• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ । ୩ ମହାନଗର ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଛି । କେବଳ ଧାମନଗର NACରେ ଆଜି ଗଣତି ହେଉନାହିଁ । ଗତକାଲି ଭୁବନେଶ୍ୱର ବିଜେପି କଲେଜ ଷ୍ଟ୍ରଙ୍ଗରୁମ୍‌ ସମ୍ମୁଖରେ ଗଣ୍ଡଗୋଳ ଯୋଗୁଁ ସେଠାରେ ମଧ୍ୟ ଗଣତି ବିଳମ୍ବ ହୋଇଛି ।

ତେବେ ସାରା ରାଜ୍ୟରେ ସକାଳ ୧୦ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ସେଥିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି । ତେବେ କଂଗ୍ରେସ ତୃତୀୟ ସ୍ଥାନରେ ରହି ବିଜେପିକୁ ଟକ୍କର ଦେଉଛି । ସକାଳ ୧୦ଟା ସୁଦ୍ଧା ବିଜେଡି ୫୭ଟି ପୌରାଧ୍ୟକ୍ଷ ସିଟ୍‌ରେ ଆଗରେ ରହିଥିବା ବେଳେ ବିଜେପି ୧୯ଟିରେ ଆଗରେ ରହିଛି । ତେବେ କଂଗ୍ରେସ ଖୁବ୍‌ ପଛରେ ରହିଛି । ଦଳ ମାତ୍ର ୫ଟି ପୌରାଧ୍ୟକ୍ଷ ସିଟ୍‌ରେ ଆଗରେ ରହିଛି ।

ତେବେ ଏହାରି ଭିତରେ ବିଜେପି ପୌରାଧ୍ୟକ୍ଷ ଦଖଲ କରିବାରେ ଖାତା ଖୋଲି ସାରିଛି । ବିଜେପି ପାଖକୁ ଧର୍ମଗଡ଼ ପୌରାଧ୍ୟକ୍ଷ ଆସନ ଯାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଖାତା ଖୋଲିଛି ବିଜେଡି । ବୌଦ୍ଧ ଏନ୍ଏସିରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ ହୋଇଛନ୍ତି । ସେହିଭଳି ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ଖବର ସାମ୍ନାକୁ ଆସିଛି । 

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ବି ବିଜେଡି ଆଗୁଆ ରହିଛି । କଳାହାଣ୍ଡି କେସିଙ୍ଗାର ନୃପରାଜ ଯାଦବ ଆଗୁଆ ରହିଛନ୍ତି । କିନ୍ତୁ ଜୁନାଗଡ଼ରେ ବିଜେଡିକୁ କଡ଼ା ଟକ୍କର ଦେଇଛନ୍ତି ବିଜେପିର ମୁକେଶ ଅଗ୍ରୱାଲ । ସକାଳ ୧୦ଟା ସୁ ସୁଦ୍ଧା ମୁକେଶ ଆଗୁଆ ରହିଛନ୍ତି । ସେପଟେ ଭବାନୀପାଟଣାରେ ମଧ୍ୟ ବିଜେପିର ବିନିତା ଦାସ ଆଗୁଆ ରହିଛନ୍ତି ।

ତେବେ କଟକ ମହାନଗର ନିଗମ ମେୟର ପଦବୀରେ ବିଜେଡିକୁ ଲାଗିପାରେ ଶକ୍ତ ଝଟ୍‌କା । ସକାଳ ୧୦ଟା ସୁଦ୍ଧା କଟକ ମହାନଗର ନିଗମରେ କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗରେ ରହିଛନ୍ତି । ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ହେଉଛି । ସେହିଭଳି ବାଙ୍କୀରେ ବିଜେଡିର ମାଣିକ ସାହୁ ଆଗରେ ଅଛନ୍ତି ।

ସେପଟେ ବରଗଡ଼ ଜିଲ୍ଲା ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ ରହିଥିବା ବେଳେ ବରପାଲିରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହୀର ଆଗୁଆ ରହିଛନ୍ତି । ସେହିଭଳି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବିଜେପିର ମମତା ଜୈନ ଆଗୁଆ ରହିଥିବା ବେଳେ ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ଆଗୁଆ ରହିଛନ୍ତି ।