Advertisment

Potato Politics: ଗରିବର ଖାଦ୍ୟ 'ଆଳୁ' ପାଲଟିଛି ରାଜନୈତିକ ଅସ୍ତ୍ର, ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଓଡିଶାକୁ ଆଳୁ ଗାଡ଼ି ଛଡା ନଯିବା ପଛରେ ରହିଛି କି ରାଜନୀତି? କଣ ହୋଇପାରେ ଏହାର କାରଣ? ଏହାଦ୍ୱାରା ଖୁସି ଅଛନ୍ତି କି ପଶ୍ଚିମବଙ୍ଗ ଚାଷୀ ଓ ବ୍ୟବସାୟୀ? ଗରିବ ଲୋକର ପଖାଳ କଂସାରୁ ଆଳୁକୁ ଚୋରେଇ ନେବା ପଛରେ କାହାର ଅଛି ପ୍ରଚ୍ଛନ୍ନ ହାତ, କିଏ ଏଥିପାଇଁ ଦାୟୀ? ପଢ଼ନ୍ତୁ ପୂରା କାହାଣୀ ଏହି ଲେଖାରୁ।

ଅଦ୍ୟତନ ହୋଇଛି
ରାଜନୀତି ପଶାପାଲିରେ ଆଳୁ

ରାଜନୀତି ପଶାପାଲିରେ ଆଳୁ

Advertisment

ଗରିବ ଲୋକର ଭାତକଂସା କଡ଼ରେ ଯେଉଁ ଆଳୁସିଝା ଟିକକ ଚକଟା ହୋଇ ମୁଖ୍ୟ ଆଇଟମ୍ ବୋଲାଇଥାଏ, ସେହି ଆଳୁ ଏବେ ପାଲଟିଛି ରାଜନୈତିକ ଅସ୍ତ୍ର। ଗରିବର ଖାଦ୍ୟକୁ ନେଇ ରାଜନୈତିକ ବ୍ୟକ୍ତିମାନଙ୍କର ଏହି ହୃଦୟହୀନ ରାଜନୀତିକୁ କିନ୍ତୁ ସାଧାରଣ ଗରିବ ମଣିଷ ବୁଝିପାରୁ ନାହାଁନ୍ତି। ଯେଉଁଦିନ ବୁଝିବେ ସେଦିନ ସବୁ ସରକାର ଭାଙ୍ଗିଯିବ। ଆସନ୍ତୁ ପଢ଼ିବା ପୂରା କାହାଣୀ।

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆରମ୍ଭ କରିଛନ୍ତି ଆଳୁ ପଲିଟିକ୍ସ। ଓଡିଶାକୁ ଆସୁଥିବା ଆଳୁ ଟ୍ରକ୍ ଗୁଡିକୁ ସୀମାରେ ଅଟକାଇ ଦେଉଛି ପଶ୍ଚିମବଙ୍ଗ ପ୍ରଶାସନ। ଓଡିଶାକୁ ପଶ୍ଚିମବଙ୍ଗରୁ ଆଉ ଆସୁନାହିଁ ଆଳୁ। ପଶ୍ଚିମବଙ୍ଗରେ ଖାଉଟିଙ୍କ ସ୍ୱାର୍ଥ ପାଇଁ ଏପରି କରାଯାଇଥିବା ସଫେଇ ଦେଉଛନ୍ତି ମମତା ବାନାର୍ଜୀ। କିନ୍ତୁ ଏହା ପଛରେ ରାଜନୀତି ଥିବାର ଗନ୍ଧ ବାରୁଛନ୍ତି ରାଜନୈତିକ ସମୀକ୍ଷକ। ଓଡିଶାକୁ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ତିନିଦିନିଆ ଗସ୍ତ ଓ ଡିଜିପି ସମ୍ମିଳନୀ ପରିପ୍ରେକ୍ଷୀରେ ଏହି ସମୟରେ ସେ ଏପରି କରିଥାଇପାରନ୍ତି ବୋଲି ଅନେକ ସନ୍ଦେହ ପ୍ରକାଶ କରୁଛନ୍ତି। ଆଳୁ ସଙ୍କଟ ଦେଖାଗଲେ ସାଧାରଣ ଲୋକମାନେ ବିଶେଷ କରି ଖାଉଟିମାନେ ସରକାରଙ୍କ ଉପରେ ଉତକ୍ଷିପ୍ତ ହେବେ। କାହିଁକି ନା ଆଳୁ ଦର ବଢିଯିବ। ବାହାଘର ଓ ପିକନିକ୍ ସିଜିନରେ ଆଳୁ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି ହୋଇପାରେ। ଏହାଦ୍ୱାରା ନୂଆ ସରକାରର ଛବି କିଛିଟା ମଳିନ ହେବ ବୋଲି ମତ ଦେଉଛନ୍ତି ରାଜନୈତିକ ସମୀକ୍ଷକ। 

ମମତା ବାନାର୍ଜୀ ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ୱାସ କରନ୍ତି ବୋଲି ବିଜେପି ନେତାମାନେ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛନ୍ତି। ତାଙ୍କ ବିରୋଧରେ ଥିବା ରାଜନୈତିକ ଦଳକୁ ବିଶେଷ କରି ବିଜେପିକୁ ଅକଳରେ ପକାଇବାକୁ ସେ ପ୍ରାୟତଃ ଚେଷ୍ଟା କରିଥାଆନ୍ତି ବୋଲି ବିଜେପି ନେତାମାନେ କୁହନ୍ତି। ଓଡିଶାରେ ଶାସନଭାର ବିଜେଡି ହାତରୁ ବିଜେପି ପାଖକୁ ଯିବା ପରେ, ମମତା ଅସହିଷ୍ଣୁ ହୋଇପଡିଥିବା ଅନେକ ବିଜେପି ନେତା କହିବା ଆରମ୍ଭ କଲେଣି।

Advertisment

ରାଜ୍ୟରେ ବିଜେପି ସରକାର ଗଠନ ପରେ ଗତ ଜୁଲାଇ ମାସରେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ବନ୍ଦ କରିଦେଇଥିଲେ। ଫଳରେ ଆଳୁ ଦର ଓଡିଶାରେ ହୁ ହୁ ହୋଇ ବଢିଥିଲା। ଏପରିକି ଆଳୁ କିଲୋ ପିଛା ୬୦ ଟଙ୍କା ଉପରେ ବିକ୍ରି ହୋଇଥିଲା। ଓଡିଶାକୁ କେମିତି ଆଳୁ ନଆସିବ, ସେ ନେଇ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ଆଳୁଗାଡି ଅଟକାଇଥିଲା ପଶ୍ଚିମବଙ୍ଗ ପୋଲିସ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସିଧାସଳଖ ଫୋନ୍ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ। ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିଲା।

ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ମଗାଇଥିଲେ। ତଥାପି ସୁଧୁରିନଥିଲା ଆଳୁ ସଙ୍କଟ ପରିସ୍ଥିତି। ନୂଆ ସରକାର ପାଇଁ ପ୍ରଥମଥର ସୃଷ୍ଟି ହୋଇଥିଲା ଚାଲେଞ୍ଜ। ଏପରିକି ଏମାନଙ୍କର ସରକାର ଚଳାଇବାର ଦକ୍ଷତା ନାହିଁ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା। ସ୍ଥିତିରେ ସୁଧାର ଆସିବାର ଦୁଇମାସ ନପୂରୁଣୁ ପୁଣି ମମତା ଗେମ୍ ଖେଳିଥିବା ଚର୍ଚ୍ଚା ହେଉଛି। ବିଜେଡି ସରକାର ଅମଳରେ ମମତା ବାନାର୍ଜୀ କେବେ ଓଡିଶାକୁ ଆଳୁ ବନ୍ଦ କରିଥିବାର ନଜିର ପ୍ରାୟ ନାହିଁ। ତେଣୁ ରାଜନୀତିର ପଶାପାଲିରେ ଆଳୁ ଗୋଟି ହୋଇଥିବାର ସନ୍ଦେହ ବଢୁଥିବା ଓଡିଶାର ଅନେକ ବ୍ୟବସାୟୀ ମତଦିଅନ୍ତି।

Advertisment

ଅଧିକ ପଢନ୍ତୁ: କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...  

ଆଳୁ କଟକଣାର ସାଇଡ୍ ଇଫେକ୍ଟ 

ସବୁ ପଦକ୍ଷେପର ଦୁଇଟି ଦିଗ ରହିଥାଏ। ମମତା ବାନାର୍ଜୀ ଓଡିଶାକୁ ଆଳୁ ବନ୍ଦ କରିବା ପରେ କ୍ଷୁବ୍ଧ ହୋଇଛନ୍ତି ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ରାଜ୍ୟକୁ ଆଳୁ ଚାଲାଣ ବନ୍ଦ ହେଲେ ଉଭୟ ଚାଷୀ ଓ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ । ଆଳୁ ବ୍ୟବସାୟୀ ସଂଘ ପକ୍ଷରୁ ସରକାରଙ୍କୁ ସ୍ପଷ୍ଟ ଭାବେ କୁହାଯାଇଛି, ଯଦି ଆଳୁ ବାହାର ରାଜ୍ୟକୁ ଛଡାଯିବ ନାହିଁ, ତେବେ ସରକାର ସିଧାସଳଖ ଚାଷୀଙ୍କ ଠାରୁ ଉପଯୁକ୍ତ ଦରରେ ସବୁ ଆଳୁ କିଣନ୍ତୁ । କାରଣ ଚାଷୀମାନେ ଏବେ ଆଳୁଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି । ଯଦି ସରକାର ଏମିତି କଟକଣା କରିବେ, ଲାଭ କମ୍ ହେବ ଭାବି ଚାଷୀମାନେ ଆଳୁଚାଷ ଉପରେ ଅଧିକ ଗୁରୁତ୍ୱ ଦେବେନାହିଁ । ଆଳୁ ଉତ୍ପାଦନ ଉପରେ ଏହାର ସିଧାସଳଖ ପ୍ରଭାବ ବି ପଡିବାର ଆଶଙ୍କା ରହିଛି । ରାଜ୍ୟର ବିଭିନ୍ନ ଶୀତଳ ଭଣ୍ଡାରରେ ପ୍ରାୟ ୧୦ ଲକ୍ଷ ଟନ୍ ଆଳୁ ମହଜୁଦ ଥିବା କହୁଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ଅଧିକାରୀ।

ଅଧିକ ପଢନ୍ତୁ: ଆରମ୍ଭ ଶୁଭଙ୍କର, ମୋହନଙ୍କ ପାଇଁ ଆଗକୁ ପଥ ବହୁ ଦୂର

Odisha West Bengal BJP CM Mamata Banerjee TMC Potato Potato Price Rise Potato Crisis Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ