ଦିଲ୍ଲୀରେ ଦୀର୍ଘ ୨୭ ବର୍ଷପରେ ବାଜି ମାରିଲା ବିଜେପି । ଏହା ସହ ଭାଙ୍ଗିଲା ଆମ ଆଦମୀ ପାର୍ଟୀର ଗଡ଼ । ଦୁଇ ଦୁଇ ଥର ସରକାର ଗଢ଼ିଥିବା ଆପ ମାତ୍ର ୨୨ଟି ଆସନରେ ସୀମିତ ରହିଛି । ଏହା ସହ ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଆପର ସ୍ବପ୍ନ ଧୂଳିସାତ ହୋଇଛି । ଅପରପକ୍ଷରେ ଦିଲ୍ଲୀ ବ୍ୟାଟେଲର ଫଳ ଆସିବା ପରେ ବିଜେପି ଶିବିରରେ ଉତ୍ସାହ ଏବଂ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।
ଏହି ଅବସରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ସମ୍ବୋଧନ କରି ଆପକୁ ଟାର୍ଗେଟ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଦିଲ୍ଲୀର ହୃଦୟରେ ମୋଦି ରହିଛନ୍ତି । ମୋଦିଙ୍କ ନେତୃତ୍ବରେ ଦଳ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଚାଲିଛି । ବିଜୟ ପାଇଁ ଦିଲ୍ଲୀବାସୀ ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି । ଲୋକସଭା ଓ ବିଧାନସଭା ନିର୍ବାଚନରେ ଦିଲ୍ଲୀବାସୀ ଆମକୁ ଜିତାଇଛନ୍ତି ।
Also Read
ଏଥିରୁ ସ୍ପଷ୍ଟ ଦିଲ୍ଲୀର ହୃଦୟରେ ମୋଦି ଅଛନ୍ତି । ପୂର୍ବରୁ ନିର୍ବାଚନ ବେଳେ ଦଳଗୁଡ଼ିକ ପ୍ରତିଶ୍ରୁତି ଦେଉଥିଲେ, ଭୁଲି ଯାଉଥିଲେ । କିନ୍ତୁ ମୋଦି ଏଥିରେ ପରିବର୍ତ୍ତନ ଆଣିଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ପ୍ରତିଶ୍ରୁତି ପୂରଣ ହେବାର ଗ୍ୟାରେଣ୍ଟି ।
ଅଧିକ ପଢନ୍ତୁ: ‘ଆପ୍ଦାରୁ ମୁକ୍ତ ହେଲା ଦିଲ୍ଲୀ, ବିକାଶ-ଭିଜନ-ବିଶ୍ବାସର ବିଜୟ ହୋଇଛି’
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆହୁରି କହିଛନ୍ତି ଦିଲ୍ଲୀର ଜନତାଙ୍କୁ ଦୂଷିତ ଜଳ ପିଇବାକୁ ବାଧ୍ୟ କରାଗଲା । ଶିକ୍ଷା, ଗମନାଗମନ ନାଁରେ ଲୋକଙ୍କ ଭାବନା ସହ ଖେଳିଲେ । ଆଜି ଦିଲ୍ଲୀବାସୀ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଆପ୍ଦା ହେଉଛି ମିଛ କହିବାର ଫ୍ୟାକ୍ଟ୍ରି । ଏଥର କଡ଼ା ଜବାବ ମିଳିଛି । ଏହି ଅବସରେ ଜେ.ପି ନଡ୍ଡା କଂଗ୍ରେସର ପ୍ରଦର୍ଶନକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ଏପରି ଏକ ଦଳ ଯାହାର ସ୍କୋର ଲଗାତାର ତୃତୀୟ ଥର ପାଇଁ ଜିରୋ ।