Advertisment

Jaynarayan Mishra: ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା-ଜୟନାରାୟଣ ମିଶ୍ର

ଉତ୍କଳ, କୋଶଳ ଓ କଳିଙ୍ଗ ଏକତ୍ର ଓଡ଼ିଶା ଭାବେ ପରିଚିତ। କଟକ, ପୁରୀ ଓ ବାଲେଶ୍ବରକୁ ନେଇ ଉତ୍କଳ ଗଠିତ। ନିୟମିତ ଭାବେ କଳିଙ୍ଗ ଓ କୋଶଳକୁ ପଛୁଆ ରଖିବା ଏକ ମାନସିକତାରେ ପରିଣତ ହୋଇଛି। କୋଶଳର ଅର୍ଥ, ଖଣି, ପାଣି, ଜଙ୍ଗଲ ଓ ଚାଷକୁ ବ୍ୟବହାର କରୁଥିଲେ ମଧ୍ୟ ଶୋଷଣ କରାଯାଉଛି।

jaynarayan mishra

jaynarayan mishra

Advertisment

ସର୍ବଦା ବିବାଦରେ ରହୁଥିବା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି। ଓଡ଼ିଶାରେ ମିଶିବା ଆମର ଭୁଲ୍ ବୋଲି କହିଛନ୍ତି ଜୟନରାୟଣ। ସମ୍ବଲପୁରରେ ଆୟୋଜିତ 'ସୁଭଦ୍ରା' ସଭାରେ ଏଭଳି ବୟାନ ଦେଇଛନ୍ତି ଜୟନାରୟାଣ। ସେ କହିଛନ୍ତି ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ବୁଝାଏ। ଉତ୍କଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ହୋଇଛି। ଓଡ଼ିଶାରେ ମିଶିବା ଆମର ଭୁଲ ହୋଇଛି ବୋଲି କହିଛନ୍ତି ଜୟନାରାୟଣ। ଆମକୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ କରିବା ସହ ଖାଲି ଉତ୍କଳର ଜୟଗାନ ହେଉଛି. କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ ବୋଲି କହିଛନ୍ତି। ତେବେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଉତ୍କଳ, କୋଶଳ ଓ କଳିଙ୍ଗ ଏକତ୍ର ଓଡ଼ିଶା ଭାବେ ପରିଚିତ। କଟକ, ପୁରୀ ଓ ବାଲେଶ୍ବରକୁ ନେଇ ଉତ୍କଳ ଗଠିତ। ନିୟମିତ ଭାବେ କଳିଙ୍ଗ ଓ କୋଶଳକୁ ପଛୁଆ ରଖିବା ଏକ ମାନସିକତାରେ ପରିଣତ ହୋଇଛି। କୋଶଳର ଅର୍ଥ, ଖଣି, ପାଣି, ଜଙ୍ଗଲ ଓ ଚାଷକୁ ବ୍ୟବହାର କରୁଥିଲେ ମଧ୍ୟ ଶୋଷଣ କରାଯାଉଛି। ଏପରିକି ଚାକିରି ବାକିରିରେ ମଧ୍ୟ ସମାନ ଅବସ୍ଥା ରହିଛି। ଏପରିକି ସାଂସ୍କୃତିକ ଦିଗରୁ ମଧ୍ୟ ଆମକୁ ଶୋଷଣର ଶିକାର ହେବାକୁ ପଡିଛି। ଅତୀତରେ ଓଡ଼ିଶା ସହିତ ମିଶିବା ଏକ ଐତିହାସିକ ଭୁଲ ଥିଲା ବୋଲି କହିଛନ୍ତି।

ସମ୍ବଲପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ଅନ୍ୟାନ୍ୟ ବିଧାୟକ ମାନେ ମଧ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଉଥିବା ବେଳେ ଉଦଘୋଷିକା ସମସ୍ତଙ୍କୁ ଛିଡା ହେବାକୁ ଅନୁରୋଧ କରିଥିଲେ। ଅନ୍ୟ ସମସ୍ତ ଉପସ୍ଥିତ ଅତିଥି ଛିଡା ହୋଇଥିବା ବେଳେ ଜୟ ନାରାୟଣ ନିଜ ଆସନରେ ବସି ରହିଥିଲେ। ଏହାକୁ ନେଇ ମଧ୍ୟ ବିବାଦ ଦେଖା ଦେଇଛି। ଜୟ ନାରାୟଣଙ୍କ ପାଇଁ ବିବାଦ ନୂଆ କଥା ନୁହେଁ। ପୂର୍ବରୁ ଏକ ରାଲି ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିଥିଲେ ଜୟ ନାରାୟଣ। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରାଲି ସମୟରେ ମହିଳା ପୋଲିସ ଅଧିକାରୀଙ୍କୁ ହାତ ଉଠାଇଥିଲେ ଜୟ ନାରାୟଣ।

Advertisment

ଅଧିକ ପଢ଼ନ୍ତୁ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ‘ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରୁଛି ବିଜେଡି’

Jaynarayan Mishra Jaynarayan Mishra Sambalpur Jaynarayan Mishra Bjp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ