Advertisment

Naveen Patnaik: ବଦଳିଗଲା କି ବିଜେଡିର ସମଦୂରତା ନୀତି ? ବିରୋଧୀ ଶିବିରରେ ଶଙ୍ଖଦଳ ମିଶୁଥିବା ନେଇ ଚର୍ଚ୍ଚା

ବଳି ପଡ଼ିଲା କି ବିଜେଡିର ସମଦୂରତା ନୀତି ? ବିପର୍ଯ୍ୟୟ ପରେ ବିରୋଧୀ ଶିବିରରେ ଯୋଗ ଦେବ କି ବିଜେଡି ? ତାମିଲ ନେତାଙ୍କ ସମର୍ଥନରେ ବାହାରି ଜାତୀୟ ରାଜନୀତି ଆଡ଼କୁ ଆଖେଇଛନ୍ତି କି ନବୀନ ?

ଅଦ୍ୟତନ ହୋଇଛି
undefined

ବଦଳିଗଲା କି ସମଦୂରତା ନୀତି ?

Advertisment

୨୪ ନିର୍ବାଚନ ବିପର୍ଯ୍ୟୟ ପରେ ନିଜ ସମଦୂରତା ନୀତିରୁ ଦୂରେଇ ଯାଉଛି କି ବିଜେଡି ? ଆସନ୍ତା ୨୨ରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଷ୍ଟାଲିନ୍ ଡାକିଥିବା ବୈଠକକୁ ନବୀନଙ୍କ ସମର୍ଥନ ପରେ ଏଭଳି ପ୍ରଶ୍ନ ଛିଡ଼ା ହୋଇଛି । ତେବେ ବର୍ତ୍ତମାନ ସମୟରେ ସମଦୂରତା ଅପେକ୍ଷା ସମ୍ବିଧାନ ରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ବିଜେଡି କହିଛି । ଆଉ ନବୀନଙ୍କ ଏ ନିଷ୍ପତ୍ତି ପଛରେ ପାଣ୍ଡିଆନ୍ ବୋଲି ପରୋକ୍ଷରେ କହି କଡ଼ା ସମାଲୋଚନା କରିଛି ବିଜେପି ।

Advertisment

ଅଧିକ ପଢ଼ନ୍ତୁ: ଲଜ୍ଜିତ କଲେ ବିଧାୟକ, ବିଧାନସଭାରେ ଅଭାବନୀୟ ସ୍ଥିତି 

ବଳି ପଡ଼ିଲା କି ବିଜେଡିର ସମଦୂରତା ନୀତି ? ବିପର୍ଯ୍ୟୟ ପରେ ବିରୋଧୀ ଶିବିରରେ ଯୋଗ ଦେବ କି ବିଜେଡି ? ତାମିଲ ନେତାଙ୍କ ସମର୍ଥନରେ ବାହାରି ଜାତୀୟ ରାଜନୀତି ଆଡ଼କୁ ଆଖେଇଛନ୍ତି କି ନବୀନ ? ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା DMK ମୁଖ୍ୟ ଷ୍ଟାଲିନଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଦଳୀୟ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡୁର ଶିଳ୍ପମନ୍ତ୍ରୀ TRB ରାଜା ନବୀନ ନିବାସ ଆସି ନବୀନଙ୍କୁ ଭେଟିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ଚଳିତ ମାସ ୨୨ ତାରିଖରେ ଡିଏମକେ ଯେଉଁ ବୈଠକ ଡାକିଛି ସେଥିରେ ଯୋଗ ଦେବାକୁ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ଦୁଇ ନେତା । ଆଉ ନବୀନ ମଧ୍ୟ ଏହି ବୈଠକକୁ ସମର୍ଥନ ଜଣାଇଛନ୍ତି । ବିଜେଡି କହିଛି ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ କରାଗଲେ ଓଡ଼ିଶା ବି କ୍ଷତିଗ୍ରସ୍ତ ହେବ। ଆନୁପାତିକ ଭାବେ ଯେତିକି ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ସିଟ୍ ମିଳିବ କଥା ମିଳିବ ନାହିଁ।

୨୦୨୬ରେ ଜନସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ରହିଛି । ଯାହାକୁ ତାମିଲନାଡୁ ସମେତ ଦକ୍ଷିଣ ଭାରତର କିଛି ରାଜ୍ୟ ବିରୋଧ କରୁଛନ୍ତି । ଯୁକ୍ତି ଦର୍ଶାଉଛନ୍ତି ଏହା ହେଲେ ଜନସଂଖ୍ୟା ନିୟନ୍ତ୍ରଣ କରୁଥିବା ରାଜ୍ୟଗୁଡିକରେ ସିଟ୍ ସଂଖ୍ୟା କମିବ ଏବଂ ଜନସଂଖ୍ୟା ବହୁଳ ରାଜ୍ୟରେ ସିଟ୍ ବଢିବ । ଯେଉଁଥିପାଇଁ ଷ୍ଟାଲିନ୍ କେନ୍ଦ୍ରର ଏହି ଆଭିମୁଖ୍ୟକୁ ବିରୋଧ କରି ଓଡ଼ିଶା ସମେତ ପ୍ରଭାବିତ ହେବାକୁ ଥିବା ୭ ରାଜ୍ୟର ସହଯୋଗ ଲୋଡ଼ୁଛନ୍ତି । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, କେରଳ ଓ ତେଲେଙ୍ଗାନାର ରାଜନୈତିକ ଦଳ ଓ ସରକାରୀ ଦଳକୁ ମଧ୍ୟ ବୈଠକକୁ ନିମନ୍ତ୍ରଣ କରିଛନ୍ତି ଷ୍ଟାଲିନ ।

Advertisment

ବିଜେଡି କ୍ଷମତାରୁ ଯିବା ପରେ ଏବେ ଏହି ପ୍ରକ୍ରିୟାକୁ ବିରୋଧ ଆରମ୍ଭ କରିଛି। ଦଳର ଯୁକ୍ତି ଏହାଦ୍ୱାରା ଗଣତନ୍ତ୍ରର ହତ୍ୟା ହେବ। ବର୍ତ୍ତମାନ ସମୟରେ ସମଦୂରତା ଅପେକ୍ଷା ସମ୍ବିଧାନ ରକ୍ଷା ଗୁରୁତ୍ୱପୂର୍ଣ୍ଣ। ସେପଟେ ବିଜେପି, ନବୀନଙ୍କ ଏ ନିଷ୍ପତ୍ତି ପଛରେ ପାଣ୍ଡିଆନ୍ ବୋଲି ପରୋକ୍ଷରେ କହି କଡା ସମାଲୋଚନା କରିଛି। ବିଜୁ ବାବୁ ସୀମା ପୁନନିର୍ଦ୍ଧାରଣକୁ ସମର୍ଥନ କରୁଥିଲେ। କିନ୍ତୁ ନବୀନ ବାବୁ ଏହାକୁ ବିରୋଧ କରିବା ଭିନ୍ନ ଅର୍ଥ ଦର୍ଶାଉଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି ୨୦୨୪ ପରେ ଆଉ ସମଦୂରତା ନୀତି ଅବଲମ୍ବନ କରୁନାହିଁ।

ଷ୍ଟାଲିନଙ୍କ ବୈଠକ ପୂର୍ବରୁ କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡିଲିମିଟେସନ ଦ୍ବାରା କିଛି ରାଜ୍ୟରେ ସିଟ୍ ହ୍ରାସ ଆଶଙ୍କାକୁ ଖଣ୍ଡନ କରିଥିଲେ। ମାତ୍ର ଏହାସତ୍ତ୍ବେ ବି ଜାତୀୟ ରାଜନୀତି ଘନଉଚି ।

Advertisment

ଅଧିକ ପଢ଼ନ୍ତୁ: ବାଜିବ ସାହାନାଇ; ଆଜି ସୁଶ୍ରୀଙ୍କ ହାତ ଧରିବେ ପ୍ରଦୀପ

Odisha Naveen Patnaik BJD BJP Tamil Nadu CM MK Stalin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ