Advertisment

ବୋହୂର ଦ୍ୱିତୀୟ ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ନିଜ ବୋହୂର ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ।

ଅଦ୍ୟତନ ହୋଇଛି
Former MLA Navin Nanda Performs Daughter-In-Law's Second Marriage After Son's Death

Former MLA Navin Nanda Performs Daughter-In-Law's Second Marriage After Son's Death

Advertisment

ନିଜ ବୋହୂର ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ। ଦୁଇ ପରିବାରର ସହମତି କ୍ରମେ ଏହି ବିବାହ ସମ୍ପନ୍ନ ହୋଇଛି। ଏନେଇ ନିଜେ ନବୀନ ନନ୍ଦ ସୋସିଆଲ୍‌ ମିଡିଆ ରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି।

Advertisment

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନିରାଡ଼ମ୍ବରରେ ବିବାହ ସମ୍ପନ୍ନ ହୋଇଥିଲା। ପୂର୍ବରୁ ନବୀନ ନନ୍ଦଙ୍କ ପୁଅ ସମ୍ବିତ କୋଭିଡ୍‌ ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଗତ ୨୦୨୧, ମେ ୨୨ ତାରିଖରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। 

ସୂଚନାଥାଉ କି, ନବୀନ ନନ୍ଦଙ୍କ ବୋହୂ ମଧୁସ୍ମିତାଙ୍କ ବିବାହ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ୱର୍ଗତଃ କିଶୋର ଚନ୍ଦ୍ର ପତିଙ୍କ ପୁଅ ଶିବ ଚନ୍ଦନଙ୍କ ସହ ହୋଇଛି। ଏହି ବିବାହରେ ନବୀନ ନନ୍ଦଙ୍କ ପତ୍ନୀ, ମଧୁସ୍ମିତାଙ୍କ ୨ ଭାଇ ଯୋଗ ଦେଇଥିଲେ। 

Advertisment

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ