/odishatv-khabar/media/post_attachments/uploadimage/library/16_9/16_9_0/____1664180788.jpg)
MP Aparajita Sarangi urges CM to take initiative for Metro Rail system in Bhubaneswar, Cuttack
ଭୁବନେଶ୍ୱର ଏବଂ କଟକରେ ମେଟ୍ରୋ ସେବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର, କଟକ ରେ ଜନସାଧାରଣଙ୍କ ଯାତାୟାତକୁ ସରଳ ସୁବିଧା କରିବା ପାଇଁ ମେଟ୍ରୋ ସେବା ଆରମ୍ଭ କରିବା ଆବଶ୍ୟକ ରହିଛି ବୋଲି ସାଂସଦ ଅପରାଜିତା ମତବ୍ୟକ୍ତ କରିଛନ୍ତି।
ଅପରାଜିତା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଟ୍ୱିନ୍ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋ ଟ୍ରେନ୍ର ଆବଶ୍ୟକତା ରହିଛି। ମେଟ୍ରୋ ରେଲ୍ ପଲିସି-୨୦୧୭ ଅନୁସାରେ, ଟ୍ୱିନ୍ ସିଟିରେ ସୁବିଧା ଦରକାର। ତେଣୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଭୁବନେଶ୍ୱର, କଟକ ଓ ଆଖପାଖ ମ୍ୟୁନିସିପାଲିଟି ପାଇଁ ମେଟ୍ରୋ ଚଳାଚଳ ହେବା କଥା। ବର୍ତ୍ତମାନ ଏହି ସମୟ ଆସି ଯାଇଛି। ଦୁରଦର୍ଶିତା ସହ ଭୁବନେଶ୍ୱର ଓ କଟକ ପାଇଁ ମେଟ୍ରୋ ଟ୍ରେନ୍ ଆଣିବାକୁ ପଡ଼ିବ।
ଯେଉଁ ସହରରେ ଲୋକସଂଖ୍ୟା ୨୦ ଲକ୍ଷ ଅଛି ଆମେ ମେଟ୍ରୋ ପାଇଁ ପ୍ଲାନ୍ କରିପାରିବା। ଏଥିପାଇଁ ଆବଶ୍ୟକ ହେଲେ ଖୋର୍ଦ୍ଧା ମ୍ୟୁନିସିପାଲିଟିକୁ ଯୋଡ଼ି ଦିଆଯାଇ ମେଟ୍ରୋ ପ୍ଲାନ୍ ହୋଇପାରିବ। ଏଥିପାଇଁ ରିପୋର୍ଟ ତିଆରି କରିବାକୁ ପଡ଼ିବ। ରାଜ୍ୟ ସରକାର ସହଯୋଗ କଲେ ଭାରତ ସରକାରଙ୍କ ସହରି ବିକାଶ ମନ୍ତ୍ରାଳୟ ଷ୍ଟଡି କରି ରିପୋର୍ଟ ଦେଇପାରିବ। ଡିପିଆର ପ୍ରସ୍ତୁତ ହେଲେ ମେଟ୍ରୋ ସେବା ସମ୍ଭବ ବୋଲି ସାଂସଦ ଅପରାଜିତା କହିଛନ୍ତି।
ମେଟ୍ରୋ ରେଳ ସିଷ୍ଟମ ସ୍କିମ୍ରେ ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରର ସ୍କିମ୍ କାର୍ଯ୍ୟକାରୀ ହୋଇପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଡିପିଆର ପ୍ରସ୍ତୁତ ହୋଇ କେନ୍ଦ୍ରକୁ ଯାଇଥାନ୍ତା ତାହେଲେ ମେଟ୍ରୋ ସେବା ସମ୍ଭବ ହେଇପାରିଥାନ୍ତା। ଯଦି କୋଲକାତାରେ ମେଟ୍ରୋ ସେବା ହେଇପାରିବ, ତା’ହେଲେ ଭୁବନେଶ୍ୱରରେ କାହିଁକି ସମ୍ଭବ ନୁହେଁ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର ୫୦% ଅର୍ଥ ଲେଖାଏ ବ୍ୟବସ୍ଥା କରିପାରିବେ ବୋଲି ଅପରାଜିତା କହିଛନ୍ତି। ଅନ୍ୟପକ୍ଷେ, ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ପୂର୍ବରୁ ଏନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ମେଟ୍ରୋ ଚଳାଚଳ ପାଇଁ ଫିଜିବିଲିଟ ନଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଏନେଇ ବିଧାନସଭାରେ ଆଲୋଚନା ହେବ। ଆମେ ବି ଚାହୁଁଛୁ ମେଟ୍ରୋ ଚଳାଚଳ ହେଉ ବୋଲି ରାଜକିଶୋର ଦାସ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)