Advertisment

BJD Conflict: ମିଳିଲାନି ନିମନ୍ତ୍ରଣ, ଅସନ୍ତୋଷ ଝାଡ଼ିଲେ ପୁରୁଖା ନେତା

ଆଜି ନବମ ଥର ପାଇଁ ବିଜେଡି ସଭାପତି ଭାବେ ଶଙ୍ଖ ଭବନରେ ନବୀନଙ୍କ ଅଭିଷେକ ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଦେଖା ନମିଳିବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏମିତିକି ସବୁବେଳେ ଦଳ ପାଇଁ ଓକିଲାତି କରି ଆସୁଥିଲେ ବି ଆଜି ଦଳର ଏକ ବଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଏଭଳି ଟାଣୁଆ ନେତାଙ୍କ ସଂଖ୍ୟା ୧୦ରୁ ଅଧିକ ।

ମେଳି ନେତାଙ୍କ କଟିଲା ପତ୍ତା !

ମେଳି ନେତାଙ୍କ କଟିଲା ପତ୍ତା !

Advertisment

ନବୀନ ନବମ ଥର ପାଇଁ ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ନିର୍ବାଚିତ ହେଲେ ।  ତଥାପି ଦଳରେ ଥମିଲାନି ବିବାଦ । ଆଜି ଶଙ୍ଖପତିଙ୍କ ଅଭିଷେକ ଉତ୍ସବରେ ଅନେକ ଚିହ୍ନା ଓ ଟାଣୁଆ ଚେହେରାଙ୍କ ଅନୁପସ୍ଥିତିକୁ ନେଇ ନାନା ଚର୍ଚ୍ଚା । ଆଜିର କାର୍ଯ୍ୟକ୍ରମକୁ ଡକାଯାଇ ନଥିବାରୁ ଅନେକ ନେତା ଖୋଲାଖୋଲି ଅସନ୍ତୋଷ ଜାହିର କରିଥିବାବେଳେ, ଏହା ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ଚର୍ଚ୍ଚାରେ ପ୍ୟାଚ୍ ପକାଇଛନ୍ତି ଆଉ କିଛି ବରିଷ୍ଠ ।

Advertisment

ଆଜି ନବମ ଥର ପାଇଁ ବିଜେଡି ସଭାପତି ଭାବେ ଶଙ୍ଖ ଭବନରେ ନବୀନଙ୍କ ଅଭିଷେକ ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଦେଖା ନମିଳିବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏମିତିକି ସବୁବେଳେ ଦଳ ପାଇଁ ଓକିଲାତି କରି ଆସୁଥିଲେ ବି ଆଜି ଦଳର ଏକ ବଡ଼ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଏଭଳି ଟାଣୁଆ ନେତାଙ୍କ ସଂଖ୍ୟା ୧୦ରୁ ଅଧିକ । ସେହି ଲିଷ୍ଟରେ ଅଛନ୍ତି ପୂର୍ବତନ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶିଭୂଷଣ ବେହେରାଙ୍କ ସହ ଭୂପିନ୍ଦର ସିଂ, ସନାତନ ମହାକୁଡ଼ ଓ ଶ୍ରୀମୟୀ ମିଶ୍ର ।

ସେହିଭଳି ୱକଫ୍ ବିଲ୍ ଭୋଟିଂ ବିବାଦ ପରଠୁ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସହ ଅନ୍ୟ ଦୁଇ ସାଂସଦ ନିରଞ୍ଜନ ବିଶି ଓ ସୁଲତା ଦେଓଙ୍କର ବି ଦେଖା ମିଳିନି । ତେବେ କେଉଁ ପରିସ୍ଥିତିରେ ବିଜେଡିର ଏକ ବିଶେଷ ମୁହୂର୍ତ୍ତକୁ ଏ ନେତାମାନେ ଆସଲେନି ? ସେ ଉତ୍ତର ଖୋଜା ଭିତରେ କିଛି ଅନୁପସ୍ଥିତ ନେତା କିନ୍ତୁ ରଖିଛନ୍ତି ଖୋଲାଖୋଲି ପ୍ରତିକ୍ରିୟା ।

Advertisment

ଅଧିକ ପଢ଼ନ୍ତୁ: ନବମ ଥର ସଭାପତି ହେଲେ ନବୀନ, କିନ୍ତୁ ଶଙ୍ଖ ଭବନ ଆସିଲେନି ଭେଟ୍‌ରାନ୍‌ ନେତା

ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ ସ୍ପଷ୍ଟ ଭାବେ କହିଛନ୍ତି 'ବିଜେଡି ଷ୍ଟେଟ୍ କାଉନସିଲ୍ ମିଟିଂକୁ ତାଙ୍କୁ ପୂର୍ବରୁ ଡକାଯାଉଥିଲା, ହେଲେ ଏଥର ଡକାଯାଇନି ।' ତା'ସହ କହିଛନ୍ତି ହେଲେ ଦଳ ସହ ମୁଁ ରହିଛି, ଚକ୍ରାନ୍ତ କଥା ଜାଣିନି । ସେମିତି ଶଶି ବେହେରା ଆଜିର ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି 'ମୋତେ କାହିଁକି ଡକାଯାଇନି, ସେକଥା ଦଳର ସାଂଗଠନିକ କଥା ବୁଝୁଥିବା ବ୍ୟକ୍ତି ହିଁ କହି ପାରିବେ ।' ତେବେ ବିଜେଡି ଷ୍ଟେଟ୍ କାଉନସିଲ୍ ମିଟିଂକୁ କାହିଁକି ଆସିଲେନି ଶଙ୍ଖ ଦଳର ବହୁ ଅଭିଜ୍ଞ ନେତା ? କଣ ମେଳି କରିଥିବା ନେତାଙ୍କ ପତ୍ତା କଟିଲା କି ? ତାକୁ ନେଇ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ।

Advertisment

ଯେହେତୁ ୱକଫ୍ ବିଲ୍ ଭୋଟିଂ ଦ୍ବନ୍ଦ୍ବ ପରଠୁ ନେତାଙ୍କ ବୟାନବାଜି ସହ ଘନ ଘନ ମେଳି ଚାଲିଥିଲା, ତେଣୁ ସେତେବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିବା ନେତାମାନଙ୍କୁ ସାଇଡ୍ କରାଯାଇଥିବା ବି ଆଲୋଚନା ହେଉଛି । ଯେମିତି କି ପ୍ରଫୁଲ୍ଲ ମଲ୍ଲିକ, ପାଣ୍ଡିଆନଙ୍କୁ ସମର୍ଥନ ଦେଇ ନବୀନ ଦେଇଥିବା ବୟାନକୁ ସେତେବେଳେ ସେ କଡ଼ା ସମାଲୋଚନା କରିଥିଲେ । ତା'ସହ ଦଳରେ କେହି ଚାକିରି କରିନାହାନ୍ତି ଯେ ତାଙ୍କୁ ନାଲି ଆଖି ଦେଖାଇବେ ବୋଲି ବି କହିଥିଲେ ।

ସେହିଭଳି ନବୀନଙ୍କୁ ବାହ୍ୟଶକ୍ତି ଦୁର୍ବଳ କରିବାକୁ ଚାହିଁଲେ ପ୍ରତିହତ କରିବୁ ବୋଲି କହିଥିଲେ ଶଶି ବେହେରା । ଯାହାକି ସିଧା ଦ୍ବିତୀୟ କ୍ଷମତାକେନ୍ଦ୍ରକୁ ମାଡ଼ ହୋଇଥିଲା । ସେହିପରି ଅନ୍ୟତମ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଜେଡି ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ ବୋଲି ନବୀନଙ୍କୁ ଚିଠି ଲେଖିଥିଲେ ।

ଯାହାର ପରିଣାମ ସ୍ବରୂପ ଆଜି ଦଳର କାର୍ଯ୍ୟକ୍ରମକୁ ଏସବୁ ନେତାମାନଙ୍କୁ ଡକାଯାଇନି ବୋଲି କୁହାଯାଉଛି । ଅପରପକ୍ଷେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ନେତା ନୃସିଂହ ସାହୁ ଓ ଦେବୀ ମିଶ୍ର କହିଛନ୍ତି, ଦଳରେ ସେଭଳି କୌଣସି ଅସନ୍ତୋଷ ନାହିଁ । ଦଳ ଆଗକୁ ଠିକ୍ ରେ ବଢ଼ିବ । ଯେଉଁମାନେ ଆଜି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଅଛନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ କାରଣ ହୋଇପାରେ ।

ଏସବୁ ଭିତରେ ଦଳ ସଭାପତି ଯେଉଁଦିନ ନିର୍ବାଚିତ ହେବେ, ସେଦିନ ବିଜେଡିର ୮୧ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ବି ଘୋଷଣା ହେବା କଥା । ହେଲେ ତାହା ଆଜି ହୋଇନି । ଚର୍ଚ୍ଚା ହେଉଛି ବିଦ୍ରୋହ ଭୟରେ ନବୀନ ଏହାକୁ ଚାପି ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଧୋଇଦେଲେ ମନମୋହନ ସାମଲ, କହିଲେ ଉତ୍ତର ଦିଅ

Naveen Patnaik BJD Odisha Politics Biju Janata Dal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ