ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।

Odisha Politics, CM Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ କି ଶାସନ ବ୍ୟବସ୍ଥା ? ସରକାରରେ କଣ ଚାଲିଛି ସେ ଜାଣୁଛନ୍ତି ତ ? ମନ୍ତ୍ରୀ ଓ ବିଧାୟକମାନେ ତାଙ୍କୁ ଭେଟୁଛନ୍ତି ତ ? ବିଜେପି ପକ୍ଷରୁ ଏଭଳି ଅଭିଯୋଗ ହେବା ପରେ ପରେ ଆଜି ଖୋଦ୍ ଶାସକ ଦଳର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମନ୍ତ୍ରୀଙ୍କ ଭୂମିକା ନେଇ ଗୁମର ଖୋଲିଛନ୍ତି। ଜାନକୀ-ବସନ୍ତଙ୍କ ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ ଭାଗ ନେଇ ସୌମ୍ୟ କହିଛନ୍ତି କ୍ୟାବିନେଟରେ କଣ ନିଷ୍ପତ୍ତି ହେଉଛି ମନ୍ତ୍ରୀମାନେ ଜାଣୁ ନାହାନ୍ତି ।

ମନ୍ତ୍ରୀମାନେ ଦୃଶ୍ୟମାନ ବି ହେଉ ନାହାନ୍ତି । ସରକାରୀ ନିଷ୍ପତ୍ତିରେ ମନ୍ତ୍ରୀମାନଙ୍କ ଭୂମିକା ରହୁ ନାହିଁ ବୋଲି କହି ରାଜ୍ୟ ଶାସନ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ । ଏପରି ରାଜନୈତିକ ଅଧୋଗତି ହେବା ପରେ ବି ମନ୍ତ୍ରୀମାନେ କେମିତି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ତେବେ ସୌମ୍ୟଙ୍କ ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ: କଂଗ୍ରେସକୁ ପୁଣି ଗ୍ରାସିଲା ପୁରୁଣା ରୋଗ, ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଚିରଞ୍ଜିବଙ୍କ ତାତ୍ସଲ୍ୟ

କେବେଳ ସେତିକି ନୁହେଁ ବିଜେପିକୁ ମଧ୍ୟ କଟାକ୍ଷ କରିଛନ୍ତି ସୌମ୍ୟ । ରାଜ୍ୟରେ ବିଜେପି ଆଉ ଦଳ ହୋଇ ନାହିଁ। ଓଡ଼ିଶାରେ ବିରୋଧୀ ଆଉ ନାହାନ୍ତି ବୋଲି ସୌମ୍ୟ କଟାକ୍ଷ କରିଛନ୍ତି । ବିଜେଡି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସ୍ତରରେ ସମର୍ଥନ ଦେଉଛି, ତେବେ ରାଜ୍ୟ ବିଜେପି କିଭଳି ଆମ ବିରୋଧରେ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଝାରସୁଗୁଡ଼ାରେ ନିର୍ବାଚନ ପ୍ରଚାର ବେଳେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଶଶିକଳା ସିଣ୍ଡ୍ରୋମ କାମ କଲାଣି ବୋଲି ଲୋକେ କହୁଥିବା କହି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେଡି କହିଛି, ଏହା ଭିତ୍ତିହୀନ ଏଠି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ସବୁକିଛି ହେଉଛି । 

ରାଜ୍ୟରେ ଶାସନ କରୁଛି କିଏ ? ଶାସନ ଆଉ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ବିଜେପି ଏବେ ଯେଉଁ ଅଭିଯୋଗ ଆଣିଛି, ଆଗାମୀ ଦିନରେ ଏହାକୁ ବଡ଼ ପ୍ରସଙ୍ଗ କରିବ ବୋଲି ଚର୍ଚ୍ଚା ହେଉଛି ।