Advertisment

BJP Prepares to Elect New Odisha State President: କିଏ ହେବେ ନୂଆ ରାଜ୍ୟ ବିଜେପି ସଭାପତି ?

ଦିନ ୧୧ଟାରୁ ଅପରାହ୍ନ ୨ଟା ଭିତରେ ସଭାପତି ପଦ ଲାଗି ନାମଙ୍କନପତ୍ର ଦାଖଲ କରାଯିବ ଓ ଚିହ୍ନ ପ୍ରକାଶ ପାଇବ। ଆବଶ୍ୟକ ହେଲେ, କାଲି ଦିନ ୯ଟାରୁ ୧୧ଟା ଭିତରେ ମତଦାନ ହୋଇ ସାଢେ ୧୧ଟାରେ ପ୍ରକାଶ ପାଇବ ଫଳଫଳ।

author-image
Sujit kumar Swain
Nomination Today as BJP Prepares to Elect New Odisha State President

Nomination Today as BJP Prepares to Elect New Odisha State President

କିଏ ହେବେ ନୂଆ ରାଜ୍ୟ ବିଜେପି ସଭାପତି। ଆଜି ଦାଖଲ ହେବ ନାମାଙ୍କନ। ଦିନ ୧୧ଟାରୁ ଅପରାହ୍ନ ୨ଟା ଭିତରେ ସଭାପତି ପଦ ଲାଗି ନାମଙ୍କନପତ୍ର ଦାଖଲ କରାଯିବ ଓ ଚିହ୍ନ ପ୍ରକାଶ ପାଇବ। ଆବଶ୍ୟକ ହେଲେ, କାଲି ଦିନ ୯ଟାରୁ ୧୧ଟା ଭିତରେ ମତଦାନ ହୋଇ ସାଢେ ୧୧ଟାରେ ପ୍ରକାଶ ପାଇବ ଫଳଫଳ। ଏଥିପାଇଁ ବିଜେପି ନିର୍ବାଚନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜସୱାଲ ଆଜି ଓଡ଼ିଶା ଆସୁଛନ୍ତି। ତାଙ୍କ ଉପସ୍ଥିତିରେ ସଭାପତିଙ୍କ ନାଁ ଘୋଷଣା କରାଯିବ। 

Advertisment

ନୂଆ ସଭାପତି ନିର୍ବାଚନ ପରେ କାଲି ଏକ ବିଶାଳ ସମାବେଶର ଆୟୋଜନ କରାଯିବ। ଏହାପୂର୍ବରୁ ଗତକାଲି ପାର୍ଟି କାର୍ଯ୍ୟାଳୟରେ ପ୍ରକାଶ ପାଇଥିଲା ୨୭୩ ଜଣ ମତଦାତାଙ୍କ ତାଲିକା। 

ଅଧିକ ପଢ଼ନ୍ତୁ: ବରିଷ୍ଠ ନାଗରିକଙ୍କୁ ଆକ୍ରମଣ, ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା

Advertisment

 

ରାଜ୍ୟ ବିଜେପି ସଭାପତି ରେସରେ ଏକାଧିକ ବରିଷ୍ଠ ନେତା ଥିଲେ ବି ଅନୁଭବୀ ତଥା ଏବେ ପଦରେ ଥିବା ମନମୋହନଙ୍କ ନାଁ ସବୁଠୁ ଆଗରେ ରହିଛି। ତାଙ୍କୁ ଦଳ ରିପିଟ କରିପାରେ ବୋଲି ଚର୍ଚ୍ଚା ହେଉଛି। 

ସେହିପରି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଉପସଭାପତି ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା। 

BJP
Advertisment
Advertisment