• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସତ ହେଲା ଜ୍ୟୋତିଷଙ୍କ ବାଣୀ । କର୍ଣ୍ଣାଟକରେ ବଡ଼ ବିଜୟ ମୁହାଁ କଂଗ୍ରେସ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ । ଯାହା ଆଜି ସତ ହେବାକୁ ଯାଉଛି । ବିଜେପି ଠାରୁ ବଡ଼ ବ୍ୟବଧାନରେ କଂଗ୍ରେସ ବାଜିମାତ କରିବ ବୋଲି କହିଥିଲେ ଏହି ଜ୍ୟୋତିଷ । କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଗତ ମାର୍ଚ୍ଚ ୩ ତାରିଖରେ କହିଥିଲେ ଜ୍ୟୋତିଷ ରୁଦ୍ର କରଣ ପ୍ରତାପ ।

ପରେ ପରେ ଜ୍ୟୋତିଷ ରୁଦ୍ର କରଣ ପ୍ରତାପ ପୁଣିଥରେ ଏପ୍ରିଲ ୧୮ ତାରିଖରେ ସମାନ ପ୍ରସଙ୍ଗକୁ ଦୋହରାଇଥିଲେ । ଯାହା ଆଜି ସତ ହୋଇଛି । ଆଉ ମାତ୍ର କିଛି ସମୟ ପରେ କର୍ଣ୍ଣାଟକରେ କଂଗ୍ରେସ ବିଜୟ ହେବା ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ । କାରଣ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ବହୁମତ ଆଡ଼କୁ ଆଗ୍ରସର ହୋଇଛି । ପୂର୍ବରୁ ଜ୍ୟୋତିଷ ରୁଦ୍ର କରଣ ପ୍ରତାପଙ୍କ କହିବା ଅନୁସାରେ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବ । ଆଗାମୀ ଦିନରେ କଂଗ୍ରେସ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ।

କର୍ଣ୍ଣାଟକର ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏପର୍ଯ୍ୟନ୍ତ କଂଗ୍ରେସ ୧୩୮ଟି ଆସନରେ ଆଗୁଆ ରହିଛି । କର୍ଣ୍ଣାଟକ ପିସିସି କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ସେଲିବ୍ରେସନ ଆରମ୍ଭ କରି ଦେଇଛନ୍ତି । ସେପଟେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି । ଦଳର କିଏ ମୁଖ୍ୟମନ୍ତ୍ରୀ ରହିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ।

ସେପଟେ ସିଦ୍ଦରମୈୟାଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ତାଙ୍କ ପୁଅ ଯତୀନ୍ଦ୍ର ସିଦ୍ଦରମୈୟା ଦାବି କରିଛନ୍ତି । ପୂର୍ବଥର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ କର୍ଣ୍ଣାଟକ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ତେଣୁ ସିଦ୍ଦରମୈୟାଙ୍କୁ ଆଉଥରେ ସୁଯୋଗ ଦେବାକୁ ତାଙ୍କ ପୁଅ କହିଛନ୍ତି । ସେପଟେ କ୍ଷମତାରେ ଥିବା ବିଜେପିକୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି । ବିପର୍ଯ୍ୟୟର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି । ବିଜେପି ମାତ୍ର ୬୨ଟି ଆସନରେ ଆଗୁଆ ରହିଛି । କୁମାରସ୍ୱାମୀଙ୍କ ଜେଡିଏସ ମାତ୍ର ୨୦ଟି ଆସନରେ ଆଗୁଆ ରହିଛି ।