/odishatv-khabar/media/post_attachments/uploadimage/library/16_9/16_9_0/Potato__1723985558.jpg)
Potato
ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ଆଳୁ ସଂକଟ। ଉତ୍ତରପ୍ରଦେଶରୁ ଟ୍ରେନ୍ ଯୋଗେ ଓଡ଼ିଶା ଆସିବ ଆଳୁ । ଏନେଇ ସୂଚନା ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ଏ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଛନ୍ତି ।
ସୂଚନା ଅନୁସାରେ ପ୍ରାୟ ତିନି ସପ୍ତାହ ବିତିଲା ପରେ ମଧ୍ୟ ରାଜ୍ୟରୁ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇନି । ଏପରି ସ୍ଥିତିରେ ବେଙ୍ଗଲରୁ ଲୁଚାଛପାରେ ଆସୁଥିବା ଆଳୁଗାଡ଼ି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗଳାବାଟରେ ସିସିଟିଭି ଲଗାଇଛନ୍ତି ସେଠାକାର ସରକାର ।
ତେବେ ଆଳୁ ସଙ୍କଟ ଦୂର ପାଇଁ ଗତ ଅଗଷ୍ଟ ୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟେଲିଫୋନ ଯୋଗେ ମମତାଙ୍କ ସହ ଆଲୋଚନା କରି ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ଦିଲ୍ଲୀରେ ନୀତି ଆୟୋଗ ବୈଠକ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା। ମାତ୍ର ଏହାର କିଛି ଦିନ ପରେ ପୁଣି ଆଳୁ ଯୋଗାଣ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଏହାରି ଭିତରେ ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ୟୁପିରୁ ଟ୍ରେନ୍ ଯୋଗେ ଆଳୁ ଆଣିବାକୁ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)