BJD Supremo Lost Trust In Bobby Das: ବବିଙ୍କୁ ନବୀନଙ୍କ ଡବଲ ଝଟକା; ଯାଜପୁରରୁ ବବି ବିଦା !

ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l 

BJD Supremo Lost Trust In Bobby Das

ଯାଜପୁର ପାଇଁ ବବି ଅଲୋଡ଼ା ! ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l ୨୭ଟି ନିର୍ବାଚନ ମଣ୍ଡଳୀ, ଆଉ ୯ଜଣ ନେତାଙ୍କୁ ଦାୟିତ୍ୱ l ଚିଠିର ଷଷ୍ଠ ସ୍ଥାନରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି l ବବିଙ୍କୁ ବଡ଼ଚଣା, ରାଇରଙ୍ଗପୁର, ବଡ଼ସାହି, ଉଦଳା, ଏବଂ ଛେଣ୍ଡିପଡ଼ା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମିଳିଛି l 

ହେଲେ ଯାଜପୁରର ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନଦେବାକୁ ଚିଠିରେ କିଛି କୁହାଯାଇଛି l କେବଳ ଆମରଙ୍କ ଗଡ଼ ଯାଜପୁରର ବଡ଼ଚଣାକୁ ଜଗିବାକୁ ଦଳ ଦେଇଛି ନିର୍ଦ୍ଦେଶ l

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

କୋରେଇ, ଧର୍ମଶାଳା, ବଡ଼ଚଣା ଓ ସୁକିନ୍ଦା ନିର୍ଵାଚନ ମଣ୍ଡଳୀକୁ ଏଥର ଅକ୍ତିଆର କରିଛି ବିଜେପି l ବିଞ୍ଝାରାପୁର, ଯାଜପୁର ଏବଂ ବରୀ ଆସନରୁ ବିଜେଡି ବିଜୟ ହୋଇଛି l ହେଲେ ଯାଜପୁର ନିର୍ବାଚନ ମଣ୍ଡଳୀ ବା ବବିଙ୍କ ଗଡ଼କୁ ମଧ୍ୟ ଦୋହଲାଇ ଦେଇଛି ଭାରତୀୟ ଜନତା ପାର୍ଟି l ଯାଜପୁର ବିଜେଡି ବିଧୟିକା ସୁଜାତା ସାହୁ ୨୦୨୪ ନିର୍ବାଚନରେ ବିଜୟ ହାସଲ କରିଥିଲେ ମଧ୍ୟ ଯଥେଷ୍ଟ ଭୋଟ ହାର ବିଜେଡିର କମିଛି l ଆଉ ବିଜେପି ଖାତାକୁ ଆସିଛି ବିଜେଡି ଭୋଟ l ଫଳରେ ଯାଜପୁରର ବିଜେଡି ସଂଗଠନ ଦୋହଲି ଯାଇଛି l ହେଲେ ଯାଜପୁରକୁ ବିଜେଡି ପ୍ରାଧାନ୍ୟ ନଦେଇ ଏବେ ବବିଙ୍କୁ ଅନ୍ୟତ୍ର ଦାୟିତ୍ୱ ଦେଇଛି l ଯାହା ଫଳରେ ବବିଙ୍କ ଉପରେ ବିଜେଡିର ବିଶ୍ୱାସ ତୁଟିଥିବା ସାଧାରଣରେ ଚର୍ଚ୍ଚା ହେଲାଣି l 

ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ କାଳେ ବିଜେଡି ଗଡ଼ ଦୋହଲି ଯାଇଛି l ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୁରେଇ ରଖୁଛି ତା ଦେଖିବାକୁ ବାକି ରହିଲା l ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

ଅଧିକ ପଢ଼ନ୍ତୁ: ଆସିଲା ବିଜେପିର ସଂକଳ୍ପ ପତ୍ର; ମହିଳାଙ୍କୁ ମିଳିବ ୨୫୦୦