Advertisment

ବିର୍ସା ଷ୍ଟାଡିୟମ୍ ନିର୍ମାଣରେ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର କେବଳ ନିର୍ମାଣ ଖର୍ଚ୍ଚ ନୁହେଁ, ଏହାର ଆୟତନକୁ ନେଇ ମଧ୍ୟ କାଲିଠୁ ଆରମ୍ଭ ହୋଇଛି ବିବାଦ।

ଅଦ୍ୟତନ ହୋଇଛି
Birsa Munda International Hockey Stadium

Birsa Munda Hockey Stadium

Advertisment

ରାଉରକେଲାର ସହିଦ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣରେ ଖର୍ଚ୍ଚ ହୋଇଛି କେତେ ଟଙ୍କା? ଷ୍ଟାଡିୟମ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ଠିକ୍ ନା ବିଧାନସଭାରେ କ୍ରୀଡ଼ା ମନ୍ତ୍ରୀଙ୍କ ଉତ୍ତର ଠିକ୍? ଦୁହିଁଙ୍କ ମଧ୍ୟରୁ କାହା କଥା ଏବଂ କେଉଁ ସଂଖ୍ୟାକୁ ସତ ମଣିବେ ରାଜ୍ୟବାସୀ? ଗତକାଲି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରି, ୨୬୧ କୋଟି ଟଙ୍କା ବ୍ୟୟରେ ରେକର୍ଡ ୧୫ ମାସ ଭିତରେ ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ ନିର୍ମାଣ ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ।

Advertisment

ହେଲେ ତା ପୂର୍ବରୁ ନଜର ପକାନ୍ତୁ ବିଧାନସଭାରେ କ୍ରୀଡ଼ାମନ୍ତ୍ରୀ ଉତ୍ତରରେ ଥିବା ଏ ତଥ୍ୟ ଉପରେ। ଗତ ନଭେମ୍ବର ୨୪ରେ ବିଧାୟିକା କୁସୁମ ଟେଟେଙ୍କ ଏ ସମ୍ପର୍କୀତ ଏକ ପ୍ରଶ୍ନରେ କ୍ରୀଡ଼ାମନ୍ତ୍ରୀ ଉତ୍ତର ରଖିଥିଲେ ଯେ, ରାଉରକେଲା ର ବିର୍ସାମୁଣ୍ଡା ଓ ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ୍ ନିର୍ମାଣ ଲାଗି ମୋଟ ୮୭୫ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଠାରେ ପ୍ରଶ୍ନ ଉଠୁଛି କଳିଙ୍ଗ ଷ୍ଟା଼ଡିୟମ ପୂର୍ବରୁ ପ୍ରସ୍ତୁତ ହୋଇଥିବାରୁ ଏହି ୮୭୫ କୋଟି ଟଙ୍କାର ସିଂହ ଭାଗ ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ ହିଁ ଖର୍ଚ୍ଚ କରାଯାଇଥିବ ଯଦି କ୍ରୀଡ଼ା ମନ୍ତ୍ରୀଙ୍କ ଏ ଉତ୍ତର ଠିକ୍, ତେବେ ମୁଖ୍ୟମନ୍ତ୍ରୀ, ୨୬୧ କୋଟିର ତଥ୍ୟ କେଉଁଠୁ ରଖିଲେ? ଏପଟେ ବିର୍ସା ମୁଣ୍ଡା ହକି ଷ୍ଟା଼ଡିୟମ ନିର୍ମାଣ ପାଇଁ ବାସ୍ତବରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ସରକାର ତାର ସ୍ପଷ୍ଟ ଚିତ୍ର ରଖନ୍ତୁ ବୋଲି ଦାବି କରିଛି ବିଜେପି

ଅଧିକ ପଢ଼ନ୍ତୁ: ଆଉ ଚାଲିବନି ଟଙ୍କିକିଆ ଚାଉଳ ରାଜନୀତି ! କେନ୍ଦ୍ରର ମାଗଣା ଚାଉଳ ଘୋଷଣା ପରେ ଅକଳରେ ରାଜ୍ୟ ସରକାର

Advertisment

ସେପଟେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର କେବଳ ନିର୍ମାଣ ଖର୍ଚ୍ଚ ନୁହେଁ, ଏହାର ଆୟତନକୁ ନେଇ ମଧ୍ୟ କାଲିଠୁ ଆରମ୍ଭ ହୋଇଛି ବିବାଦ। ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ବିଜ୍ଞାପନରେ ଏହାକୁ ବିଶ୍ୱର ଏକ ନମ୍ବର ହକି ଷ୍ଟାଡିୟମ ବୋଲି ଦାବି କରିଥିଲେ ରାଜ୍ୟ ସରକାର କାଲି ଷ୍ଟାଡିୟମ ଉଦଘାଟନ ପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଦାବିକୁ ଭୁଲ ବୋଲି ଯୁକ୍ତି କରିଥିଲା। ଦଳ କହିଥିଲା, ଦର୍ଶକଙ୍କ ସିଟ୍ ସଂଖ୍ୟା ଦୃଷ୍ଟିରୁ ଏହା ବିଶ୍ୱର ୪ ନମ୍ବର ଷ୍ଟାଡିୟମ। ଏହା ଉପରେ ପଞ୍ଜାବର ଚଣ୍ଡିଗଡ଼, କାନାଡ଼ା ଓ ପାକିସ୍ତାନର ଲାହୋର ଷ୍ଟାଡିୟମ ରହିଛି। ତେବେ ଆଜି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏ ବିବାଦ ଉପରେ ମନ୍ତବ୍ୟ ରଖି, FIHର ସ୍ବୀକୃତି ପରେ ହିଁ ଏହାକୁ ବିଶ୍ୱର ୧ ନମ୍ବର ହକି  ଷ୍ଟାଡିୟମ କୁହାଯାଇଥିବା ସ୍ପଷ୍ଟୀକରଣ ରଖିଛନ୍ତି। 

ବିର୍ସା ମୁଣ୍ଡା ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମ ପାଇଁ DMF ଫଣ୍ଡରୁ ୧୩୬ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତେବେ କେଉଁଠି କେଉଁ ପ୍ରକଳ୍ପ ପାଇଁ କେତେ ଖର୍ଚ୍ଚ ହୋଇଛି, ତାର ହିସାବ ସୂଚନା ଫଳକ ଲଗାଇ ରାଜ୍ୟ ସରକାର କାହିଁକି ଦେଉନାହାନ୍ତି, ତାକୁ ନେଇ ବି ପ୍ରଶ୍ନ ଉଠାଇଛି ବିଜେପି।

Advertisment
Hockey World Cup 2023 Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ