Advertisment

BJP Leadership Guidance in Puri: ବିଜେପି ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର: ଅହଂକାର ଛାଡ଼, ଗ୍ରୁପିଜିମ୍ କି ଚାପଲୁସି କରନି

ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗୁରୁମନ୍ତ୍ର। ବ୍ୟକ୍ତିତ୍ୱକୁ ସୁଧାରି ଗ୍ରାଉଣ୍ଡରେ ରହିବାକୁ ପରାମର୍ଶ। ଗ୍ରୁପଜିମ୍ କି ଚାପୁଲିସି ନକରି ଏକ୍ ହୋଇ ରହିବାକୁ ପଢ଼ାଇଲେ ପାଠ।

undefined

nadda

Advertisment

ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗୁରୁମନ୍ତ୍ର। ବ୍ୟକ୍ତିତ୍ୱକୁ ସୁଧାରି ଗ୍ରାଉଣ୍ଡରେ ରହିବାକୁ ପରାମର୍ଶ। ଗ୍ରୁପଜିମ୍ କି ଚାପୁଲିସି ନକରି ଏକ୍ ହୋଇ ରହିବାକୁ ପଢ଼ାଇଲେ ପାଠ। କହିଲେ କ୍ୟାମେରା ଲେନ୍ସ ପାଖକୁ ଯାଅନି, ଏମିତି କାମ କର ଯେମିତି ତୁମ ପାଖକୁ ଲେନ୍ସ ଆସିବ। ତିନି ଦିନିଆ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ଆଜି ନଡ୍ଡାଙ୍କ ସହ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ବି. ସତୀଶ ଏବଂ ସାଂସଦ ସମ୍ବିତ ପାତ୍ର ମଧ୍ୟ ସେସନ୍ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ ଦେବୀ; କହିଲେ, ବିଜେଡିରେ କେଉଁଠି ବି ନାହିଁ ଅସନ୍ତୋଷ 

ବିଧାୟକ, ସାଂସଦ କି ମନ୍ତ୍ରୀ ବୋଲି ଗର୍ବ-ଅହଂକାର ଛାଡ଼। ଗ୍ରୁପିଜିମ୍ କି ଚାପୁଲିସି କରନି। ପ୍ରଥମେ ନିଜର ବ୍ୟକ୍ତିତ୍ୱ ବନାଅ। ଅଙ୍ଗନବାଡି, ମେଡିକାଲକୁ ଯାଇ ଅଧେ ଘଣ୍ଟା ଲେଖାଏଁ ବସ। ନିଜ ଅଂଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ। ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ। ସରକାର ସହ ସଂଗଠନକୁ ନେଇକି ଚାଲ। ବିଜେପି ପ୍ରଶିକ୍ଷଣ ବର୍ଗରେ ବିଧାୟକ ଏବଂ ସାଂସଦମାନଙ୍କୁ କିଛି ଏମିତି ଟାସ୍କ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପ୍ରଶିକ୍ଷଣ ଶିବିରରେ ଘଣ୍ଟାଏରୁ ଅଧିକ ସମୟ ଧରି ବିଜେପି ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନଙ୍କ କ୍ଲାସ ନେଇଥିଲେ ନଡ୍ଡା। ସରକାର, ସଂଗଠନ ଏବଂ ସୁସଂପର୍କ ଉପରେ ଗୁରୁତ୍ୱ ଦେଇ 14 ଟି ବିନ୍ଦୁ ଉପରେ ଦେଇଥିଲେ ପରାମର୍ଶ। କହିଥିଲେ, ଗ୍ରାଉଣ୍ଡକୁ ଯାଅ, ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ। ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଗ୍ରାଉଣ୍ଡକୁ ଯାଇ ଦେଖ। ଏମିତିକି ଅଙ୍ଗନବାଡି ଏବଂ ମେଡିକାଲରେ ଯାଇ ସମୟ ବିତାଅ। ନିଜ ନିଜ ଅଞ୍ଚଳର ଦଳିତ ପରିବାର ସହ ସମ୍ପର୍କ ରଖି ତାଙ୍କୁ ବିଭିନ୍ନ ଯୋଜନାରେ ସାମିଲ କର।

Advertisment

ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି କ୍ଲାସ ନେଇଥିଲେ ନଡ୍ଡା, ଯେଉଁଠି ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ପ୍ରଭାରୀ, ସହ ପ୍ରଭାରୀ ଏବଂ ତିନି କେନ୍ଦ୍ରମନ୍ତ୍ରୀ। ବିଜେପିର ସମସ୍ତ ବିଧାୟକ ଏବଂ ସାଂସଦ ଏଥିରେ ଯୋଗ ଦେଇଥିଲେ। ନଡ୍ଡାଙ୍କ ପରେ ସୋସିଆଲ ମିଡିଆ ସେସନ ନେଇଥିଲେ ସାଂସଦ ସମ୍ବିତ ପାତ୍ର। ସୋସିଆଲ ମିଡିଆରେ ବିରୋଧୀଙ୍କୁ କେମିତି କାଉଣ୍ଟର କରାଯିବ, ଏହା ସହ ସରକାରଙ୍କ ଲୋକାଭିମୁଖୀ ଯୋଜନାର କେମିତି ପ୍ରଚାର ପ୍ରସାର ହେବ ସେନେଇ ଟିପ୍ସ ଦେଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସେସନ ନେଇଛନ୍ତି।

ଆଜି 4ଟି ସେସନରେ ନେତା ପାଠ ପଢ଼ିଥିବା ବେଳେ ଆସନ୍ତାକାଲି 4ଟି ସେସନ ରହିଛି। ଆସନ୍ତାକାଲି ସହ ସଂଗଠନ ମହାମନ୍ତ୍ରୀ ବି. ସତୀଶ ଏବଂ ସୁନୀଲ ବଂଶଲ ଏବଂ ବିଏଲ୍ ସନ୍ତୋଷ ଯୋଗ ଦେଇ ଗୋଟିଏ ଗୋଟିଏ ସେସନ ନେବେ।

Advertisment

ଅଧିକ ପଢ଼ନ୍ତୁ: ପଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ- ବିଜେଡି ନେତା ଅଣନିଃଶ୍ୱାସୀ, କାହିଁକି ପାଣ୍ଡିଆନଙ୍କୁ ଛାଡୁନାହାଁନ୍ତି ନବୀନ ? 

BJP JP Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ