Advertisment

ଆଉ ୨୮ ନୂଆ ଜିଲ୍ଲା ଗଠନ ଦାବି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ...

ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗିର ଜିଲ୍ଲାକୁ ୪ଟି ଏବଂ କଟକ ଓ ଅନୁଗୁଳ ଜିଲ୍ଲାକୁ ଭାଙ୍ଗି ୩ଟି ଲେଖାଏଁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Odisha Creates Two New Districts

New Districts

ରାଜ୍ୟରେ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି। ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ପଦ୍ମପୁର, ଧର୍ମଗଡ଼ ଓ କଣ୍ଟାବାଞ୍ଜି ସହ ୨୮ଟି ନୂଆ ଜିଳ୍ଲା ପାଇଁ ଦାବି ହୋଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲାକୁ ଭାଙ୍ଗି ୫ଟି ଜିଲ୍ଲା କରିବା ପାଇଁ ଦାବି ହୋଇଛି। ମୟୂରଭଞ୍ଜ ଜିଲ୍ଲାକୁ ଭାଙ୍ଗି ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ ଓ କରଞ୍ଜିଆ ଜିଲ୍ଲା କରିବାକୁ ଦାବି ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଭାଙ୍ଗି ୫ଟି ଜିଲ୍ଲା କରିବା ପାଇଁ ଦାବି ସରକାରଙ୍କୁ ମିଳିଛି।

Advertisment

ସେହିପରି ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗିର ଜିଲ୍ଲାକୁ ୪ଟି ଏବଂ କଟକ ଓ ଅନୁଗୁଳ ଜିଲ୍ଲାକୁ ଭାଙ୍ଗି ୩ଟି ଲେଖାଏଁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । ତେବେ ଏନେଇ ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

Advertisment
Santosh Singh Saluja Odisha Legislative Assembly
Advertisment
Advertisment