• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଶୋକ ଗେହଲଟ କଂଗ୍ରେସର ପରବର୍ତ୍ତୀ ସଭାପତି ହେବା ଆଶା ଉଜ୍ଜ୍ୱଳ । ଗାନ୍ଧି ପରିବାର ସମର୍ଥନରେ ସଭାପତି ପଦ ପାଇଁ ଭରିବେ ନାମାଙ୍କନ । ରାହୁଲ ଗାନ୍ଧିଙ୍କୁ କେରଳରେ ଗେହଲଟଙ୍କ ସାକ୍ଷାତ ପରେ ଚିତ୍ରପଟ୍ଟ ସ୍ପଷ୍ଟ ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନାମାଙ୍କନ ଭରିବେ ଗେହଲଟ୍ । ଅନ୍ୟପକ୍ଷରେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଛକାପଞ୍ଝା ଆରମ୍ଭ ହୋଇଛି । ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟ ଗୋଟି ଚାଳନା କରୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ଓ ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଆସନ୍ତା ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କ ପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮ । ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ ।

ନୂଆ ସଭାପତିଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ ଲାଗି ପିସିସି ସ୍ତରରେ ସର୍ବସମ୍ମତିରେ ପ୍ରସ୍ତାବ ପାରିତ ହେବ । ଏନେଇ ଖୁବ୍ ଶୀଘ୍ର ପ୍ରଦେଶ ରିଟର୍ଣ୍ଣିଂ ଅଧିକାରୀମାନେ ବୈଠକ କରିବେ ବୋଲି ସୂଚନା ମିଳିଛି । ତେବେ ଏଥର ସଭାପତି ନିର୍ବାଚନ ଦୌଡ଼ରେ ଅଶୋକ ଗେହଲୋଟ ଓ ଶଶି ଥରୁର ରହିଛନ୍ତି ।

ରାହୁଲ ସଭାପତି ପଦ ଲାଗି ଆଦୌ ଉଚ୍ଛୁକ ନଥିବା ତାଙ୍କ ନିକଟ ମହଲରୁ ସୂଚନା ମିଳିଛି । ଏହାସତ୍ତ୍ୱେ ବିହାର,ତାମିଲନାଡୁ, ରାଜସ୍ଥାନ, ଛତିଶଗଡ଼, ଗୁଜୁରାଟ, ହରିୟାଣା କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତାବ ପାରିତ କରାଯିବା ସହ ସଭାପତି ପଦଲାଗି ନାମାଙ୍କନ ଭରିବାକୁ ରାହୁଲଙ୍କ ନିକଟରେ ଦାବି କରାଯାଇଛି । ସେହିପରି କେରଳ ଓ ମଧ୍ୟପ୍ରଦେଶର କଂଗ୍ରେସ ନେତା ସିଧାସଳଖ ରାହୁଲଙ୍କୁ ଭେଟି ସଭାପତି ହେବା ଲାଗି ଅନୁରୋଧ କରିଛନ୍ତି । ଏଭଳି ସ୍ଥଳେ କଣ ହେଉଛି କଂଗ୍ରେସ ରାଜନୀତି ଓ କିଏ ସଭାପତି ପଦ ନିର୍ବାଚନ ପାଇଁ ନାମାଙ୍କନ ଭରୁଛନ୍ତି, ତା’ ଉପରେ ରାଜନୈତିକ ବିଶାରଦଙ୍କ ନଜର ।