Advertisment

ଝାଡ଼ଖଣଣ୍ଡରେ ଓଡ଼ିଆ ଅସ୍ମିତା ବିପଦରେ, ସ୍କୁଲରେ ବହି ନାହିଁ କି ଶିକ୍ଷକ ନାହାନ୍ତି !

୨ ଦିନିଆ ଗସ୍ତରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ମାଗଣାରେ ବହି ସହ ଓଡ଼ିଆ ଶିକ୍ଷକଙ୍କୁ ଦୁଇଗୁଣା ଦରମା ଦେବାକୁ ଘୋଷଣା ।

author-image
Satyendu Shekher Mishra
undefined

CM Mohan Majhi

ଆରୋହୀ ମହାନ୍ତି, ଓଡ଼ିଆ ଛାତ୍ରୀ । ଶ୍ରୀୟା ସାହୁ, ଓଡ଼ିଆ ଛାତ୍ରୀ । ସ୍କୁଲ ଓଡ଼ିଆ, ପିଲା ବି ଓଡ଼ିଆ। କିନ୍ତୁ ଶିକ୍ଷକ ଓ ବହି ଅଭାବରୁ ଅସୁରକ୍ଷିତ ଓଡ଼ିଆ ଅସ୍ମିତା। ଓଡ଼ିଆ ବଦଳରେ ଏଠି ଏବେ ପାଠ ପଢ଼ାର ମାଧ୍ୟମ ହିନ୍ଦୀ। ଓଡ଼ିଆ ସ୍କୁଲ ସତ୍ତ୍ୱେ କେବଳ ନାଁକୁ ମାତ୍ର ଚାଲିଛି ମାତୃଭାଷାରେ ଗୋଟିଏ ବିଷୟରେ ପାଠପଢ଼ା। ଏମିତି ସ୍ଥିତି ପଡ଼ୋଶୀ ଝାଡ଼ଖଣ୍ଡର ଓଡ଼ିଆ ବହୁଳ ଷଢ଼େଇକଳାର। ଖାଲି ଷଢ଼େଇକଳା ନୁହେଁ ବରଂ ଖରସୁଁଆ, ମଜଗାଓଁ, ଜଗନ୍ନାଥପୁର ସମେତ ରାଜ୍ୟର ଅନ୍ୟ ସମସ୍ତ ଓଡ଼ିଆ ବହୁଳ ଅଞ୍ଚଳରେ, ଏମିତି ବିପନ୍ନ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ।

Advertisment

ଝାଡ଼ଖଣ୍ଡରେ ୪୦ ଲକ୍ଷରୁ ଅଧିକ ଓଡ଼ିଆ ବସବାସ କରୁଥିବା ବେଳେ ଓଡ଼ିଆ ବହୁଳ ଅଞ୍ଚଳରେ ଆଗରୁ ଚାଲୁଥିଲା ବହୁ ଓଡ଼ିଆ ସ୍କୁଲ। କିନ୍ତୁ ଏବେ ଶିକ୍ଷକ ଅଭାବ, ପିଲାଙ୍କୁ ବହିପତ୍ର ନମିଳିବା ଏବଂ ଭିତ୍ତିଭୂମି ଅଭାବରୁ ଆଉ ଓଡ଼ିଆ ଭାଷାରେ ହେଉନି ପାଠ ପଢ଼ା । ବରଂ ଓଡ଼ିଆ ସ୍କୁଲରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ସାଙ୍ଗକୁ ହିନ୍ଦୀ ମାଧ୍ୟମରେ ଶିକ୍ଷାଦାନ ପରେ ବାଧ୍ୟ ହୋଇ ହିନ୍ଦୀରେ ଶିକ୍ଷା ଗ୍ରହଣ କରୁଛନ୍ତି ଓଡ଼ିଆ ପିଲା।

ଏପଟେ ଖାଲି ଶିକ୍ଷା କ୍ଷେତ୍ର ନୁହେଁ, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ମୌଳିକ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି ଝାଡ଼ଖଣ୍ଡରେ ବସବାସ କରୁଥିବା ଲକ୍ଷ ଲକ୍ଷ ଓଡ଼ିଆ। ଆଗକୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ଓଡ଼ିଆଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ବିଶେଷକରି ବିଭିନ୍ନ ଓଡ଼ିଆ ବହୁଳ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ଦେଖିବା ପରେ ପଡ଼ୋଶୀ ରାଜ୍ୟର ଓଡ଼ିଆ ତଥା ଓଡ଼ିଆ ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଝାଡ଼ଖଣ୍ଡରେ ଓଡ଼ିଆ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବହି। ଓଡ଼ିଆ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଦରମା ୩ରୁ ୬ ହଜାର ଟଙ୍କାକୁ ବଢ଼ିବ। ଏଠାରେ ରହୁଥିବା ଓଡ଼ିଆଙ୍କ ସୁଖ-ସୁବିଧା ଓ ଭଲମନ୍ଦ ବୁଝିବାକୁ ଏକ ଗୃହ କମିଟି ଗଠନ ହେବ। ଏହି କମିଟି ଝାଡ଼ଖଣ୍ଡ ଆସି ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ।

Advertisment
Advertisment