/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683941753.jpg)
Karnataka Election Result
କର୍ଣ୍ଣାଟକ ଏକଜିଟ୍ ପୋଲ ଅନୁସାରେ ଏଥର ମଧ୍ୟ ଝୁଲା ସରକାର । କିନ୍ତୁ କଂଗ୍ରେସକୁ ମିଳିବ ଅଧିକ ସିଟ୍ ।
ରିପବ୍ଲିକ ଟିଭି ଅନୁସାରେ ବିଜେପିକୁ ମିଳିବ ୮୫ରୁ ୧୦୦ ସିଟ୍ ମିଳିବ । ସେହିପରି କଂଗ୍ରେସକୁ ୯୪ରୁ ୧୦୮, ଜେଡିଏସ୍ କୁ ୨୪ରୁ ୩୨ଟି ସିଟ୍ ମିଳିବ ।
ଜନ୍ କି ବାତ୍ ଅନୁସାରେ ବିଜେପିକୁ ୯୪ରୁ ୧୧୭ଟି ସିଟ୍ ମିଳିବ । କଂଗ୍ରେସକୁ ୯୧ରୁ ୧୦୬ଟି ସିଟ୍ ମିଳିବ ଓ ଜେଡିଏସରୁ ମିଳିବ ୧୪ରୁ ୨୪ଟି ସିଟ୍ ।
ପୋଲଷ୍ଟାଟ୍ ସଂସ୍ଥାର ଆକଳନ ଅନୁସାରେ ବିଜେପିକୁ ୮୮ରୁ ୯୮ଟି ସିଟ ମିଳିବ । କଂଗ୍ରେସକୁ ମିଳିବ ୯୯ରୁ ୧୦୯ଟି ସିଟ୍ ଏବଂ ଜେଡିଏସ୍ ପାଇବ ୨୧ରୁ ୨୬ଟି ସିଟ୍ ।
ସିଜିଏସ ଆକଳନ କରିଛି ବିଜେପି ପାଇବ ୧୧୪ଟି ସିଟ, କଂଗ୍ରେସକୁ ମିଳିବ ୮୬ ଓ ଜେଡିଏସକୁ ମିଳିବ ୨୧ଟି ସିଟ୍ ।
ତେବେ କର୍ଣ୍ଣାଟକ ଉପରେ କାହାର ହେବ କବ୍ଜା ? କନ୍ନଡ଼ବାସୀଙ୍କ ଉପରେ କିଏ କରିବ ରାଜ । ଆଜି କର୍ଣ୍ଣାଟକରେ ଭୋଟ ଗଣତି । ତେବେ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଉତ୍କଣ୍ଠା ଯେତିକି ବଢ଼ୁଛି, ନେତାଙ୍କ ଛାତି ବି ସେତିକି ଧଡ଼ ଧଡ଼ ହେଉଛି । ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବନି ବୋଲି ଦର୍ଶାଯାଇଛି । ତେବେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି ଏକଜିଟ୍ ପୋଲ କହୁଛି ।
କଂଗ୍ରେସକୁ କଡ଼ା ଟକ୍କର ଦେଇ ବିଜେପି ଦ୍ୱିତୀୟ ସ୍ଥାନରେ ରହିବ । ଏହା ମଧ୍ୟରେ ପୁଣିଥରେ କିଙ୍ଗ୍ ମେକର ସାଜି ପାରେ ଜେଡିଏସ। ଗଣତି ଆରମ୍ଭ ହୋଇନଥିବା ବେଳେ ଜେଡିଏସ୍ ମୁଖ୍ୟ କୁମାରସ୍ୱାମୀଙ୍କ ସହ ଉଭୟ ବିଜେପି ଓ କଂଗ୍ରେସ ସମ୍ପର୍କରେ ଥିବା ଶୁଣିବାକୁ ମିଳୁଛି । ତେବେ ଏସବୁ ମଧ୍ୟରେ କଂଗ୍ରେସ ଓ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଦାବି କରିଛନ୍ତି ।
କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡି. କେ. ଶିବକୁମାର କର୍ଣ୍ଣାଟକରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି କହୁଛନ୍ତି । ସେପଟେ ବିଜେପି ମଧ୍ୟ ଏକକ ଦଳ ଭାବେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି କହୁଛି ।
ଅନ୍ୟପଟେ ୨୦୧୮ ନିର୍ବାଚନରେ କିଂଗ ମେକର ସାଜିଥିବା ଜେଡିଏସ୍ ମୁଖ୍ୟ କୁମାରସ୍ୱାମୀ ଏଥର ମଧ୍ୟ ତାଙ୍କ ଦଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି । ଉଭୟ ଦଳ ଜେଡିଏସ୍ ସହ ସମ୍ପର୍କରେ ଥିବା କହିଛନ୍ତି ଦଳୀୟ ମୁଖ୍ୟ ଏଚ. ଡି, କୁମାରସ୍ୱାମୀ । ଉଭୟ ଦଳ ସହ ମେଣ୍ଟ କରି ସେ ସରକାର ଗଠନ କରିବାକୁ ଆଗ୍ରହୀ ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ କର୍ଣ୍ଣାଟକରେ ଜେଡିଏସ୍ ୫୦ ଆସନରେ ବିଜୟୀ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)