Advertisment

ନବ ଦାସ ହତ୍ୟା : ବବି-ପାଣ୍ଡିଆନଙ୍କ ମୋବାଇଲରେ ଲୁଚିଛି ସତ?

ମନ୍ତ୍ରୀଙ୍କୁ ପୂରା ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଯଦି ଘଟଣାର ସତ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି ତେବେ ତୁରନ୍ତ ଏଇ ଦୁଇ ବ୍ୟକ୍ତିଙ୍କ ଫୋନ୍‌ କଲ୍‌ ଯାଂଚ ହେଉ। ଯାହାଦ୍ୱାରା ସାମ୍ନାକୁ ଆସିବ ଦୋଷୀ। କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୋଲିସ୍‌ ସେମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି

ଅଦ୍ୟତନ ହୋଇଛି
Naba Das Murder Case

lop

Advertisment

ନବଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ ଓ ଯାଜପୁର ର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍‌ଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ମନ୍ତ୍ରୀଙ୍କୁ ହତ୍ୟା ହେବାର ୨୪ ଦିନ ହେଲାଣି କିନ୍ତୁ କ୍ରାଇମବ୍ରାଂଚ୍‌ ହାତ ଖାଲି। ବିଧାନସଭାରେ ଶୋକପ୍ରସ୍ତାବ ଆଗତ ବେଳେ ବି ନବଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି କହିଛନ୍ତି ଜୟନାରାୟଣ।

Advertisment

ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା କାଣ୍ଡରେ ୫-ଟି ସଚିବଙ୍କ ସହ ବବି ଦାସଙ୍କ ସିଧାସଳଖ ହାତ ରହିଛି। ଖାଲି ଏତିକି ନୁହେଁ ବରଂ ନବଙ୍କୁ ହତ୍ୟା ହେବାର ୪ ଦିନ ପୂର୍ବରୁ ଉଭୟ ବବି ଏବଂ ପାଣ୍ଡିଆନଙ୍କ ମଧ୍ୟରେ କଣ କଣ କଥାବାର୍ତ୍ତା ହୋଇଛି ସେନେଇ ଯାଂଚ କରାଗଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିରୋଧୀ ଦଳର ନେତା।

ଅଧିକ ପଢ଼ନ୍ତୁ: କେବେ ଖୋଲିବ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର ?

ଖାଲି ଏତିକି ନୁହେଁ ଜୟନାରାୟଣ ଅଭିଯୋଗ କରିଛନ୍ତି, ମନ୍ତ୍ରୀଙ୍କୁ ପୂରା ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଯଦି ଘଟଣାର ସତ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି ତେବେ ତୁରନ୍ତ ଏଇ ଦୁଇ ବ୍ୟକ୍ତିଙ୍କ ଫୋନ୍‌ କଲ୍‌ ଯାଂଚ ହେଉ। ଯାହାଦ୍ୱାରା ସାମ୍ନାକୁ ଆସିବ ଦୋଷୀ। କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୋଲିସ୍‌ ସେମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି । ନବ ଦାସଙ୍କ ହତ୍ୟା ହେଉଛି ସରକାରୀ ପ୍ରାୟୋଜିତ ହତ୍ୟା । ଯେଉଁଠି ନିଜ ଦଳର ନେତା ତଥା ସରକାରଙ୍କ ମନ୍ତ୍ରୀଙ୍କୁ ହତ୍ୟା କରାଯାଇପାରୁଛି ସେଇଠି ରାଜ୍ୟବାସୀ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ

Advertisment

ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଏବେ ସରଗରମ ହୋଇଛି ରାଜନୀତି। ଏହାରି ଭିତରେ ୨୫ ଦିନ ହେଲାଣି କିନ୍ତୁ ମନ୍ତ୍ରୀଙ୍କ ହତ୍ୟା କାଣ୍ଡ ର ଗୁମର ଖୋଲିପାରିନି ରାଜ୍ୟ କ୍ରାଇମବ୍ରାଂଚ୍‌। ତେବେ କ୍ରାଇମବ୍ରାଞ୍ଚ ଏଯାଏଁ କାହିଁକି ରାଜନୀତିକ ଓ ବ୍ୟବସାୟିକ ଦିଗକୁ ତଦନ୍ତ କରୁନି, ନବଙ୍କ ପରିବାର ସଦସ୍ୟ, ବ୍ୟବସାୟିକ ସହଯୋଗୀ, ରାଜନୀତିକ ସହଯୋଗୀଙ୍କୁ ପଚରାଉଚୁରା କରୁନି, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଆଉ ଏହାରି ମଧ୍ୟରେ ଜୟନାରାୟଣ ଯେଉଁ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ସବୁଠି ଚର୍ଚ୍ଚା। ସେପଟେ ବାପାଙ୍କ ମୃତ୍ୟୁ ସମ୍ପର୍କରେ ମୁହଁ ଖୋଲିଛନ୍ତି ଝିଅ ଦିପାଳୀ। କହିଛନ୍ତି, ବାପାଙ୍କ ହତ୍ୟାକୁ ନେଇ ରାଜନୀତି କରାନଯାଉ ।

Naba Das Jayanarayan Mishra Pranab Prakash Das VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ