• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାସଭବନରେ ନବଙ୍କ ପାର୍ଥିବ ଶରୀର । ବିମାନବନ୍ଦରରୁ ଆସି ଝାରସୁଗୁଡ଼ା ସରବାହାଲ ବାସଭବନରେ ପହଞ୍ଚିଲା ନବଙ୍କ ପାର୍ଥିବ ଶରୀର । ଶେଷଦର୍ଶନ ପାଇଁ ସରବାହାଲ ସ୍ଥିତ ବାସଭବନ ଲୋକାରଣ୍ୟ ହୋଇପଡ଼ିଛି । ସମସ୍ତଙ୍କ ଆଖିରେ ଲୁହ, ସମସ୍ତେ ବାଷ୍ପରୁଦ୍ଧ ହୋଯାଉଛନ୍ତି । ସେପଟେ ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଦଳର ରାଜନେତା ତଥା ସାଧାରଣ ଜନତା ସେଠାରେ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ: ମନେ ପଡ଼ନ୍ତି ନବ... କଂଗ୍ରେସରୁ ବିଜେଡି ଯାଏଁ ଲମ୍ବା ଯାତ୍ରା

ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ବ୍ରଜରାଜନଗର IIC ଏତଲା ଦେଇଛନ୍ତି । ହତ୍ୟା ଉଦ୍ଦେଶ୍ୟ ନେଇ ASI ଗୋପାଳ ଦାସ ଫାୟାରିଂ କରିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ମନ୍ତ୍ରୀ ନବ ଦାସଙ୍କର ଗତକାଲି ଲିଫ୍ଟସିଫ୍ଟ ବିଲ୍ଡିଂରେ ଉଦଘାଟନ କାର୍ଯ୍ୟକ୍ରମ ରହିଥିଲା । ଏତଲା ଅନୁସାରେ କାଲି ASI ଗୋପାଳ ଟ୍ରାଫିକ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ଆଉ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ ।

ଅତି ପାଖରୁ ନିଜ ସର୍ଭିସ ରିଭଲଭରରୁ ମନ୍ତ୍ରୀଙ୍କୁ ଫାୟାରିଂ କରିଥିଲେ ଗୋପାଳ । ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦେଶ୍ୟରେ ହିଁ ସେ ଅତି ପାଖରୁ ଗୁଳି କରିଥିଲେ । ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଏବଂ ସେ ସେଇଠି ପଡ଼ିଯାଇଥିଲେ । ଏହି ଘଟଣା ପରେ ଧସ୍ତାଧସ୍ତି ହୋଇଥିଲା, ତଥାପି ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ ଗୋପାଳ ।

ସେପଟେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା । ଗୃହ ବିଭାଗର ଦାୟିତ୍ୱରେ ଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ମନ୍ତ୍ରୀଙ୍କୁ ପୋଲିସ ମାରିଛି, ପୋଲିସ କିଭଳି ତଦନ୍ତ କରିବ । ମାମଲାର ବିଚାର ବିଭାଗୀୟ ତଦନ୍ତ ହେଉ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଥିବା ବି କହିଛନ୍ତି ସାଲୁଜା ।