/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678184489.jpg)
Jayanarayan Mishra
ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ପାଗଳ ନୁହେଁ ବୋଲି ରିପୋର୍ଟ ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଗୋପାଳକୁ ଯିଏ ସୁପାରୀ ଦେଇଛି, ସେ ଆସ୍ୟୁରାନ୍ସ ମଧ୍ୟ ଦେଇଛି ।
କୌଣସି କାର୍ଯ୍ୟାନୁଷ୍ଠାନ ହେବନି, ବଞ୍ଚେଇ ଦିଆଯିବ ବୋଲି କୁହାଯାଇଛି । ପୋଲିସ କଣ ପାଇଁ ପାଗଳ କରିବାକୁ ଚାହୁଁଛି, ସ୍ପଷ୍ଟ ହୋଇଯାଇଛି । ହତ୍ୟା ପଛରେ କିଏ, ଉଦ୍ଦେଶ୍ୟ କଣ, ପୋଲିସ ବାହାର କରିବାକୁ ଚାହୁଁନି । ‘ଓଡ଼ିଶା ସରକାର ଗୋପାଳକୁ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ ।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା ନେଇ ଆସିଲା ବଡ଼ ଖବର ! ଗୋପାଳ ଦାସ ପାଗଳ ନୁହେଁ...
ସେପଟେ ନବ ଦାସ ହତ୍ୟା ନେଇ ଗୋପାଳ ବିଷୟରେ ନୂଆ ତଥ୍ୟ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଖବର ଅନୁସାରେ ଝିଆରୀ ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ। ସେତେବେଳେ ଅଘଟଣ ଘଟି ନଥାଇପାରେ ବୋଲି କିଏ କହିବ। ଏଥିପାଇଁ ଗୋପାଳ ପରିବାର ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି । ଗୋପାଳର ଝିଆରୀକୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ। ବ୍ୟକ୍ତିଗତ ସହ ରାଜନୈତିକ କିମ୍ବା ବ୍ୟାବସାୟିକ କାରଣ ମଧ୍ୟ ହୋଇଥାଇପାରେ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଗୋପାଳ ଗୋପାଳ ପାଗଳ ନୁହେଁ ବୋଲି ଡାକ୍ତରି ରିପୋର୍ଟକୁ ନେଇ କୋର୍ଟଙ୍କ ଅର୍ଡର ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଧାୟକ ଶଶୀଭୁଷଣ ବେହେରା କହିଛନ୍ତି ସରକାରଙ୍କ ଉପରେ ଯେଉଁ ଆରୋପ ଲାଗୁଥିଲା ତାହା ଭୁଲ ପ୍ରମାଣିତ ହେଇଛି । ଗୋପାଳକୁ ପାଗଳ ସଜା ଯାଉଥିବା ଏବଂ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଯେଉଁ ଅଭିଯୋଗ ହେଉଥିଲା ତାହା କୋର୍ଟ ପ୍ରମାଣିତ କରି ଦେଲା ଯେ ଗୋପାଳ ପାଗଳ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)