/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751799329.jpg)
BJD-BJP Politics
ବିଜେଡି କର୍ପୋରେଟରଙ୍କ ନାଁରେ ଥାନାରେ ଏତଲା । କଟକ ମ୍ୟୁନିସିପାଲ କର୍ପୋରେସନର ୨୨ ନମ୍ବର ୱାର୍ଡ କର୍ପୋରେଟର ଚନ୍ଦନ ଜେନାଙ୍କ ନାଁରେ ଏତଲା ହୋଇଛି । ନିଜ ୱାର୍ଡର ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ମେରିଆବଜାର ଅଞ୍ଚଳର ବରିଷ୍ଠ ନାଗରିକ ସୁବ୍ରତ କୁମାର ସରକାରଙ୍କ ଘର ବାଉଣ୍ଡ୍ରୀ ୱାଲକୁ ଲଗେଇ ଘର ନିର୍ମାଣ କରାଯାଉଛି ।
Advertisment
ସେ ଏହାକୁ ବାରଣ କରିବାରୁ ତାଙ୍କୁ କର୍ପୋରେଟର ଚନ୍ଦନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପଥରରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତିକରି ପୋଲିସ ଚନ୍ଦନଙ୍କ ନାଁ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଅନ୍ୟପଟେ ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହେଇଛି। ଏ ବାବଦରେ କର୍ପୋରେଟର ଚନ୍ଦନ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)