Advertisment

ସରଗରମ ରାଜ୍ୟ ରାଜନୀତି ! ‘୧୯୯୭ ଭଳି ପରିବର୍ତ୍ତନର ପଦଧ୍ୱନୀରେ ଓଡ଼ିଶାବାସୀ’

ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ହେବ । ତାପରେ ଯାଇ ରାଜ୍ୟର ଉନ୍ନତି ହେବ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ଗୋଟିଏ ଦିନରେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି-ବିଜେପି ମିଟିଂ । ସରଗରମ ରାଜ୍ୟ ରାଜନୀତି । ରାଜଧାନୀ ରାଜରାସ୍ତା ଜାମ୍‌ । ଆରୋପ ପ୍ରତ୍ୟାରୋପରେ ମାତିଲେ ନେତା ମନ୍ତ୍ରୀ ।

Advertisment

ଆଜି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ବିଜେପିର ବିଶାଳ ସମାବେଶ ରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅନେକ ନମ୍ବର ଓ୍ୱାନ୍ ଆଓ୍ୱାର୍ଡ ପାଉଥିବା ବେଳେ ଓଡ଼ିଶା ଏବେ ବି ବିଭିନ୍ନ କ୍ଷେତ୍ରରେ ପଛରେ ରହିଛି । ଏଭଳି ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ହେବ । ତାପରେ ଯାଇ ରାଜ୍ୟର ଉନ୍ନତି ହେବ । ରାଜ୍ୟ ସରକାର ବିକାଶର ସାଧକ ନୁହଁନ୍ତି । ସେ ବିକାଶର ବାଧକ ।

ଅନ୍ୟପଟେ ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଆଉ କହିଛନ୍ତି ‘ଏବେ ପରିବର୍ତ୍ତନର ସମୟ ଆସିଛି । ରାଜ୍ୟବାସୀଙ୍କ ମୁଡ୍‌ ବଦଳିଗଲାଣି । ଓଡ଼ିଶାବାସୀଙ୍କ ଠାରେ ଏବେ ଦେଖିବାକୁ ମିଳିଛି ପରିବର୍ତ୍ତନର ମୁଡ୍ । ଯାହା ୨୫ ବର୍ଷ ତଳେ ୧୯୯୭ରେ ବାଜପେୟୀ ଭୁବନେଶ୍ୱର ରେ ସଭା କରିବା ବେଳେ ଦେଖିବାକୁ ମିଳିଥିଲା, ଏବେ ପୁଣି ପରିବର୍ତ୍ତନର ପଦଧ୍ୱନୀ ଶୁଭିଲାଣି ।’ 

Advertisment

ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି ସେଠାରେ ବିକାଶ ଏବଂ ପରିବର୍ତ୍ତନର ଧାରା ଦେଖିବାକୁ ମିଳୁଛି । ମାତ୍ର ଓଡିଶାରେ ବିକାଶ ପଛେଇଥିବା ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ଓ ବିକାଶର ଆବଶ୍ୟକତା ଅଛି । ଏଥିଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଗାମୀ ନିର୍ବାଚନରେ ବିଜେପି କିଭଳି ଭାବେ ବିଜୟୀ ହେବ ଏବଂ ସରକାର ଗଠନ କରିବ ସେନେଇ ସଂକଳ୍ପ ନେବାକୁ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି ।

BJD BJP CM Naveen Patnaik Odisha Politics Jayanarayan Mishra
Advertisment
Advertisment