Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦେଶର ଶ୍ରେଷ୍ଠ ବ୍ଲକ୍, ମିଛ ରିପୋର୍ଟ କହିଲେ ବିରୋଧୀ

ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଜିଲ୍ଲା ଗଂଜାମକୁ ଆସନ୍ତା ୧୭ ତାରିଖରେ ମିଳିବ ନମ୍ବର ୱାନ ପୁରସ୍କାର।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Ganjam Dist and Hinjilicut Block Best in Country

ଗଂଜାମ ପାଇବ ଦେଶର ଶ୍ରେଷ୍ଠ ଜିଲ୍ଲା ପୁରସ୍କାର। ସେଇ ଜିଲ୍ଲାର ହିଞ୍ଜିଳିକାଟୁକୁ ବି ମିଳିବ ଶ୍ରେଷ୍ଠ ବ୍ଲକ୍ ସମ୍ମାନ। ଏପ୍ରିଲ୍ ୧୭ରେ ରାଷ୍ଟ୍ରପତି ଦେବେ ଆୱାର୍ଡ।
ନିଜେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ୍ ମିଡିଆ ରେ ଦେଇଛି ଏ ସୂଚନା। ତେବେ ବଡ଼ କଥା। ହେଲା ଯେଉଁ ଜିଲ୍ଲାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି ବାସ୍ତବରେ କଣ ସେ ଜିଲ୍ଲା ବିକାଶର ଶିଖର ଛୁଇଁଛି ? ଭାତ ହାଣ୍ଡିରୁ ଗୋଟିଏ ଚିପିଲା ନ୍ୟାୟରେ ଏବେ ଜାଣିବା ଦିଗପହଣ୍ଡି କଥା। ଯେଉଁଠୁ ଦୀର୍ଘ ୨୩ ବର୍ଷ ହେଲା ପ୍ରତିନିଧିତ୍ୱ କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଘାଟିଆମ୍ବ ଗାଁ। ଜଙ୍ଗଲ, ପାହାଡ଼ ଘେରା ଏ ଗାଁକୁ ଯିବାକୁ ରାସ୍ତା ନୁହେଁ ତ ମରଣଯନ୍ତାଟିଏ ଲମ୍ବିଛି। 

Advertisment

ଗମନାଗମନ ସୁବିଧା ନଥିବାରୁ ସରକାରୀ ଚାଉଳ ଆଣିବାକୁ ଲୋକଙ୍କୁ ଏମିତି ମାଇଲ ମାଇଲ୍ ବାଟ ଚାଲିବାକୁ ହୁଏ। ହଠାତ୍ କେହି ଅସୁସ୍ଥ ହୋଇଗଲେ ଖଟିଆ ହିଁ ସାହା। ସ୍ବଚ୍ଛ ପାଇପ୍ ପାଣି ଓ ଆବାସ ଯୋଜନା ଏଠି ସାତ ସପନ। ଗୋଟିଏ ନଳକୂଅ ପାଖେ ରାତି ପାହିଲେ ମହିଳାଙ୍କ ଲମ୍ବା ଧାଡ଼ି।

ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ହିଞ୍ଜିଳି ବ୍ଲକର ସାରୁ ଗାଁ। ଏଠି ଘରେ ଘରେ ତାଲା ପଡ଼ିଛି। ପିଲାଛୁଆ ଧରି ଦାଦନ ଖଟିବାକୁ ଏଠୁ ଅଧିକାଂଶ ଲୋକ ସୁରତ, ଚେନ୍ନାଇ ଓ ହାଇଦ୍ରାବାଦ ଯାଇଛନ୍ତି। ପର୍ବପର୍ବାଣୀ ପଡ଼ିଲେ ବର୍ଷକୁ ଥରେ ଅଧେ ଆସନ୍ତି। ଜଳସେଚନ, ଶୀତଳଭଣ୍ଡାର ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଏ ସବୁ ଏଠି କେବଳ ତୁଛା ଧୂଆଁବାଣ ବୋଲି ଲୋକଙ୍କ ଅଭିଯୋଗ। ସେମିତି ଦାଦନ ଶ୍ରମିକଙ୍କ କରୁଣ କାହାଣୀର ପୁଳା ପୁଳା ଚିତ୍ର ମାତ୍ର ଦୁଇ ବର୍ଷ ତଳେ ସାମ୍ନାକୁ ଆସିଥିଲା ଏଇ ଗଂଜାମ ଜିଲ୍ଲାର ଖଲିକୋଟ୍ ଅଞ୍ଚଳରୁ।

Advertisment

ନିଜ ଅଞ୍ଚଳରେ ନିଯୁକ୍ତି ନଥିବାରୁ ଦାଦନ ଖଟିବାକୁ ଯାଇ ଅନେକ ଯୁବକ ଶବ ହୋଇ ଫେରୁଥିବାର ବି ଅନେକ ଉଦାହରଣ ରହିଛି। ଗାଁ ପରିମଳ ଧୋବା ତୁଠରୁ ଜାଣିଲା ଭଳି ବିକାଶର ଗ୍ରାଫ୍ କେତେ ଉଚ୍ଚକୁ ଯାଇଛି ଅକୁହା କଥାରେ ସେ ଚିତ୍ର ଜଳ ଜଳ ବଖାଣି ଦେଉଛି, ଖଲ୍ଲିକୋଟ ବ୍ଲକର ଝୋଳମାଳ ଗାଁକୁ ଯାଇଥିବା ରାସ୍ତା।

ତେଣେ ଗଂଜାମକୁ ଶ୍ରେଷ୍ଠ ଜିଲ୍ଲା-ପଞ୍ଚାୟତ ଓ ହିଞ୍ଜିଳିକାଟୁକୁ ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ସମ୍ମାନ ପାଇଁ ମନୋନୀତ ହେବା ପରେ ବିରୋଧୀ କରିଛନ୍ତି ଟାର୍ଗେଟ୍। ଜିଲ୍ଲା 
ବିଜେପି ସଭାପତି କହିଛନ୍ତି ଦାଦନ ବହୁଳ ଓ ଶିଳ୍ପ ଶୂନ୍ୟ ଜିଲ୍ଲା ସଂପର୍କରେ ମିଛ ରିପୋର୍ଟ ଦେଇ ପୁରସ୍କାର ଆଣୁଛନ୍ତି। ଜବାବରେ ଜିଲ୍ଲା ବିଜେଡି ସଭାପତି କହିଛନ୍ତି- ବିକାଶକୁ ପରଖି ହିଁ କେନ୍ଦ୍ର ସରକାର ଶ୍ରେଷ୍ଠ ଜିଲ୍ଲା ଭାବେ ମନୋନୀତ କରିଛନ୍ତି।

(ରିପୋର୍ଟ: ଆସ୍କାରୁ ମନୋଜ ମୁନୀ)

CM Naveen Patnaik CMO
Advertisment
Advertisment