• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟକୁ ନେଇ ସରକାରଙ୍କୁ ଘେରିଲା ବିଜେପି । ପ୍ରେସମିଟ ଜରିଆରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ବି ପୋଲିସ୍‌ ତାଙ୍କୁ ଜେରା କାହିଁକି କରୁନି ବୋଲି ପ୍ରଶ୍ନ କରିଛନ୍ତି । ଯୌନ କେଳେଙ୍କାରୀରେ ଯାହାର ବି ସଂପୃକ୍ତି ରହିଛି ତାକୁ ଗିରଫ କରାଯାଉ ।

ଅନ୍ୟପଟେ ପୋଲିସ୍ ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁନି ତ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ରାକେଟ୍‌ ପଛରେ ସରକାରୀ ଦଳ ପ୍ରତ୍ୟେକ୍ଷ ଭାବରେ ସଂପୃକ୍ତ ରହିଛି । ଏହାବ୍ୟତୀତ ଏବେ ସୁଦ୍ଧା ରାକେଟରେ ସଂପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ସ୍ପଷ୍ଟ କରୁନି ପୋଲିସ୍ । ଏହି ମାମଲାର ସିବିଆଉଇ ତଦନ୍ତ ଦାବି କରିଛି ବିଜେପି ।

ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତା ସ୍ୱାମୀଙ୍କ ସହ ରହିଛି ନେତା-ମନ୍ତ୍ରୀଙ୍କ ବଡ଼ ଲିଙ୍କ୍ । କିଛି ଦିନ ପୂର୍ବରୁ ପୂର୍ବତନ ବାଚସ୍ପତି, ଏବେକାର ଆଇନ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଉଠିଥିବା ଫଟୋ ସବୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ ତେଜିଛି ରାଜନୀତି । ଯାହାଙ୍କ ଫଟୋ ଅଛି, ସମସ୍ତେ କହୁଛନ୍ତି ,ଆମେ ଚିହ୍ନିନୁ କି ଜାଣିନୁ ।

ଅଧିକ ପଢ଼ନ୍ତୁ: ଲେଡି ବ୍ଲାକ୍‌ମେଲର ଫାଶରେ ବଡ଼ ନେତା-କଣ୍ଟ୍ରାକ୍ଟର-ଅଫିସର ! 

ସେହପରି ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ତେବେ ପୋଲିସ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ହନିଟ୍ରାପର ହାଇପ୍ରୋଫାଇଲ୍ ଲିଙ୍କ୍ ମଧ୍ୟ କାଢ଼ିବାର ସମ୍ଭାବନା ରହିଛି । ଗତକାଲି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଲିଙ୍ଗରେ ଜଣେ ବ୍ୟବସାୟୀ ପ୍ରମୋଦ ସ୍ୱାଇଁଙ୍କୁ ତାଙ୍କ ବରମୁଣ୍ଡା ଘରେ ଯାଇ ପଚରାଉଚରା କରୁଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି ବ୍ୟବସାୟୀ ଜଣକ ଫିଲ୍ମ ପ୍ରଯୋଜକ ଥିଲେ । ଅର୍ଚ୍ଚନା ପୂର୍ବରୁ ଅର୍ଥାତ ୨୦୧୬ରେ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ । ଘରଭଡ଼ାକୁ ନେଇ ବିବାଦ ଥିଲା, ଆଉ ଏହା ଥାନା ପର୍ଯ୍ୟନ୍ତ ଯାଇଥିଲା । ଅର୍ଚ୍ଚନା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ବି କରିଥିଲେ ।