• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଭାବବିହ୍ୱଳ ହୋଇପଡ଼ିଲେ ପିସିସି ସଭାପତି ଡିକେ ଶିବକୁମାର । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ସେ କାନ୍ଦି ପକାଇଥିଲେ । କଂଗ୍ରେସର ବିଜୟ ଲୋକଙ୍କ ବିଜୟ। ଏଥିପାଇଁ କର୍ଣ୍ଣାଟକବାସୀ, ଦଳର କର୍ମୀ, ହାଇକମାଣ୍ଡ ଏବଂ ବରିଷ୍ଠ ନେତା ସିଦ୍ଦରମେୟାଙ୍କୁ ଧନ୍ୟବାଦ ଜଣାଇଛନ୍ତିା ...

କର୍ଣ୍ଣାଟକ କନକପୁରା ଆସନରୁ ବଡ଼ ବ୍ୟବଧାନରେ ଜିତିଛନ୍ତି ଶିବକୁମାର । କର୍ଣ୍ଣାଟକ ପିସିସି ସଭାପତି ତଥା ପୋଷ୍ଟର ବୟ ଶିବକୁମାର ନିକଟତମ ଜେଡିଏସ୍ ପ୍ରାର୍ଥୀଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଶିବକୁମାର ୨୫,୪୦୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆର. ଅଶୋକା ୩,୮୧୩ ଖଣ୍ଡ ଭୋଟ ଓ ଜେଡିଏସର ବି ନାଗାରାଜୁ ୪,୮୯୮ ଖଣ୍ଡ ଭୋଟ ପାଇଛନ୍ତି । ଶିବକୁମାରଙ୍କ ଭୋଟ ଭାଗ ୭୧.୭୨% ରହିଛି ।

ଅଧିକ ପଢ଼ନ୍ତୁ: ଏହି ଜ୍ୟୋତିଷ କର୍ଣ୍ଣାଟକରେ କଂଗ୍ରେସ ଜିତିବାନେଇ କରିଥିଲେ ଭବିଷ୍ୟବାଣୀ, ଜାଣନ୍ତୁ ସେ କିଏ ?

ବିଜୟ ପରେ ଡିକେ ଶିବକୁମାର ଖୁସରେ କାନ୍ଦି ପକାଇଛନ୍ତି । ସେ ବିଜୟର ସବୁ ଶ୍ରେୟ କଂଗ୍ରେସ କର୍ମୀଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି । ସେ କହିଛନ୍ତି, ‘କଂଗ୍ରେସ କର୍ମୀ ଓ ମୋର ନେତାମାନଙ୍କ ପରିଶ୍ରମ ଯୋଗୁ ସଫଳତା ମିଳିଛି । ଲୋକମାନେ ଆମ ଉପରେ ବିଶ୍ୱାସ ଦେଖାଇଛନ୍ତି । ଏହା ସାମୁହିକ ନେତୃତ୍ୱର ବିଜୟ। ମୁଁ ସବୁବେଳେ କହିଛି ଯେ ଏକାଠି କାମ କଲେ ସଫଳତା ମିଳେ। ଏହା ଏକ ଆରମ୍ଭ। ଆମେ ଆଗକୁ ଅନେକ ବିକାଶ ମୂଳକ କାମ କରିବୁ ।’