/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699588072.jpg)
MP Mahua Moitra
ସାଂସଦ ପଦ ହରେଇବେ କି ଟିଏମସି ସାଂସଦ ମହୁଆ ମୈତ୍ର ? ଏଥିକ୍ସ କମିଟି ରିପୋର୍ଟ ପରେ ପଦ ହରାଇବେ କି ଟିଏମସି ସାଂସଦ ମହୁଆ ? ଏଥିକ୍ସ୍ କମିଟି ୬:୪ରେ ରିପୋର୍ଟ ପ୍ରଦାନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ଅଧିକ ବଢ଼ିଛି । ଏହି ରିପୋର୍ଟ ଆଜି ଲୋକସଭା ବାଚସ୍ପତିଙ୍କୁ ପ୍ରଦାନ କରାଯିବା ।
ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି । ଏଥିକ୍ସ କମିଟି ମହୁଆ ମୈତ୍ରଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ସାଂଘାତିକ ଏବଂ ଅପରାଧିକ ବୋଲି କହିଛି ।ଏଥି ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଲାଗି ଦାଖଲ କରିଥିବା ୫୦୦ ପୃଷ୍ଠା ସମ୍ବଳିତ ରିପୋର୍ଟରେ ‘ଏଥିକ୍ସ୍ କମିଟି’ କହିଛି ।
କମିଟି କହିଛି ଯେ, ମହୁଆ ମୈତ୍ର ସଂସଦର ୟୁଜର୍ ଆଇଡି ଅନଧିକୃତ ବ୍ୟକ୍ତିମାନଙ୍କ ସହିତ ସେୟାର୍ କରିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଅର୍ଥ ଓ ଉପହାର ଗ୍ରହଣ କରିଛନ୍ତି ।ଏହା ସାଙ୍ଘାତିକ ଅପକର୍ମ, ଯାହା ପ୍ରତି କଠୋର ଦଣ୍ଡବିଧାନ ଆବଶ୍ୟକ ।୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ୪ ଜଣ ବିପକ୍ଷରେ ଭୋଟ୍ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)