Advertisment

ରାଜ୍ୟ ସରକାରଙ୍କ ଚୂନବୋଳା 5T ସ୍କୁଲ: ବାହାରେ ଚକ୍ ଚକ୍ , ଭିତରେ ଫମ୍ପା

ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।

author-image
Chandan Shishu
ଅଦ୍ୟତନ ହୋଇଛି
Nabarangpur Locals Lock School Over Irregularities In Purchase Of Equipment

Nabarangpur locals lock school over irregularities in purchase of equipment

5T ସ୍କୁଲ୍। ବାହାରୁ ଦେଖିଲେ ପୂରା ଚକାଚକ୍। ଚାରିଆଡ଼େ ରଙ୍ଗଚୂନ ବୋଳି ପୁରା ନୂଆ କରି ଦିଆଯାଇଛି। ହେଲେ ଭିତର ପୂରା ଫମ୍ପା। କେଉଁଠି ବ୍ଲାକବୋର୍ଡ ଧଡ ଧଡ ହେଉଛି ତ ଆଉ କେଉଁଠି ବ୍ୟବହାର ହେବା ପୂର୍ବରୁ ଡୋର୍ ଉଲୁରି ପଡ଼ିଲାଣି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଥିବା ଇନ୍ଦିରା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଅବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଖପ୍ପା। ଗତକାଲି ରାତିରେ ଏହାର ଭିଡିଓ କରି କ୍ଷୋଭ ପ୍ରକାଶ କରିବା ସହିତ ସ୍କୁଲ୍ ଗେଟରେ ତାଲା ପକାଇ ଦେଇଥିଲେ ସ୍ଥାନୀୟ ବାସିନ୍ଦା।

Advertisment

ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା 5T ସ୍କୁଲ୍‌ର ଅସଲ ଚେହେରା; ୩୫ ପିଲାଙ୍କ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା!

ଆଜି ଏ 5T ରୂପାନ୍ତିରତ ସ୍କୁଲ ଉଦଘାଟନ ହେବାକୁ ଥିବା ବେଳେ ସ୍ଥାନୀୟ ରାଇଘର ବିଡିଓ ଦେବାଶିଷ କରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସରପଞ୍ଚ ଚରଣ ଗଣ୍ଡ। କହିଛନ୍ତି ବିଡିଓ ନିଜ ସ୍ୱାର୍ଥରେ ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍ଥାଠାରୁ ଏ ସବୁ ନିମ୍ନମାନର ଜିନିଷ କ୍ରୟ କରିବା ପାଇଁ ବାଧ୍ୟ କରାଇଛନ୍ତି। ଏମିତିକି ଏ କାମ ପାଇଁ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ବାଧ୍ୟ କରାଇଥିବା ନେଇ ନିଜେ ସ୍ୱୀକାର କରିଛନ୍ତି ପ୍ରଧାନ ଶିକ୍ଷକ।

Advertisment

ଖାଲି ସେତିକି ନୁହେଁ, ନିର୍ଦ୍ଦିଷ୍ଟ କମ୍ପାନୀରୁ ସମସ୍ତ ଜିନିଷ କ୍ରୟ କରିବାରେ ରାଜି ହେବା ପାଇଁ ସରପଞ୍ଚଙ୍କୁ ବାଧ୍ୟ କରାଉଥିବା ଏକ ଅଡିଓ ମଧ୍ୟ ଭାଇରାଲ୍ ହୋଇଛି।ହେଲେ ଆଜି ଲୋକଙ୍କ ତୀବ୍ର ପ୍ରତିକ୍ରିୟା ପରେ ନିଜେ ସ୍କୁଲ୍ କ୍ୟାମ୍ପସକୁ ଆସିଛନ୍ତି ବିଡିଓ। ସଭା ମଝିରେ ବିଡିଓଙ୍କୁ ଘେରିଛନ୍ତି ସମସ୍ତେ। ସରପଞ୍ଚ ସିଧା ସଳଖ ବିଡିଓଙ୍କୁ ପଚାରୁଛନ୍ତି ଏଥିରେ ଆପଣଙ୍କର କି ସ୍ୱାର୍ଥ୍ୟ ଅଛି ? ଏଣେ ବିଡିଓ ପ୍ରତିକ୍ରିୟା ରଖି କହିଛନ୍ତି ଏ ସ୍କୁଲକୁ ଆସିଥିବା ସମସ୍ତ ଜିନିଷ ପତ୍ର ବଦଳାଇ
ଦିଆଯିବ।

ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ମୁଖ୍ୟମନ୍ତ୍ରୀ ଏ ସମସ୍ତ 5T ସ୍କୁଲକୁ ଉଦଘାଟନ କରିବାକୁ ଥିବା ବେଳେ ତା ପୂର୍ବରୁ ସବୁଠି ତରବରିଆ ଭାବେ କାମ ଚାଲିଛି। କେଉଁଠି ବାଲିମାଟି ପକା ଚାଲିଛି ତ ଆଉ କେଉଁଠି ରଙ୍ଗବୋଳା। ସବୁଠି ବାହାଘର ବେଳେ ବାଇଗଣ ରୁଆ ଭଳି ସ୍ଥିତି। ବାଲେଶ୍ୱର, ଜଳେଶ୍ୱର, ଉମରକୋଟ, ପିପିଲି, ଯାଜପୁର। ସବୁଠି ସ୍ଥିତି ସମାନ। ଉପର ଚକାଚକ ଭିତର ଫମ୍ପା। ଆଉ ଏଭଳି ସ୍ଥିତି ଦେଖି ସ୍ଥାନୀୟ ବାସିନ୍ଦା ଖପ୍ପା। ନବୀନ ସରକାରଙ୍କ ୫ଟି ବ୍ୟବସ୍ଥାର ଏ ବିକଳ ଚିତ୍ର ଦେଖିଲେ ଏଥିରୁ ଜଣା ପଡ଼ୁଛି ଆମ ସରକାର ପିଲାଙ୍କ ପାଠପଢାକୁ ନେଇ କେତେ ତତ୍ପର।

5T School
Advertisment
Advertisment