Advertisment

ଶିବସେନାର ଚେତାବନୀ: ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ମିଶିଲେ ଆମେ ସରକାରରୁ ଓହରିଯିବୁ

ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି

author-image
Chandan Shishu
ଅଦ୍ୟତନ ହୋଇଛି
Shiv Sena will leave the Maharashtra government

Shiv Sena will leave the Maharashtra government

ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ସାମିଲ ହେଲେ ସରକାରରୁ ଓହରିଯିବ ଶିବସେନା ! ଏଭଳି ଚେତାବନୀ ଦେଇଛନ୍ତି ଶିବସେନା ମୁଖପାତ୍ର। ଏହି ବୟାନ ପରେ ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ ଆସିଛି। ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ, ଏହା କାହାକୁ ଅଜଣା। ଏନସିପିର ଗୋଟିଏ ଗୋଷ୍ଠୀ ଅଜିତ ପାୱାରଙ୍କ ନେତୃତ୍ୱରେ ବିଜେପିକୁ ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି। ଏପରିକି ବିଜେପିରେ ହାତ ମିଳାଇବା ନେଇ ଚର୍ଚ୍ଚା ଲାଗିରହିଛି। କିନ୍ତୁ ଏପରି ଚର୍ଚ୍ଚାକୁ ଅଜିତ ପାୱାର ବର୍ତ୍ତମାନ ଯାଏ ଖଣ୍ଡନ କରି ଆସିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପୁଣି ଯୋଗୀଙ୍କ ରଣହୁଙ୍କାର ! ଆଉ ନିସ୍ତାର ନାହିଁ...ମାଫିଆମୁକ୍ତ ହେବ ୟୁପି

ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛି ଏକନାଥ ସିନ୍ଦେଙ୍କ ଶିବସେନା। ଶିବସେନା ବିଧାୟକ ତଥା ମୁଖପାତ୍ର ସଞ୍ଜୟ ଶିରସାତ କହିଛନ୍ତି, ବିଧାନସଭାର ବିରୋଧୀ ଦଳ ନେତା ଅଜିତ ପାୱାର ଯଦି ଏନସିପି ଛାଡ଼ିବେ ଓ ବିଜେପି କିମ୍ବା ଶିବସେନାରେ ମିଶିବେ, ତା’ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ। କିନ୍ତୁ ସେ ଏନସିପିର କିଛି ବିଧାୟକଙ୍କୁ ଆଣିବେ ଓ ବିଜେପି ସହ ଲୀନ ହେବେ, ତା’ହେଲେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସରକାରରୁ ଓହରିଯିବ।

Advertisment

''ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି। ଅଜିତ ପାୱାର ଏବେ ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ଗ୍ରହଣ କରୁ ନାହାନ୍ତି। ଏଥିପାଇଁ ସେ ଏନସିପିରେ ରହିବାକୁ ଚାହୁଁନାହାନ୍ତି। ଅଜିତ ପାୱାରାଙ୍କୁ ଆଉ ମୁକ୍ତ ଭାବେ କାମ କରିବାକୁ ସୁଯୋଗ ମିଳୁନି।''

ସେ ଆହୁରି କହିଛନ୍ତି, “ସୋମବାର ଠାରୁ ରାଜନୀତିକ ଚର୍ଚ୍ଚା ଓ ହଟଚମଟ ଆରମ୍ଭ ହୋଇଛି। ଅଜିତ ପାୱାର ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ତାଙ୍କ ଫୋନ ନେଟୱର୍କ ବାହାରକୁ ଚାଲିଯିବା, କିଛି ନୂଆ କଥା ନୁହେଁ। ପୁଅ ପାର୍ଥ ପାୱାରଙ୍କ ପରାଜୟ ପରଠାରୁ ତାଙ୍କର ଅସନ୍ତୋଷ ବଢ଼ିଛି।” ପାର୍ଥ ପାୱାର ମାଭାଲ ନିର୍ବାଚନ ମଣ୍ଡଳୀରୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲା। ହେଲେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

Ajit Pawar Shivsena
Advertisment
Advertisment