Advertisment

SHG ଟଙ୍କା ଲାଗୁଛି ସୁଧରେ ! ପ୍ରକଳ୍ପ କରି ଆତ୍ମନିର୍ଭରଶୀଳ ହେବା ବଦଳରେ କରୁଛନ୍ତି ଗଫଲତି !

SHGଙ୍କ ପାଇଁ ଆସୁଥିବା ଟଙ୍କାରେ ମହାଜନୀ କାରବାର । କେଉଁଠି ସବୁ ଅର୍ଥ ଚଳୁ ତ କେଉଁଠି ସୁଧ ବେପାର ଅଭିଯୋଗ ।

ଅଦ୍ୟତନ ହୋଇଛି
Massive Irregularities In SHG Funds Surface In Odisha

SHG

Advertisment

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆସୁଥିବା ଟଙ୍କାରେ ମହାଜନୀ କାରବାର ପ୍ରକଳ୍ପ ଜରିଆରେ ଆତ୍ମନିର୍ଭରଶୀଳ ହେବା ବଦଳରେ ବ୍ୟାଙ୍କ୍ ଟଙ୍କାରେ ସୁଧ ବେପାର ମହିଳାଙ୍କୁ ସ୍ୱାବଲମ୍ବି କରିବାକୁ ମିଶନ ଶକ୍ତି ବିଭାଗ ବ୍ୟାପକ ଯୋଜନା ହାତକୁ ନେଇଛି । ମହିଳା SHGଙ୍କୁ ଯୋଗାଇ ଦିଆଯାଉଛି କୋଟି କୋଟି ଟଙ୍କାର ସୁଧମୁକ୍ତ ଋଣ । ତେବେ ଦୁର୍ଭାଗ୍ୟର କଥା, ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ନାକୁ ଆସୁଛି ଏ ଟଙ୍କାର ଗଣ୍ଡା ଗଣ୍ଡା ଗଫଲତି ଘଟଣା ।

Advertisment

ଜୟପୁର ସହରର ଲେଡି ଲାୟନ୍ ସ୍ୱୟଂ ସହାୟକ ଗୋଷ୍ଠୀ । ୨୦୧୯ରୁ ଗଠନ ଭିତରେ ଏ ଗୋଷ୍ଠୀ ପାଇଛି ୪ ଲକ୍ଷ ୪୦ ହଜାର ଟଙ୍କା । ଗୋଷ୍ଠୀର ସଦସ୍ୟା ବଡ଼ି, ପାମ୍ପଡ଼ ଓ ଆଚାର ପ୍ରସ୍ତୁତ କରି ବ୍ୟବସାୟ ତ କରୁଛନ୍ତି, ତାସହ ସରକାରୀ ଟଙ୍କାକୁ ସୁଧ କାରବାରରେ ବି ଲଗାଇଛନ୍ତି । ଏମିତିକି ଯଦି ଗ୍ରୁପ୍ ବାହାରୁ କେହି ଟଙ୍କା ଆବଶ୍ୟକ କରେ, ତେବେ ସେମାନଙ୍କୁ ଟଙ୍କା ଦେବାକୁ ପ୍ରସ୍ତୁତ ଏହି ଗୋଷ୍ଠୀ ।

ଅଧିକ ପଢ଼ନ୍ତୁ: ୨୦୨୪ ପାଇଁ ବିଜେଡିର ବଡ଼ ପ୍ଳାନ୍‌; ସବୁ ବିଭାଗରେ SHG

ବାଲେଶ୍ୱର ସୋରରେ ମଧ୍ୟ ସମାନ ଅବସ୍ଥା । ସ୍ୱୟଂ ସହାୟକ ଗୋଷ୍ଠୀର ସୁଧ କାରବାର ? ସ୍ଥାନୀୟ ସିଙ୍ଗାଖୁଣ୍ଟା ପଞ୍ଚାୟତରେ କାର୍ଯ୍ୟ କରୁଛି ପଞ୍ଚାୟତସ୍ତରୀୟ ମହାଂସଘ । ଏଠି ସ୍ୱାବଲମ୍ବୀ ହେବାକୁ ମହିଳାମାନେ କିଛି ପ୍ରକଳ୍ପ କରିଛନ୍ତି, ହେଲେ ଗ୍ରୁପକୁ ଆସୁଥିବା ବିନା ସୁଧ ଟଙ୍କାରେ ରୀତିମତ ଚାଲିଛି ମହାଜନୀ କାରାବାର । ଯାହାକୁ ସ୍ୱୀକାର କରିଛନ୍ତି ମହାସଂଘର ସଭାପତି ।

Advertisment

ସେପଟେ ମୟୂରଭଞ୍ଜ ଉଦଳାରେ ଗୋଷ୍ଠୀ ନାଁରେ ଆସିଥିବା ଟଙ୍କାକୁ କିଛି କାମରେ ନଲଗାଇ ନିଜ ନିଜ ଭିତରେ ଗୋଷ୍ଠୀ ସଦସ୍ୟ ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି । ଛତୁଚାଷ ନାଁରେ ଆସିଥିବା ୧ ଲକ୍ଷ ଟଙ୍କାକୁ ନିଜ ନିଜ ଭିତରେ ସୁଧରେ ନେଇ ମୂଳ ଦେବାକୁ ବି ଭୁଲିଯାଇଛନ୍ତି ଗ୍ରୁପ୍ ସଦସ୍ୟା ।

ମିଶନ୍ ଶକ୍ତି ଅନ୍ତର୍ଗତ ମହିଳା SHG ଗୁଡ଼ିକ ଲୋନ୍ ନେଇ ସୁଝୁନଥିବା ଏବଂ ରୁଣ ଅର୍ଥକୁ ଅନ୍ୟ ବାଟରେ ଖର୍ଚ୍ଚ କରୁଥିବା ନେଇ କିଛି ଦିନ ତଳେ ମିଶନ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ପଡ଼ିଥିଲେ ସରକାର । ଏପରିକି ବିଜୁ ଜନତା ଦଳର କର୍ମୀ ଓ ସମର୍ଥକଙ୍କୁ ଋଣ ଦିଆଯାଉଥିବା କଥା ସିଧା ଅଭିଯୋଗ କରିଥିଲେ ବିରୋଧୀ । ବିଜେଡି କିନ୍ତୁ ଏ ଅଭିଯୋଗକୁ ଖଣ୍ଡନ କରି ଓଡ଼ିଶା ର SHG ଦେଶର ରୋଲ୍ ମଡେଲ ବୋଲି କହିଥିଲା ।

Advertisment

SHG ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ସରକାର ଏବେ ୧୫ଟି ବିଭାଗରେ କାମ ଦେଉଛନ୍ତି। ଆଗକୁ ସବୁ ବିଭାଗକୁ ସାମିଲ ଲାଗି ଯୋଜନା କରି ୧୦ ହଜାର କୋଟି ଟଙ୍କା ଋଣ ଯୋଗାଇକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଶ୍ନ ଉଠୁଛି ଏ ଅର୍ଥର ସଦ ବିନିଯୋଗ ହୋଇ ପୁଣି ସରକାରଙ୍କ ଆକାଉଣ୍ଟକୁ ସହି ସଲାମତ ଫେରୁଛି ତ ?

SHG Odisha Politics SHG Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ