Advertisment

‘ମମତା ବାନାର୍ଜୀଙ୍କୁ ବିରୋଧ କଲେ ଆଙ୍ଗୁଠି ଭାଙ୍ଗି ଦେବୁ’

ଡାକ୍ତରମାନଙ୍କ ପ୍ରତିବାଦ, ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ମମତା ସରକାରଙ୍କ ଉପରେ ଲଗାତାର ପ୍ରଶ୍ନ ଉଠୁଛି । ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ମନ୍ତ୍ରୀ ଉଦୟାନ ଗୁହା ବଡ଼ ବୟାନ ଦେଇଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Bengal Minister

Bengal Minister

ବିରୋଧୀଙ୍କ ହାଲ୍ଲାବୋଲ । ସାଧାରଣ ଜନତାଙ୍କ ଆନ୍ଦୋଳନ । ଆଉ ଡାକ୍ତରମାନଙ୍କ ପ୍ରତିବାଦ । ଏମିତି କିଛି ଘଟଣା ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିରୋଧୀ ଉପରେ ଦୋଷ ଲଦି ରାଜରାସ୍ତାକୁ ଓହ୍ଲାଇଥିବା ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭାରି ପଡ଼ିଛି ତାଙ୍କ ଜିଦ୍‌ । ଏପଟେ ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। 

Advertisment

ଅନ୍ୟପଟେ ମାମଲାର ଖୋଳତାଡ ଚଳାଇଛି CBI। ଆର୍.ଜି. କର ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ୩ ଦିନ ହେଲା ଘାଣ୍ଟୁଛି ସିବିଆଇ। ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ସାଇକୋ-ଆନାଲିସିସ୍ ଟେଷ୍ଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏଥିପାଇଁ କୋଲକାତାରେ ପହଞ୍ଚିଛନ୍ତି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟରି-CFSLର ୫ ଜଣିଆ ଟିମ୍। 

ମମତାଙ୍କ ମନ୍ତ୍ରୀ କହିଲେ...

ମମତା ସରକାରଙ୍କ ଉପରେ ଲଗାତାର ପ୍ରଶ୍ନ ଉଠୁଛି । ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ମନ୍ତ୍ରୀ ଉଦୟାନ ଗୁହା ବଡ଼ ବୟାନ ଦେଇଛନ୍ତି । ଏକ ବିବାଦୀୟ ବିବୃତ୍ତି ଦେଇ ସେ କହିଛନ୍ତି ଯେ, ‘ମମତା ବାନାର୍ଜୀଙ୍କ ବିରୋଧରେ ଆଙ୍ଗୁଠି ଉଠାଉଥିବା ଲୋକଙ୍କ ଆଙ୍ଗୁଠି ଭାଙ୍ଗିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ’

Advertisment

ଉଦୟାନ ଗୁହା କହିଛନ୍ତି, 'ଯେଉଁମାନେ ସୋସିଆଲ ମିଡିଆରେ ମମତା ବାନାର୍ଜୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଓ ଯେଉଁମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଏବଂ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛନ୍ତି, ଆମକୁ ସେହି ଆଙ୍ଗୁଠି ଚିହ୍ନଟ କରିବାକୁ ପଡିବ ଏବଂ ସେମାନଙ୍କ ଆଙ୍ଗୁଠିକୁ ଭାଙ୍ଗିବା ପାଇଁ ବ୍ୟବସ୍ଥା କରିବାକୁ ପଡିବ, ନଚେତ୍ ଏହି ଲୋକମାନେ ପଶ୍ଚିମବଙ୍ଗକୁ ବାଙ୍ଗାଲାଦେଶ ଭଳି କରିଦେବେ ।’

ଏପଟେ ମମତା ସରକାର ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ଏଣିକି ରାତିରେ କାମ କରୁଥିବା ମହିଳା କର୍ମଚାରୀଙ୍କ ନିମନ୍ତେ ସରକାର ‘ରାତିର ସାଥୀ’ ନାଁରେ ଯୋଜନା ଆଣିବାକୁ ଯାଉଛନ୍ତି ।

୧. ଏହି ଯୋଜନାରେ ସବୁ ସରକାରୀ ଡାକ୍ତରଖାନାରେ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ମୁତୟନ ହେବେ  ।
୨. ମହିଳା ଡାକ୍ତରମାନେ ଏକାଥରକେ ୧୨ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବେ ନାହିଁ ।
୪. ମହିଳାଙ୍କ ପାଇଁ ଏ ସବୁ କାର୍ଯ୍ୟସ୍ଥଳୀରେ ସ୍ବତନ୍ତ୍ର ବିଶ୍ରାମକକ୍ଷ ଏବଂ ଶୌଚାଳୟର ବନ୍ଦୋବସ୍ତ କରାଯିବ ।
୩. ଏହି ସବୁ ବ୍ୟବସ୍ଥା ଡାକ୍ତରଖାନା, ମେଡିକାଲ କଲେଜ, ଲେଡିଜ ହଷ୍ଟେଲ ଏବଂ ଅନ୍ୟକିଛି ସ୍ଥାନର କାର୍ଯ୍ୟରତ ମହିଳାଙ୍କ ନିକଟରେ ଲାଗୁ ହେବ । 
୫. ରାତିରେ ମହିଳା କର୍ମଚାରୀଙ୍କୁ ଜଗିବାକୁ ମହିଳା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । 
୬. ସ୍ଥାନୀୟ ଥାନା ସହ ସଂଯୋଗ କରୁଥିବା ଆପକୁ ମହିଳା କର୍ମଚାରୀଙ୍କ ଫୋନରେ ଅପଲୋଡ କରାଯିବ । 
୭. ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ ଓ ୧୧୨ ହେଲପ୍‌  ଲାଇନ ନମ୍ବର ବନ୍ଦୋବସ୍ତ କରାଯାଇଛି  ।

ମହିଳା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରବଳ ବିରୋଧ ଯୋଗୁ ଏପରି ଏକ ପଦକ୍ଷେପ ନେଇଛନ୍ତି ମମତା ସରକାର । ଖୁବ୍‌ ଶ୍ରୀଘ୍ର ଏହି ସବୁ ବ୍ୟବସ୍ଥା କରାଯିବାକୁ ମଧ୍ୟ କୁହାଯାଇଛି । ହେଲେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସେନେଇ କିଛି ଏଯାଏଁ ସ୍ପଷ୍ଟ ହୋଇନାହିଁ । 

West Bengal Mamata Banerjee CM Mamata Banerjee Union Minister
Advertisment
Advertisment