• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ୍‌ଙ୍କ ଖୋଲୁଛି ‘ରହସ୍ୟମୟୀ’ ଗୁମର । ଏହାରି ମଧ୍ୟରେ ସେ ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଆସନ୍ତାକାଲି କୋର୍ଟରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ । ସେଥିପାଇଁ ସେ ଆଗୁଆ ଜାମିନ୍‌ ଆବେଦନ କରୁଥିବାର କୁହାଯାଉଛି ।

ଅର୍ଚ୍ଚନା ନାଗ୍‌ଙ୍କ ସହ ନେତାଙ୍କ ଫଟୋ

ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗର ଫାଶରେ ମାଳ ମାଳ ନେତା । ନିଇତି ସାମ୍ନାକୁ ଆସୁଛି ପାଓ୍ୱାରଫୁଲ୍‌ଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁମାଛି କଡ଼ରେ ଛିଡ଼ା ହୋଇ ପୋଜ୍ ଦେଇଛି ତ ପୁଣି କିଏ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଣ୍ଢେଇଛି ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ସବୁକୁ ଟିକେ ଦେଖିଲେ ଅନେକ ପ୍ରଶ୍ନ ମନକୁ ଆସୁଛି । ଗୋଟିଏ ଫଟୋରେ ଅଛନ୍ତି ବ୍ଲାକ୍‌ମେଲର ଦଂପତ୍ତିଙ୍କ ସହ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ।

ଅଧିକ ପଢ଼ନ୍ତୁ: ବ୍ଲାକମେଲର୍ ଲେଡିଙ୍କ ସହିତ ନେତାମନ୍ତ୍ରୀଙ୍କ ଫଟୋ

ସେମିତି ଆଉ ଏକ ଫଟୋରେ କେବଳ ଜଗବନ୍ଧୁ ଚାନ୍ଦଙ୍କ ସହ ଅଛନ୍ତି ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ । ଖୋଦ୍ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା କୈଳାସ କୁଲେସିକା ବି ଫଟୋରେ ଜଗବନ୍ଧୁଙ୍କ ସହ ଥିବାବେଳେ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ପରିଡ଼ା ବି ତାଙ୍କ ସହ ଉଠାଇଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ନାଗ ଗିରଫ ହେଲେ କିନ୍ତୁ କୁଆଡ଼େ ଗଲେ ତାଙ୍କ ସହ ଥିବା ଯୁବତୀ ତଥା ପ୍ରଥମ ଅଭିଯୋଗକାରିଣୀ? ଭୁବନେଶ୍ୱର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା । ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ଗିରଫ ହୋଇଥିଲେ ଅର୍ଚ୍ଚନା । ସମାନ ଭାବେ ବ୍ଲାକମେଲିଂ ଅଭିଯୋଗ ଆଣି ଏହା ପୂର୍ବରୁ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ସିନେମା ପ୍ରଯୋଜକ ଅକ୍ଷୟ ପରିଜା ।

ଅଧିକ ପଢ଼ନ୍ତୁ: ନେତା, ସିନେ ପ୍ରଯୋଜକଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ ଲେଡି ବ୍ଲାକ୍‌ମେଲର୍‌