alliance

କେତେବାଟ ଆଗେଇଲା ମେଣ୍ଟ । ଏ ନେଇ ବିଜେଡି କିଛି ବି ସ୍ପଷ୍ଟ କରୁନି। ଗତ ୬ ତାରିଖ ନବୀନ ନିବାସ ବୈଠକ ପରେ ଦଳ ଏକଦମ୍ ନିରବ। ଯାହା କସରତ କରୁଛି ଭିତରେ ଭିତରେ। ଏପଟେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି ବି ତିନି ଦିନ ହେଲା ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱ। ଘନ ଘନ ହେଉଛି ବୈଠକ। ହେଲେ ଏ ଯାଏଁ ବି ଡିଲ୍ ଫାଇନାଲ୍ ହୋଇପାରୁନି। ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ସଭା ପରଠୁ ହିଁ ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ଉପରୁ କେବେ ପରଦା ହଟିବ ସମସ୍ତେ ଚାହିଁ ବସିଛନ୍ତି।

Advertisment

କାହିଁକି ଆସୁନି ସ୍ପଷ୍ଟତା ? ସମ୍ଭାବ୍ୟ ମେଣ୍ଟ ନେଇ ସପ୍ତାହେ ହେଲା ଲାଗି ରହିଛି ସସ୍‌ପେନ୍ସ। ନେତାଙ୍କୁ ନିଦ ନାହିଁ, କର୍ମୀ ପଚାରୁଛନ୍ତି କେବେ, କେମିତି ଆଉ କ’ଣ ପାଇଁ। ୩ ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପିର ରାଜ୍ୟ ନେତୃତ୍ୱ। ଘନ ଘନ ଚାଲିଛି କସରତ। ଏପଟେ ବିଜେଡି ଶିବିରରେ ଅସମ୍ଭବ ନିରବତା । ଗତ ୬ ତାରିଖରେ ନବୀନ ନିବାସ ବୈଠକ ପରେ ଆଉ କିଛି ବି ହଲଚଲ୍ ନାହିଁ। ଏମିତି କି ନିର୍ବାଚନୀ କାର୍ଯ୍ୟକ୍ରମ ବି ଯେମିତି ଠପ୍ ହୋଇଯାଇଛି।

ଅନ୍ୟପଟେ ଯଦିଓ ବିଜେପି ଏକାକୀ ଲଢିବ ବୋଲି ପ୍ରତିକ୍ରିୟା ଦେଇ କାର୍ଯ୍ୟକ୍ରମ ଜାରି ରଖିଛି, ହେଲେ ବିଜେଡିର ନିସ୍ତବ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ଏଯାଏଁ ଶୀର୍ଷ ନେତୃତ୍ୱ କିଛି ବି ସ୍ପଷ୍ଟ କରୁ ନାହାନ୍ତି। ଏପଟେ କିନ୍ତୁ ଦଳର ଜଣଙ୍କ ପରେ ଜଣେ ନେତାଙ୍କ ବୟାନ ମେଣ୍ଟ ହେଉଥିବା ନେଇ ଇଙ୍ଗିତ କରୁଛି। ଅନ୍ୟପଟେ ଗତକାଲି ଆଉ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି ରାଜ୍ୟ ନେତୃତ୍ବ। ସେହିପରି ଗତକାଲି ରାତିରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଘରେ ୫ରୁ ଅଧିକ ବିଧାୟକଙ୍କ ମେଳି ଏହି ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

Advertisment

ମେଣ୍ଟ ସମ୍ଭାବନା ଭିତରେ ଆସନ ଭାଗବଣ୍ଟା ବାବଦରେ ଦୁଇଟି ଫର୍ମୁଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଫର୍ମୁଲାରେ ବିଜେପି-ବିଜେଡି ଲୋକସଭାରେ ୧୩-୮ ଏବଂ ବିଧାନସଭାରେ ୪୯-୯୮। ଆଉ ଏକ ଫର୍ମୁଲାରେ ଲୋକସଭାରେ ବିଜେପି ୧୪, ବିଜେଡି ୭ ଏବଂ ବିଧାନସଭାରେ ବିଜେପି ୫୬ ଓ ବିଜେଡି ୯୧ରେ ଅଙ୍କ ଛିଣ୍ଡିପାରେ। ଯଦି ୧୩-୮ ଫର୍ମୁଲାରେ ଅଙ୍କ ଛିଡ଼େ, ତାହେଲେ ନଜର ପକାନ୍ତୁ ସମ୍ଭାବ୍ୟ ଲୋକସଭା ଆସନ ଭାଗବଣ୍ଟା ଉପରେ। ବିଜେଡି ପାଖରେ ରହିପାରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ବ୍ରହ୍ମପୁର, ଆସିକା, କନ୍ଧମାଳ ଓ କୋରାପୁଟ। ବଳକା ୧୩ ସିଟ୍ ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ବଲାଙ୍ଗୀର,କଳାହାଣ୍ଡି ଓ ନବରଙ୍ଗପୁର ବିଜେପି ଭାଗରେ ପଡ଼ିପାରେ। ହେଲେ କୁହାଯାଉଛି ଆସନକୁ ନେଇ ଏବେ ବି ସହମତି ଆସିପାରୁ ନାହିଁ। ବିଧାନସଭାରେ ବିଜେଡି ୧୦୦ରୁ ଅଧିକ ସିଟ୍ ଚାହୁଁଥିବା ଚର୍ଚ୍ଚା ହେଉଛି।

ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ ପର ଦିନ ଠାରୁ ହିଁ ଓଡ଼ିଶା ରାଜନୀତିରେ ମେଣ୍ଟ କସରତ ଚର୍ଚ୍ଚା ଲାଗି ରହିଛି। ଏହି ଭିତରେ ଦୁଇ ଦୁଇ ଥର ରାଜ୍ୟ ବିଜେପି ନେତୃତ୍ୱ ଦିଲ୍ଲା ଗସ୍ତରେ ଗଲେଣି। କୁହାଯାଉଛି ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦି ଏଥିରେ ହସ୍ତକ୍ଷେପ କରିପାରନ୍ତି।

BJD BJP General Elections 2024
Advertisment
Advertisment