ଜନତା ମଇଦାନ ଶକ୍ତିକେନ୍ଦ୍ର ସମାବେଶରେ ନଡ୍ଡା ଉଦବୋଧନ ଦେଇ କଂଗ୍ରେସର କଡ଼ା ସମାଲୋଚନା କରିବା ସହ ବିଜେପିର ଆଗାମୀ କାର୍ଯ୍ୟପନ୍ଥା ଉପରେ ସୂଚନା ଦେଇଛନ୍ତି । ନଡ୍ଡା କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ପ୍ରଦେଶକୁ ଆସିବା ମୋ ପାଇଁ ସୌଭାଗ୍ୟର ବିଷୟ । ତେବେ ନିମ୍ନୋକ୍ତ ବିଷୟ ଗୁଡ଼ିକ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଉଦବୋଧନର ପ୍ରମୁଖ ପ୍ରସଙ୍ଗ ରହିଛି ।
- ଆଜି ସାରା ଓଡ଼ିଶା ଶକ୍ତିକେନ୍ଦ୍ରର ପ୍ରଭାରୀ ଏକାଠି ହୋଇଛନ୍ତି
- ପ୍ରଭୁ ଜଗନ୍ନାଥଙ୍କ ପ୍ରଦେଶକୁ ଆସିବାକୁ ମୋତେ ସୌଭାଗ୍ୟ ମିଳିଲା
- ଉତ୍କଳ ଗୌରବ, ଉତ୍କଳମଣି ଏବଂ ବକ୍ସି ଜଗବନ୍ଧୁଙ୍କୁ ସ୍ମରଣ କଲେ
- ଆମେ ବିଶ୍ୱର ସବୁଠୁ ବଡ଼ ପାର୍ଟି, ଏତେ ବଡ଼ ପାର୍ଟି ଦୁନିଆରେ ନାହିଁ
- ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି, ବିଚାର ଛାଡ଼ିନି
- ଭାରତୀୟ ଜାତୀୟ କଂଗ୍ରେସ ନା ଜାତୀୟ ଅଛି ନା ଭାରତୀୟ ଅଛି
- କଂଗ୍ରେସ ଏବେ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି
- ଭାଇଭଉଣୀଙ୍କ ମର୍ଜିରେ ପାର୍ଟି ଚାଲିବ, କର୍ମୀ କେବଳ ଥାଳି ପିଟିବେ
- ପରିବାର ରାଜନୀତିକୁ କଡ଼ା ସମାଲୋଚନା କଲେ ନଡ୍ଡା
- ଫାରୁକ ଅବଦୁଲା, ଲାଲୁ ଯାଦବ, ଅଖିଳେଶ ଯାଦବ; ସବୁଠି ପରିବାର
- ଏଠି ଓଡ଼ିଶାରେ ବି ପରିବାର ପାର୍ଟି ଚାଲିଛି, ବିଜୁଙ୍କର ପାର୍ଟି
- କେବଳ ବିଜେପି ପରିବାର ପାର୍ଟି ନୁହେଁ, ବିଚାରର ପାର୍ଟି
ସୂଚନାଯୋଗ୍ୟ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ନଡ୍ଡା । ତୃଣମୂଳ ସ୍ତରରେ ଗଠନ ହୋଇଥିବା ଶକ୍ତି କେନ୍ଦ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଆଜି ସେ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ଦଳର ପଦାଧିକାରୀଙ୍କ ସହ ବିସ୍ତୃତ ଭାବେ କଥା ହେବେ । ଏହାପରେ ସଂଧ୍ୟାରେ ନଡ୍ଡା ପୁରୀ ଗସ୍ତ କରି ରହଣୀ କରିବେ । ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭଦ୍ରକ ଯିବେ ନଡ୍ଡା ।