‘ମିଛ ପ୍ରଚାରର ଜବାବ ଦେବୁ’
ଆଜିଠୁ ଆରମ୍ଭ ହେଲା ନବୀନଙ୍କ ନବମ ଇନିଂସ୍ । ପୁଣି ଥରେ ବିଜେଡି ସୁପ୍ରିମୋ ହେଲେ ନବୀନ ପଟ୍ଟନାୟକ । ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି ନବୀନ । ନବମ ଥର ବିଜେଡି ସଭାପତି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଶାସନ ପାଇଁ ସୁଯୋଗ ପାଇଥିଲା । ଏହି ସମୟଥିଲା ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ ।
ଅଧିକ ପଢ଼ନ୍ତୁ: ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ
ସେହିପରି ସେ ଆହୁରି କହିଛନ୍ତି, ବିଜେଡିର ସାଂଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି । ଦଳର କର୍ମୀ ହେଉଛନ୍ତି ଆମର ରିୟଲ ଆସେଟ୍ । ବିଜେଡି ସରକାରରେ ରହେ ବା ନରହେ ସର୍ବଦା ସେବା କରି ଚାଲିବ । ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ବିଜେଡି ସବୁବେଳେ ଯୋଡ଼ି ହୋଇ ରହିଛି ଓ ରହିବ । ବିଜେଡି ସବୁବେଳେ ତା’ର ଆଦର୍ଶରେ ରହିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ସେହିପରି ୨୦୨୪ ନିର୍ବାଚନରେ ବିଜେଡି କାହିଁକି ହାରିଲା ସେନେଇ ମଧ୍ୟ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି, ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜେଡି ହାରିଛି । ଫଲ୍ସ ନ୍ୟାରେଟିଭ୍ ପାଇଁ ଅଳ୍ପ ଭୋଟ୍ରେ ହାରିଲୁ । ସାମାଜିକ ଗଣମାଧ୍ୟମରେ ଉନ୍ନତି ଆଣି ଲୋକଙ୍କ ପାଖରେ ପହଞ୍ଚିପାରିବ । ଏଥିସହ ଟେକ୍ନୋଲୋଜି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ବିଜେଡି କର୍ମୀ ଭାଇଭଉଣୀଙ୍କ ଉପରେ ପୂରା ଭରସା ଅଛି ସେମାନଙ୍କୁ ଗାଁ ଗାଁରେ ବିଜେଡିର ସେବାର ବାର୍ତ୍ତା ପହଞ୍ଚାଇବାକୁ ନବୀନ ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745048300.jpg)