Advertisment

ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ବିଜେଡିରେ କିନ୍ତୁ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

General Election 2024

ଧାମନଗର ଝଟକା ପରେ ପଦ୍ମପୁର ବାଜି ଜିତିବା ନେଇ ବିଜେଡି ଫୁଲ୍ କନ୍ଫିଡେଣ୍ଟ। ତେବେ ଏ ଦୁଇ ବାଇ-ଇଲେକ୍ସନ ଅପେକ୍ଷା ଅଧିକ ଚିନ୍ତା ଚବିଶ ନିର୍ବାଚନକୁ ନେଇ। ଏବେଠାରୁ ପୁରା ଆଲର୍ଟ ମୋଡ୍‌ରେ ଦଳ। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ସରକାର ବିରୋଧୀ ମାହୋଲ ଦାନା ବାନ୍ଧୁଛି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ବି ବଢ଼ିବାରେ ଲାଗିଛି ଏହାକୁ ଚେକ୍ ଦେବା ସହ ସଙ୍ଗଠନ ଉପରେ ଏବେଠାରୁ ଗୁରୁତ୍ୱ ଦେଉଛି ଦଳ। ଆଜି ପଦ୍ମପୁର ପୋଷ୍ଟମର୍ଟମ ବେଳେ ନବୀନ ନିବାସରେ ଏ ବିଷୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

Advertisment

ପଦ୍ମପୁରରେ ଗ୍ରାଉଣ୍ଡରେ କି ସମସ୍ୟା ରହିଛି, କେମିତି ସମାଧାନ କରାଯିବ, ସେନେଇ ଆସନ୍ତା ୧୫ ତାରିଖ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଏହାଠୁ ଅଧିକ ଗୁରୁତ୍ୱୂପୂର୍ଣ୍ଣ କଥା ହେଲା ପଦ୍ମପୁର ଫାଇଟ୍‌ରୁ ନେତାମାନେ ଯେଉଁ ଅଭିଜ୍ଞତା ହାସଲ କଲେ, ଯେଉଁ ଫର୍ମୁଲାରେ ବିରୋଧୀଙ୍କ ଚାଲ୍‌କୁ କାଉଣ୍ଟର କଲେ ସେ ସବୁକୁ ଅନ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରୟୋଗ କରିବାକୁ କୁହାଯାଇଥିବା ଜଣାପଡ଼ିଛି। ଅର୍ଥାତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘର ଓ ପ୍ରତ୍ୟେକଟି ଭୋଟରକୁ ଛୁଇଁବା ସହ କଣ ସମସ୍ୟା ରହିଛି ତାକୁ ସମାଧାନ କରିବା, ସରକାରୀ ଯୋଜନାର ଫାଇଦା ପହଞ୍ଚାଇବାକୁ ଦିଆଯାଇଛି ପରାମର୍ଶ।

ଓ୍ୱାର୍ଡ କମିଟି ଗଠନ କରି, ଭୋଟର୍ ତାଲିକାର ପୃଷ୍ଠା ଓ୍ୱାରି ଜଣେ ଜଣେ କମିଟି ସଦସ୍ୟକୁ ଦାୟିତ୍ୱ ଦିଆଯିବା ନେଇ ପରାମର୍ଶ ଦିଆଯାଇଛି। ସେପଟେ ବିଜେପି ମଧ୍ୟ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ପାଇଁ ଯୋଜନା କରିଛି। ବୁଥ୍ ମଜଭୁତ୍, ପ୍ରତ୍ୟେକ ପଂଚାୟତରେ ଥିବା ଶକ୍ତି କେନ୍ଦ୍ରକୁ ସୁଦୃଢ କରିବା ଉପରେ ଜୋର ଦେଇଛି ଦଳ। ତାଛ଼ଡ଼ା ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ବିରୋଧୀ ମାହୋଲ ବନାଇବାକୁ ଯୋଜନା ହୋଇଛି। ସେପଟେ କଂଗ୍ରେସ ନୂଆ ବର୍ଷରୁ ନୂଆ ଯୋଜନା ସହ ମୈଦାନକୁ ଓହ୍ଲାଇବାକୁ ଯାଉଛି।

Advertisment

ଏହାରି ଭିତରେ ବିଜେଡିରେ କିନ୍ତୁ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ। ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଅରବିନ୍ଦ ଢାଲି ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ବିଧାୟକଙ୍କୁ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ୪୦ ପ୍ରତିଶତ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଏଭଳି ଗୋଷ୍ଠୀ କନ୍ଦଳ ମୁଣ୍ଡ ଟେକିଥିବା ଚର୍ଚ୍ଚା ହେଉଛି। ପଦ୍ମପୁର ଫଳାଫଳ ସବୁ ଦଳ ପାଇଁ ଏକ ବଡ଼ ଲେସନ୍ ହେବ। ଆଉ ଏହାପରେ ୨୪ ପାଇଁ ସବୁୁ ଦଳ ଲଗାଇବେ ଜୋର୍। ଆଉ ଧାମନଗର ଓ ପଦ୍ମପୁରରେ ଯେମିତି ବିଜେପି-ବିଜେଡି ମଧ୍ୟରେ ଟକ୍ରା-ଟକ୍ରି ହେଲା ଆଗକୁ ବି ସେଭଳି ଘଟଣା ବଢ଼ିବାର ଆଶଙ୍କା ରହିଛି।

General Election 2024
Advertisment
Advertisment