Advertisment

୨୬ ଦଳଙ୍କୁ ନେଇ ବିରୋଧୀଙ୍କ ନୂଆ ମେଣ୍ଟ I.N.D.I.A

ଦିଲ୍ଲୀରେ ଏନଡିଏର ଶକ୍ତି ପ୍ରଦର୍ଶନ । ୩୮ ସହଯୋଗୀ ଦଳଙ୍କୁ ମନ୍ତ୍ର ଦେବେ ମୋଦି ।

ଅଦ୍ୟତନ ହୋଇଛି
undefined

Politics- I.N.D.I.A Vs NDA

Advertisment

ୟୁପିଏ ବନିଲା ଇଣ୍ଡିଆ । ୨୬ ମିଳିତ ବିରୋଧୀଙ୍କ ବେଙ୍ଗଳୁରୁ ବୈଠକରେ ମେଣ୍ଟର ନୂଆ ନାଁ ରଖାଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ। ୨୪ ନିର୍ବାଚନରେ ବିରୋଧୀଙ୍କ ପିଏମ୍ ଚେହେରା କିଏ ହେବ, ସେ ନେଇ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ, କଂଗ୍ରେସ ପ୍ରଧାନମନ୍ତ୍ରୀ ଆସନ ପାଇଁ ଆଗ୍ରହୀ ନୁହେଁ ବୋଲି କାଳେ ସ୍ପଷ୍ଟ କରିଛନ୍ତି ସଭାପତି ଖାଡ଼ଗେ।

Advertisment

୨୪ରେ NDA ବନାମ୍ ଇଣ୍ଡିଆ ଲଢ଼େଇ । ଗୋଟିଏ ପଟେ ୩୮ ଦଳଙ୍କୁ ନେଇ ବଳିୟାନ୍ NDA ଅନ୍ୟପଟେ ବିରୋଧୀଙ୍କ ସ୍ପେଶାଲ୍-୨୬ ମହାମେଣ୍ଟ । ଗତକାଲି ଠାରୁ ୨୬ଟି ବିରୋଧୀ ଦଳଙ୍କୁ ନେଇ ବେଙ୍ଗଳୁରୁରେ ଚାଲିଥିବା ମାନସମନ୍ଥନରୁ ଆଜି ନିଷ୍କର୍ସ ବାହାରିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ନିଜର ନବକଳେବର କରିଛି ୟୁପିଏ। ନୂଆ ନାଁ ଦେଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବି ପଡୁଛି ଜାତୀୟ ରାଜନୀତିର ପ୍ରଭାବ ! କ’ଣ କରିବ BJD ? 

ଏସଂପର୍କରେ ସୂଚନା ଦେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ୨୬ଟି ଯାକ ଦଳର ମନ ମିଶିଛି। ଏହି ନୂଆ ମେଣ୍ଟର ଆଗାମୀ ବୈଠକ ମୁମ୍ବାଇରେ ହେବ। ସେଠାରେ ୧୧ ଜଣିଆ କୋର୍ଡିନେସନ କମିଟି ଗଠନ କରାଯିବ। ତେବେ ଏହାର ବାକିସବୁ ନିଷ୍ପତ୍ତି ନୂଆଦିଲ୍ଲୀରେ ହେବ।

Advertisment

NDA ବନାମ୍ ଇଣ୍ଡିଆ ଲଢ଼େଇରେ କିଏ ହେବ ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ? ଅର୍ଥାତ୍ କିଏ ବନିବ ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ଚେହେରା? ଏନେଇ ସାରା ଦେଶରେ କଳ୍ପନାଜଳ୍ପନା ଲାଗିଥିବା ବେଳେ, ବିରୋଧୀ ମେଳିକୁ ବିନା ବରରେ ବରଯାତ୍ରୀ ବୋଲି କଟାକ୍ଷ କରିଆସୁଛି ବିଜେପି । ତେବେ ଚର୍ଚ୍ଚା ହେଉଛି ଯେ, କଂଗ୍ରେସ ପିଏମ୍ ଆସନ ପାଇଁ ଆଗ୍ରହୀ ନଥିବା ସ୍ପଷ୍ଟ କରିଛନ୍ତି ଖାଡ଼ଗେ। ତେଣେ ବିରୋଧୀଙ୍କୁ ଆଜି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଦୁର୍ନୀତିଖୋର୍ ବୋଲି କହିବା ସହିତ, ଅଫ୍ ଦି ଫ୍ୟାମିଲି, ବାୟ ଦି ଫ୍ୟାମିଲି, ଫର୍ ଦି ଫ୍ୟାମିଲି ସେମାନଙ୍କ ମନ୍ତ୍ର ବୋଲି କହିଛନ୍ତି।

ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ ଉତ୍ସାହ ଭରିଛି NDA କ୍ୟାମ୍ପରେ । ଆଜି ଦିଲ୍ଲୀରେ ୩୮ଟି ସହଯୋଗୀ ଦଳଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରୁଛି ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ- NDA। ମେଣ୍ଟର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ। ଏଥିରେ ସାମିଲ ହୋଇଥିବା ଚର୍ଚ୍ଚିତ ସହଯୋଗୀଙ୍କ ମଧ୍ୟରେ ଅଛନ୍ତି ଶିବସେନାର ଏକନାଥ ସିନ୍ଦେ ଏବଂ NCPର ଅଜିତ ପାୱାର। ଏଥିସହ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା କାକା ପଶୁପତିନାଥ ପାରସଙ୍କ RLJP, NDAରେ ସାମିଲ ଥିବା ବେଳେ, ଚିରାଗ ପାଶ୍ୱାନଙ୍କ LJP ବି ମେଣ୍ଟରେ ଯୋଡ଼ିହେବା ବିହାର ରାଜନୀତିକୁ ରୋଚକ କରିଛି ।

Advertisment

General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ